Odiaଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ ଗୋପାଳପୁର ସ୍ଥିତ କଲ୍ୟାଣ ବିଭାଗ ବାଳିକା ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନବୀନ ସାହୁ ଲାଞ୍ଚ ନେଉଥିବା ସମୟରେ ଆଜି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ସୁମିତ୍ରା ନାଏକ ନାମକ ଜଣେ ମହିଳାଙ୍କ ଝିଅକୁ ସ୍କୁଲରେ ନାମ ଲେଖାଇବା ପାଇଁ ସୁମିତ୍ରାଙ୍କ ଠାରୁ ଶ୍ରୀ ସାହୁ ଟଙ୍କା ନେଉଥିଲେ । ସେତେବେଳେ କଳାହାଣ୍ଡି ଭିଜିଲାନ୍ସ ଡିଏସପି ପ୍ରଦୀପ ଆଇନ୍ଦଙ୍କ ନେତୃତ୍ୱରେ ଏକ ଦଳ ତାଙ୍କୁ କାବୁକରି ଟଙ୍କା [...]
Odiaରାଜ୍ୟ ସଭା ସାଂସଦ ସୁଜିତ କୁମାର ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ
ଭୁବନେଶ୍ଵର: ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟ ସଭା ସାଂସଦ ସୁଜିତ କୁମାରଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ତତ୍କାଳ ବହିଷ୍କାର କରିଛନ୍ତି। ଯେଉଁ ଦଳ ତାଙ୍କୁ ରାଜ୍ୟ ସଭାକୁ ପଠାଇଥିଲା ସେହି ଦଳକୁ ନିରାଶ କରି ସମ୍ମାନ ହାନି କରିବା ସହ କଳାହାଣ୍ଡି ଜିଲ୍ଲାବାସୀଙ୍କ ଆଶା ଓ ଆକାଂକ୍ଷାକୁ କ୍ଷୁର୍ଣ୍ଣ କରିଛନ୍ତି ବୋଲି ବିଜେଡି ତରଫରୁ ଏକ ପ୍ରେସ୍ ବାର୍ତ୍ତାରେ କୁହାଯାଇଛି।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସମୀକ୍ଷା: ମଣିଷ-ପ୍ରାଣୀ ସଂଘର୍ଷକୁ କମାଇବା ଉପରେ ଗୁରୁତ୍ବ ପ୍ରଦାନ

Odiaଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସମୀକ୍ଷା: ମଣିଷ-ପ୍ରାଣୀ ସଂଘର୍ଷକୁ କମାଇବା ଉପରେ ଗୁରୁତ୍ବ ପ୍ରଦାନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି । ସମୀକ୍ଷାରେ ଜଙ୍ଗଲ ଅଞ୍ଚଳରେ ଅବୈଧ ଗଛ କଟା ବନ୍ଦ କରିବା ପାଇଁ ଏବଂ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ଶ୍ରମ ଭିତ୍ତିକ ନିଯୁକ୍ତି ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେଇଛନ୍ତି। ୨୦୧୯-୨୦ ବର୍ଷ ଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ କାରଣ ଯୋଗୁ ୪୪୪ଟି ହାତୀ ପ୍ରାଣ ହରାଇଛନ୍ତି। [...]
Odiaରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ଶିକ୍ଷକ ପୁରସ୍କାର ପାଇଲେ ଦୁଇ ଓଡିଆ ଶିକ୍ଷକ
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଶିକ୍ଷକ । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଏକ ଭବ୍ୟ ସମାରୋହରେ ଏହି ସମ୍ମାନସ୍ଫଦ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଯଶସ୍ବୀ ଶିକ୍ଷକ । କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ସର୍ଗୀକୃତ ନର୍ଲାସ୍ଥିତ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ଓ ରାୟଗଡ଼ା ଜିଲ୍ଲାରେ ଜନଜାତି ପିଲାମାନଙ୍କ ଶିକ୍ଷାର ବିକାଶ ପାଇଁ ସମର୍ପିତ ବିଲେଷୁ ସରକାରୀ ଉଚ୍ଚ ବିଦ୍ୟାଳୟର [...]
Odiaମହାପ୍ରଭୁଙ୍କ ପ୍ରତି ନିଜ ଅନନ୍ୟ ଭକ୍ତି ସ୍ୱରୂପ ଗୋଟିଏ ମାସର ଦରମା ପ୍ରଦାନ କଲେ କୃଷି ବିଭାଗ ଅଧିକାରୀ ସୁଜାତା ପ୍ରୟମ୍ବଦା
ପୁରୀ: ମହାପ୍ରଭୁଙ୍କ ଉଦ୍ଦେଶ୍ଯରେ ନିଜର ଗୋଟିଏ ମାସର ଦରମା ପ୍ରଦାନ କଲେ ରାଜ୍ଯ କୃଷି ବିଭାଗରେ କାର୍ଯ୍ୟରତ ପରିସଂଖ୍ଯାନ ଉପନିର୍ଦ୍ଦେଶିକା, ଡ. ସୁଜାତା ପ୍ରିୟମ୍ବଦା ପରିଡା l ଗତ ମାସର ଦରମା ଟଙ୍କା ବାବଦକୁ ମିଳିଥିବା ସମୁଦାୟ ଏକ ଲକ୍ଷ ଦୁଇ ହଜାର ତିନି ଶହ ଚଉତିରିଶ ଟଙ୍କା ସେ ଦାନ କରିଛନ୍ତି l ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଡ. ପରିଡା ଏହି ଦାନ କରିଛନ୍ତି l ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ପ୍ରଶାସକ ଦାନ [...]
