News Room Odisha
BREAKING
Odia

କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଏପ୍ରିଲ ୨୩ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟ ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସିବିଆଇ ଏବଂ ଇଡି ମାମଲାର ସ୍ୱତନ୍ତ୍ର ବିଚାରପତି କାବେରୀ ବୱେଜା ଏହି ଆଦେଶ ଦେଇଛନ୍ତି। ଏହା ପୂର୍ବରୁ କେଜ୍ରିୱାଲଙ୍କୁ ଭିଡିଓ କନଫରେନ୍ସ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ୧୫ ଏପ୍ରିଲ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ରହିଛି । ତେଣୁ [...]

Admin•April 15, 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟ ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସିବିଆଇ ଏବଂ ଇଡି ମାମଲାର ସ୍ୱତନ୍ତ୍ର ବିଚାରପତି କାବେରୀ ବୱେଜା ଏହି ଆଦେଶ ଦେଇଛନ୍ତି। ଏହା ପୂର୍ବରୁ କେଜ୍ରିୱାଲଙ୍କୁ ଭିଡିଓ କନଫରେନ୍ସ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ୧୫ ଏପ୍ରିଲ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ଥିଲେ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ରହିଛି । ତେଣୁ ତାଙ୍କ ହାଜତ ମିଆଦ ବୃଦ୍ଧି କରିବାକୁ ଇଡି ତରଫରୁ ଦାବି କରାଯାଇଥିଲା ।

#Odia#Odisha#News
Share Article:

Related Articles