News Room Odisha
BREAKING
Odia

ଭିଭିପାଟ୍-ଭୋଟ୍ ମେଳ ନେଇ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ସହିତ ଇଭିଏମ୍ ଜରିଆରେ ଦିଆଯାଉଥିବା ଭୋଟ୍ ର ଶତ ପ୍ରତିଶତ ମେଳ କରିବା ପାଇଁ ହୋଇଥିବା ଏକାଧିକ ଆବେଦନ ଉପରେ ସୁପ୍ରିମକୋର୍ଟ ଗୁରୁବାର ନିଜ ରାୟ ସଂରକ୍ଷିତ ରଖିଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଏକ ଖଣ୍ଡପୀଠ ଏହି ଆବେଦନ ଉପରେ ନିର୍ବାଚନ କମିଶନଙ୍କ ଜବାବ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ। ଭିଭିପାଟ୍ ମେସିନରେ ସ୍ୱଚ୍ଛ ବଦଳରେ ଅସ୍ପଷ୍ଟ କାଚ ଲଗାଇବା [...]

Admin•April 18, 2024
Share Article:

ନୂଆଦିଲ୍ଲୀ: ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ସହିତ ଇଭିଏମ୍ ଜରିଆରେ ଦିଆଯାଉଥିବା ଭୋଟ୍ ର ଶତ ପ୍ରତିଶତ ମେଳ କରିବା ପାଇଁ ହୋଇଥିବା ଏକାଧିକ ଆବେଦନ ଉପରେ ସୁପ୍ରିମକୋର୍ଟ ଗୁରୁବାର ନିଜ ରାୟ ସଂରକ୍ଷିତ ରଖିଛନ୍ତି।

ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଏକ ଖଣ୍ଡପୀଠ ଏହି ଆବେଦନ ଉପରେ ନିର୍ବାଚନ କମିଶନଙ୍କ ଜବାବ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ।

ଭିଭିପାଟ୍ ମେସିନରେ ସ୍ୱଚ୍ଛ ବଦଳରେ ଅସ୍ପଷ୍ଟ କାଚ ଲଗାଇବା ନେଇ ନିର୍ବାଚନ କମିଶନଙ୍କ ୨୦୧୭ର ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଆବେଦନକାରୀ ମାନେ ଦାବି କରିଛନ୍ତି ।

ଭିଭିପାଟ୍ ମେସିନ୍ ଜରିଆରେ ଜଣେ ଭୋଟର ତାଙ୍କ ଭୋଟ ସଠିକ୍ ପ୍ରାର୍ଥୀଙ୍କୁ ଯାଇଛି କି ନାହିଁ ତାହା ମେସିନରୁ ୭ ସେକେଣ୍ଡ ପାଇଁ ବାହାରୁଥିବା ସ୍ଲିପ ଦେଖି ନିଶ୍ଚିତ କରିପାରିବେ।

ନିର୍ବାଚନ କମିଶନଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ମନିନ୍ଦର ସିଂ ଇଭିଏମ୍ କିପରି କାମ କରେ ତାହା ସ୍ପଷ୍ଟ କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ ଏବଂ ବରିଷ୍ଠ ଓକିଲ ଗୋପାଳ ଶଙ୍କରନାରାୟଣନ ଉପସ୍ଥିତ ଥିଲେ।

ଏପ୍ରିଲ ୧୬ରେ ଶୁଣାଣି ବେଳେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) କୁ ସମାଲୋଚନା ଓ ବାଲଟ ପେପର ଦ୍ବାରା ନିର୍ବାଚନକୁ ଫେରିବା ଦାବିକୁ ସୁପ୍ରିମକୋର୍ଟ ନିନ୍ଦା କରିଥିଲେ । କୋର୍ଟ କହିଥିଲେ ଯେ ଭାରତରେ ନିର୍ବାଚନ ପ୍ରକ୍ରିୟା ଏକ ବହୁତ ବଡ଼ କାମ ଏବଂ ବ୍ୟବସ୍ଥାକୁ ଖରାପ କରିବା ପାଇଁ ପ୍ରୟାସ କରାଯିବା ଠିକ୍ ନୁହେଁ |

#Odia#Odisha#News
Share Article:

Related Articles