Odiaଡିଜିଟାଲ ଫସଲ ସର୍ବେକ୍ଷଣ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ଭୁବନେଶ୍ୱର: ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଡିଜିଟାଲ ଫସଲ ସର୍ବେକ୍ଷଣର ସମୀକ୍ଷା ବୈଠକ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ବୃନ୍ଦ ଯୋଗଦେଇଥିଲେ। ରାଜ୍ୟର ସମସ୍ତ ଜିଲ୍ଲାରୁ ଜିଲ୍ଲାପାଳମାନେ ଭିଡ଼ିଓ କନଫରେନ୍ସ ଜରିଆରେ ଯୋଗଦେଇଥିଲେ । ଇ- [...]
Odiaମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟସ କମ୍ପ୍ଲେକ୍ସ ପରିଦର୍ଶନ
ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କ ସହ କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟସ କମ୍ପ୍ଲେକ୍ସ ପରିଦର୍ଶନ କରି ସେଠାରେ ଥିବା ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ ଅନୁଧ୍ୟାନ ଓ ଆଲୋଚନା କରିଥିଲେ । ମୁଖ୍ୟ ଶାସନ ସଚିବ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଇଣ୍ଡୋର ଆଥଲେଟିକ୍ସ ସେଣ୍ଟର, ଫୁଟବଲ ଷ୍ଟାଡିୟମ, ଭାରୋତ୍ତଳନ କେନ୍ଦ୍ର, ଜିମ୍ନାଷ୍ଟିକ୍ ସେଣ୍ଟର, ଆଵାଟିକ୍ ସେଣ୍ଟର, ହକି ହାଇ ପରଫର୍ମାନ୍ସ [...]
Odiaଘର କାନ୍ଥ ତଳେ ଚାପି ହୋଇ ଶିଶୁର ମୃତ୍ୟୁ
ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଜନିତ ଅଘଟଣ। ଦୁଇ ଦିନ ହେବ ବର୍ଷା ଲାଗି ରହିବା ପରେ ଘରର କାନ୍ଥ ଭୁଶୁଡ଼ି ୨ ବର୍ଷ ବୟସ୍କ ଶିଶୁ ପୁତ୍ର ଋଷି ପ୍ରଧାନର ମୃତ୍ୟୁ ଘଟିଛି। ଭଞ୍ଜନଗର ଥାନା ତଥା ଏହି ବ୍ଲକ୍ ଅନ୍ତର୍ଗତ ବାଇବାଲି ତୋଟା ସାହିରେ ଏଭଳି ଅଭାବନୀୟ ଘଟଣା ଆଜି ଭୋର ୪ଟାରେ ଘଟିଛି। ବର୍ଷା ପାଣିରେ ଦୁର୍ବଳ ହୋଇପଡ଼ିଥିବା କାନ୍ଥ ଭୁଶୁଡି ପଡ଼ିଥିଲା ଓ ଋଷି ସମେତ ବାପା ମାଆ ତାହା [...]
Odiaଓଡିଶାରେ ପିଏମ୍-ଉଷା କାର୍ଯ୍ୟକ୍ରମ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ
ଭୁବନେଶ୍ଵର: ଆଜି ରାଜ୍ୟ କୃଷି ଭବନରେ ଓଡିଶାର ଉଚ୍ଚ ଶିକ୍ଷା ବିଭାଗ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ମଧ୍ୟରେ ରାଜ୍ୟରେ ପିଏମ୍-ଉଷା କାର୍ଯ୍ୟକ୍ରମ ଲାଗୁ କରିବା ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ୨୦୨୫-୨୬ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ। ପିଏମ୍-ଉଷା କାର୍ଯ୍ୟକ୍ରମ ରାଜ୍ୟରେ ସଫଳତାର ସହ କରାଯିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ଏହା ଦ୍ୱାରା ଶିକ୍ଷାର ନୂତନ ଭିତ୍ତିଭୂମି ଓ ମନବ ସମ୍ବଳର ବିକାଶ ହେବ। [...]
Odiaସେପ୍ଟେମ୍ବର ୨୦୨୪ ପରବର୍ତ୍ତୀ ସମୟ ପାଇଁ ନୂଆ ଅବକାରୀ ନୀତି ପ୍ରଣିତ
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ସେପ୍ଟେମ୍ବର ୨୦୨୪ ପରବର୍ତ୍ତୀ ସମୟ ପାଇଁ ନୂଆ ଅବକାରୀ ନୀତି ପ୍ରଣୟନ କରିଛନ୍ତି I ଏଥିରେ ବେଆଇନ ମଦ କାରବାରକୁ ରୋକିବା ତଥା ମଦ୍ୟପାନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ନିମ୍ନଲିଖିତ ସର୍ତ୍ତ ମାନ ରଖା ଯାଇଛି I • ଚଳିତ ଆର୍ଥିକ ବର୍ଷରେ କୌଣସି ନୂଆ IMFL OFF shop / CL shop /OS shop ଖୋଲାଯିବା ନାହିଁ । • ଗ୍ରାମାଞ୍ଚଳ ରେ କେବଳ 3-star [...]
