News Room Odisha
BREAKING
Odia

ବାଲେଶ୍ଵର ଆସନ ପାଇଁ ବିଜେପି ଟିକେଟ ନମିଳିବାରୁ ଖାରବେଳ କ୍ଷୁବ୍ଧ, ସ୍ୱାଧୀନ ଭାବେ ଲଢିବା ପାଇଁ ଘୋଷଣା

ବାଲେଶ୍ବର – ଲୋକସଭା ନିର୍ବାଚନ ପାଇଁ ବିଜେପି ଟିକେଟ ମିଳିନଥିବାରୁ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ବାଲେଶ୍ବରରେ ଆଜି ସାମ୍ବାଦିକ ସମ୍ମିଳନୀ କରି ଖାରବେଳ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ଏଥର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେବା ପାଇଁ ଇଚ୍ଛୁକ ଥିଲେ ଖାରବେଳ ପୂର୍ବରୁ ସେ ବାଲେଶ୍ବରରୁ ଦୁଇଥର ବିଜେପି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ଗତକାଲି ବିଜେପିର [...]

Admin•March 25, 2024
Share Article:
ବାଲେଶ୍ବର – ଲୋକସଭା ନିର୍ବାଚନ ପାଇଁ ବିଜେପି ଟିକେଟ ମିଳିନଥିବାରୁ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ବାଲେଶ୍ବରରେ ଆଜି  ସାମ୍ବାଦିକ ସମ୍ମିଳନୀ କରି ଖାରବେଳ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ଏଥର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେବା ପାଇଁ ଇଚ୍ଛୁକ ଥିଲେ ଖାରବେଳ ପୂର୍ବରୁ ସେ ବାଲେଶ୍ବରରୁ ଦୁଇଥର ବିଜେପି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ଗତକାଲି ବିଜେପିର ୧୮ ଜଣିଆ ଲୋକସଭା ପ୍ରାର୍ଥୀ ତାଲିକାରେ ଖାରବେଳଙ୍କ ନାଁ ନାହିଁ । ଫଳରେ ସେ ଏବେ ଖଡ଼ଗ ହସ୍ତ। ଖାରବେଳ ସ୍ବାଇଁ କହିଛନ୍ତି ଯେ, ସେ ସ୍ବାଧୀନ ଭାବେ ବାଲେଶ୍ବର ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ। ବିଜେପିରୁ ଇସ୍ତଫା ନଦେଇ ଲଢ଼ିବେ । ଏଥିପାଇଁ ବିଜେପିରୁ ତାଙ୍କୁ ବହିଷ୍କାର କରାଗଲେ ମଧ୍ୟ ସେ ଖାତିର କରିବେ ନାହିଁ ବୋଲି ଖାରବେଳ କହିଛନ୍ତି ।
#Odia#Odisha#News
Share Article:

Related Articles