News Room Odisha
BREAKING
Odia

ରାଜନୈତିକ କାର୍ଯ୍ୟରେ ସଂପୃକ୍ତି ଅଭିଯୋଗ ପରେ ଶିକ୍ଷକଙ୍କୁ ବଦଳି

ବୌଦ୍ଧ- ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ବୌଦ୍ଧ ଜିଲ୍ଲାର ଜଣେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ। ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ଳ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଆଦିବାସୀ ହାଇସ୍କୁଲର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନଙ୍କୁ ବଦଳି କରାଯାଇଛି । ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତ ରହୁଥିବା ନେଇ ଜିଲ୍ଲା [...]

Admin•April 15, 2024
Share Article:

ବୌଦ୍ଧ- ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ବୌଦ୍ଧ ଜିଲ୍ଲାର ଜଣେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ। ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ଳ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଆଦିବାସୀ ହାଇସ୍କୁଲର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନଙ୍କୁ ବଦଳି କରାଯାଇଛି । ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତ ରହୁଥିବା ନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଜିଲ୍ଲା ନିର୍ବାଚନ ଅଧିକାରୀ ତାଙ୍କୁ ବଦଳି କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପ୍ରିଲ ୧୩ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନଙ୍କୁ ବଦଳି କରିଥିଲେ।

ପ୍ରଧାନଙ୍କୁ ବୌଦ୍ଧ ନିର୍ବାଚନ ମଣ୍ଡଳୀର ମଥୁରା ପଞ୍ଚାୟତ କେଲାକଟା ହାଇସ୍କୁଲକୁ ବଦଳି କରାଯାଇଛି। ଏହାସହ ତୁରନ୍ତ ସେଠାରେ ଯୋଗଦେବାକୁ ତାଙ୍କୁ ଆଦେଶ ଦିଆଯାଇଛି ।

#Odia#Odisha#News
Share Article:

Related Articles