ଚଣ୍ଡିଗଡ଼ ମେୟର ନିର୍ବାଚନ ବିବାଦ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ, କହିଲେ ଗଣତନ୍ତ୍ରର ହତ୍ୟା
ନୂଆଦିଲ୍ଲୀ: ଆଜି ଚଣ୍ଡିଗଡ଼ ମେୟର ନିର୍ବାଚନ ଜାଲିଆତି ନେଇ ଆମ୍ ଆଦମୀ ପାର୍ଟି (ଆପ୍) ର ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଚଣ୍ଡିଗଡ଼ ମେୟର ନିର୍ବାଚନରେ ଜାଲିଆତି ହୋଇଛି ବୋଲି ମାନିବା ସହ ପ୍ରିଜାଇଡିଂ ଅଫିସରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ପ୍ରିଜାଇଡିଂ ଅଫିସର କିଛି ବାଲଟ୍ ପେପରକୁ ସନ୍ଦେହ ଜନକ ଭାବେ ନାକଚ କରିଥିବା [...]
ନୂଆଦିଲ୍ଲୀ: ଆଜି ଚଣ୍ଡିଗଡ଼ ମେୟର ନିର୍ବାଚନ ଜାଲିଆତି ନେଇ ଆମ୍ ଆଦମୀ ପାର୍ଟି (ଆପ୍) ର ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଚଣ୍ଡିଗଡ଼ ମେୟର ନିର୍ବାଚନରେ ଜାଲିଆତି ହୋଇଛି ବୋଲି ମାନିବା ସହ ପ୍ରିଜାଇଡିଂ ଅଫିସରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ପ୍ରିଜାଇଡିଂ ଅଫିସର କିଛି ବାଲଟ୍ ପେପରକୁ ସନ୍ଦେହ ଜନକ ଭାବେ ନାକଚ କରିଥିବା କହିଛନ୍ତି କୋର୍ଟ। ଏହା ଗଣତନ୍ତ୍ରର ହତ୍ୟା ଓ ଉପହାସ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ । ଏହା ଆମକୁ ଚକିତ କରିଛି। ଆମେ ଗଣତନ୍ତ୍ରର ଏପରି ହତ୍ୟା କରିବାକୁ ଅନୁମତି ଦେଇ ପାରିବୁ ନାହିଁ । ପ୍ରିଜାଇଡିଂ ଅଫିସରଙ୍କ ବିରୋଧରେ ମାମଲା ରୁଜୁ କରାଯିବା ଉଚିତ ବୋଲି କଡ଼ା ଟିପ୍ପଣୀ କରିଛନ୍ତି କୋର୍ଟ। ଚଣ୍ଡିଗଡ଼ ମେୟର ନିର୍ବାଚନ ପ୍ରକ୍ରିୟାର ଭିଡ଼ିଓ ସହ ସମସ୍ତ ଦସ୍ତାବିଜ୍ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ପଞ୍ଜାବ/ହରିୟାଣା ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବାଲଟ ପେପର, ଭିଡିଓଗ୍ରାଫି ମଧ୍ୟ ସଂରକ୍ଷିତ ରଖିବାକୁ କହିଛନ୍ତିି ସର୍ବୋଚ୍ଚ ନ୍ୟାୟାଳୟ ।
ଚଣ୍ଡିଗଡ଼ ମେୟର ନିର୍ବାଚନକୁ ଚ୍ୟାଲେଞ୍ଜ କରି ଆପର ଜଣେ କର୍ପୋରେଟର କୁଲଦୀପ କୁମାରଙ୍କ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।
ଜାନୁଆରୀ ୩୦ରେ ହୋଇଥିବା ଚଣ୍ଡିଗଡ଼ ମେୟର ନିର୍ବାଚନରେ କଂଗ୍ରେସ ସମର୍ଥିତ ଆମ୍ ଆଦମୀ ପାର୍ଟିର କୁଲଦୀପ କୁମାରଙ୍କୁ ପରାସ୍ତ କରି ବିଜେପି ପ୍ରାର୍ଥୀ ମନୋଜ ସୋନକର ବିଜୟୀ ହୋଇଥିଲେ। ଏହାଛଡ଼ା ବିଜେପି ସିନିୟର ଡେପୁଟି ମେୟର ଏବଂ ଡେପୁଟି ମେୟର ପଦରେ ମଧ୍ୟ ହାତେଇଥିଲା । ମେୟର ପଦ ନିର୍ବାଚନରେ ବିଜେପି ପ୍ରାର୍ଥୀ ସୋନକର ୧୬ ଖଣ୍ଡ ଭୋଟ୍ ପାଇଥିବାବେଳେ କୁମାରଙ୍କୁ ୧୨ଟି ଭୋଟ୍ ମିଳିଥିଲା । ୮ଟି ଭୋଟ୍ ଅବୈଧ ଘୋଷଣା କରାଯାଇଥିଲା।
ଫଳାଫଳ ଘୋଷଣା ହେବା ପରେ ବିରୋଧୀ ମେଣ୍ଟ ‘ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ’ (ଇଣ୍ଡିଆ)ରେ ସହଯୋଗୀ ଦଳ ଆପ୍ ଓ କଂଗ୍ରେସ ଏହାକୁ ବିରୋଧ କରିଥିଲେ। ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲ ବିଜେପି ଜାଲିଆତି କରି ଜିତିଛି ବୋଲି ଅଭିଯୋଗ କରିଥିଲା। ଫଳାଫଳ ବିରୋଧରେ ହାଇକୋର୍ଟରୁ ଆଶ୍ବସ୍ତି ନ ମିଳିବା ପରେ ଆପ୍ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା ।
ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଓଡ଼ିଆ ସାହିତ୍ୟର ବିଶ୍ୱବ୍ୟାପୀ ପ୍ରସାର ପାଇଁ ଅନୁବାଦର ଗୁରୁତ୍ଵ ଉପରେ ମତ ପ୍ରକାଶ
Next Articleବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ : ସୂଚନା ଓ ପ୍ରଯୁକ୍ତିବିଦ୍ୟା ଯୁଗରେ ଓଡ଼ିଆ ଭାଷା ସମ୍ପର୍କିତ ଆଲୋଚନା ଚକ୍ର
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
