News Room Odisha
BREAKING
Odia

ବିଜେଡିରେ ଯୋଗଦେଲେ କନ୍ଧମାଳ ବିଜେପି ନେତା କମଳାକାନ୍ତ

ଫୁଲବାଣୀ: କନ୍ଧମାଳରେ ବିଜେପିକୁ ଲାଗିଛି ତଗଡ଼ା ଝଟକା। ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜିଲ୍ଲା ବିଜେପିର ଅନ୍ୟତମ ଟାଣୁଆ ନେତା କମଳାକାନ୍ତ ପାଣ୍ଡେ ତାଙ୍କର ଶତାଧିକ ଅନୁଗାମୀ, ଦଳର କିଛି ନିର୍ବାଚିତ ପ୍ରତିନିଧିଙ୍କ ସହ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଭୁବନେଶ୍ଵର ଶଙ୍ଖ ଭବନ ଠାରେ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର, କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ, କନ୍ଧମାଳ ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ଉପସ୍ଥିତିରେ ବିଜେଡି ସଦସ୍ୟତା ଗ୍ରହଣ କରିଛନ୍ତି କମଳାକାନ୍ତ। [...]

Admin•April 18, 2024
Share Article:

ଫୁଲବାଣୀ: କନ୍ଧମାଳରେ ବିଜେପିକୁ ଲାଗିଛି ତଗଡ଼ା ଝଟକା। ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜିଲ୍ଲା ବିଜେପିର ଅନ୍ୟତମ ଟାଣୁଆ ନେତା କମଳାକାନ୍ତ ପାଣ୍ଡେ ତାଙ୍କର ଶତାଧିକ ଅନୁଗାମୀ, ଦଳର କିଛି ନିର୍ବାଚିତ ପ୍ରତିନିଧିଙ୍କ ସହ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଭୁବନେଶ୍ଵର ଶଙ୍ଖ ଭବନ ଠାରେ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର, କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ, କନ୍ଧମାଳ ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ଉପସ୍ଥିତିରେ ବିଜେଡି ସଦସ୍ୟତା ଗ୍ରହଣ କରିଛନ୍ତି କମଳାକାନ୍ତ।

ଶତାଧିକ ବିଜେପି ନେତା ଓ କର୍ମୀମାନଙ୍କ ସହ ବହୁସଂଖ୍ୟକ କଂଗ୍ରେସ ନେତା ଓ କର୍ମୀ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି। କଂଗ୍ରେସ ନେତ୍ରୀ ବିଳାସିନୀ ନାୟକ, ରାଧାମୋହନ ମହାପାତ୍ର, ସମିତି ସଭ୍ୟ କାଳିପ୍ରସାଦ ନାୟକଙ୍କ ପରି କନ୍ଧମାଳ ଜିଲ୍ଲାର ଶତାଧିକ କଂଗ୍ରେସ କର୍ମୀ ମଧ୍ୟ ବିଜେଡିକୁ ଆପଣାଇ ନେଇଛନ୍ତି। ସେମାନଙ୍କୁ ଉପଢୌକନ ଦେଇ ବିଜେଡିକୁ ସ୍ବାଗତ କରିଥିଲେ ଦଳର ତିନି ବରିଷ୍ଠ ନେତା। ଏହାଦ୍ବାରା କନ୍ଧମାଳ ଜିଲ୍ଲାରେ ଦଳ ଆହୁରି ସଶକ୍ତ ହେବ ବୋଲି ଡ. ପାତ୍ର, ଡ. ସାମନ୍ତ ଓ ଶ୍ରୀ ନାୟକ କହିଛନ୍ତି।

କମଳାକାନ୍ତ କହିଛନ୍ତି ଯେ- ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ବଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛି। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ଵ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି।

#Odia#Odisha#News
Share Article:

Related Articles