ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ | News Room Odisha

ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ

ଭୁବନେଶ୍ବର – ଚିକିତ୍ସାଧିନ ଅବସ୍ଥାରେ ଗୁଳିବିଦ୍ଧ ଦନ୍ତାହାତୀର ଆଜି ମୃତ୍ଯୁ ଘଟିଛି। ନରସିଂହପୁର ପଶ୍ଚିମ ବନ ବିଭାଗ ଅଧିନ ଜୟପୁର ଠାରେ ଏକ ଦନ୍ତାହାତୀ ଶରୀରରେ ୬ଟି ଗୁଳି ବାଜିଥିବା ଜଣା ପଡିଥିଲା। ଗୁଳିବିଦ୍ଧ ଏହି ଦନ୍ତା ହାତୀ ଯନ୍ତ୍ରଣାରେ ଛଟପଟ ହେବା ସହ ଘୁରି ବୁଲୁଥିଲା।। ହାତୀଟି ଅସୁସ୍ଥ ଅବସ୍ଥାରେ ଜଙ୍ଗଲରେ ବୁଲୁଥିବା ଖବର ପାଇ ବନ ବିଭାଗ ଅଧିକାରୀ ଏହାର ଚିକିତ୍ସା ଆରମ୍ଭ କରିଥିଲେ। ତେବେ ଦୀର୍ଘଦିନ ଦିନ ଧରି ମୃତ୍ଯୁ ସହ ସଂଘର୍ଷ କଳପରେ ଆଜି ଗୁଳିବିଦ୍ଧ ଦନ୍ତା ହାତୀର ମୃତ୍ଯୁ ଘଟିଛି। ଏ ନେଇ ରେଞ୍ଜର ପ୍ରଫୁଲ ଦେହୁରୀ ସୂଚନା ଦେଇଛନ୍ତି।