News Room Odisha
BREAKING
Odia

ଉଜ୍ଜୟିନୀ ମହାକାଳ ମନ୍ଦିରରେ ଅଗ୍ନିକାଣ୍ଡ, ୧୩ ପୂଜାରୀ ଆହତ

ଉଜ୍ଜୟିନୀ: ପ୍ରସିଦ୍ଧ ଉଜ୍ଜୟିନୀ ମହାକାଳ ମନ୍ଦିରରେ ନିଆଁ ଲାଗି ୧୩ ପୂଜାରୀ ଆହତ ହୋଇଛନ୍ତି। ସୋମବାର ମନ୍ଦିରର ଗର୍ଭଗୃହରେ ଭସ୍ମ ଆଳତି ଚାଲିଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। ଉଜ୍ଜୟିନୀ ଜିଲ୍ଲା ମାଜିଷ୍ଟ୍ରେଟ ନୀରଜ କୁମାର ସିଂହଙ୍କ ସୂଚନା ଅନୁସାରେ ଭସ୍ମ ଆଳତି ସମୟରେ ମହାକାଳ ମନ୍ଦିରର ଗର୍ଭଗୃହରେ ନିଆଁ ଲାଗିଯାଇଥିଲା । ଏହି ଘଟଣା ସମୟରେ ଗର୍ଭଗୃହ ଭିତରେ ଥିବା ୧୩ ପୂଜାରୀ ପୋଡ଼ି ଯାଇଥିଲେ।ଆହତ ପୂଜାରୀ ମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। [...]

Admin•March 25, 2024
Share Article:

ଉଜ୍ଜୟିନୀ: ପ୍ରସିଦ୍ଧ ଉଜ୍ଜୟିନୀ ମହାକାଳ ମନ୍ଦିରରେ ନିଆଁ ଲାଗି ୧୩ ପୂଜାରୀ ଆହତ ହୋଇଛନ୍ତି। ସୋମବାର ମନ୍ଦିରର ଗର୍ଭଗୃହରେ ଭସ୍ମ ଆଳତି ଚାଲିଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା।

ଉଜ୍ଜୟିନୀ ଜିଲ୍ଲା ମାଜିଷ୍ଟ୍ରେଟ ନୀରଜ କୁମାର ସିଂହଙ୍କ ସୂଚନା ଅନୁସାରେ ଭସ୍ମ ଆଳତି ସମୟରେ ମହାକାଳ ମନ୍ଦିରର ଗର୍ଭଗୃହରେ ନିଆଁ ଲାଗିଯାଇଥିଲା । ଏହି ଘଟଣା ସମୟରେ ଗର୍ଭଗୃହ ଭିତରେ ଥିବା ୧୩ ପୂଜାରୀ ପୋଡ଼ି ଯାଇଥିଲେ।ଆହତ ପୂଜାରୀ ମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଏକ ସ୍ବତନ୍ତ୍ର ନୀତି ଚାଲିଥିବା ବେଳେ ଅବିର ପକାଇବାରୁ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ମାଜିଷ୍ଟ୍ରେଟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି ।

#Odia#Odisha#News
Share Article:

Related Articles