ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଓଡ଼ିଆ ସାହିତ୍ୟର ବିଶ୍ୱବ୍ୟାପୀ ପ୍ରସାର ପାଇଁ ଅନୁବାଦର ଗୁରୁତ୍ଵ ଉପରେ ମତ ପ୍ରକାଶ
ଭୁବନେଶ୍ଵର – ଓଡ଼ିଆ ସାହିତ୍ୟକୁ ବିଶ୍ଵ ଦୃଷ୍ଟିରେ ଆଣିବା ପାଇଁ ଅନୁବାଦର ଆବଶ୍ୟକତା ରହିଛି । ଓଡ଼ିଆ ସାହିତ୍ୟର ବ୍ୟାପ୍ତି ଓ ସମୃଦ୍ଧିରେ ଅନୁବାଦର ଗୁରୁତ୍ଵକୁ ସବୁ ମହଲରେ ହୃଦୟଙ୍ଗମ କଲେ ଆମ ଭାଷା ଓ ସାହିତ୍ୟର ବ୍ୟାପକ ଅଭିବୃଦ୍ଧି ହେବା ସହିତ ଓଡ଼ିଆ ଭାଷା ଓ ସାହିତ୍ୟ ବିଶ୍ଵ ପ୍ରସାରିତ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆୟୋଜିତ ଅନୁବାଦ ସଂପର୍କିତ ଆଲୋଚନା ସଭାରେ ଅତିଥି [...]
ଭୁବନେଶ୍ଵର – ଓଡ଼ିଆ ସାହିତ୍ୟକୁ ବିଶ୍ଵ ଦୃଷ୍ଟିରେ ଆଣିବା ପାଇଁ ଅନୁବାଦର ଆବଶ୍ୟକତା ରହିଛି । ଓଡ଼ିଆ ସାହିତ୍ୟର ବ୍ୟାପ୍ତି ଓ ସମୃଦ୍ଧିରେ ଅନୁବାଦର ଗୁରୁତ୍ଵକୁ ସବୁ ମହଲରେ ହୃଦୟଙ୍ଗମ କଲେ ଆମ ଭାଷା ଓ ସାହିତ୍ୟର ବ୍ୟାପକ ଅଭିବୃଦ୍ଧି ହେବା ସହିତ ଓଡ଼ିଆ ଭାଷା ଓ ସାହିତ୍ୟ ବିଶ୍ଵ ପ୍ରସାରିତ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆୟୋଜିତ ଅନୁବାଦ ସଂପର୍କିତ ଆଲୋଚନା ସଭାରେ ଅତିଥି
ବକ୍ତାମାନେ ଉପରୋକ୍ତ ମର୍ମରେ ଅନୁବାଦର ଗୁରୁତ୍ଵ ନେଇ ମତ ରଖିଛନ୍ତି ।

ପ୍ରସିଦ୍ଧ ଅନୁବାଦକ ତଥା ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ଇଂରାଜୀ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ କହିଲେ ଯେ ସଂସ୍କୃତି ଓ ସଭ୍ୟତାର ସମୃଦ୍ଧି ନିମନ୍ତେ ଅନୁବାଦର ଆବଶ୍ୟକ ହୋଇଥାଏ । ସଭ୍ୟତାର ବିକାଶ ପର୍ଯ୍ୟଟନ , ଗମନାଗମନ ଦ୍ଵାରା ହୋଇଥାଏ । ସାହିତ୍ୟ , ଭାଷା , ସଂସ୍କୃତି ଯଦି ଗମନାଗମନ ନକରନ୍ତି ତେବେ ଆମ ସାହିତ୍ୟ ବିଲୋପ ହୋଇଯିବ । ଓଡ଼ିଆ ଭାଗବତର ଇଂରାଜୀ ଓ ଅନ୍ୟ ଭାଷାରେ ଅନୂଦିତ ସଂସ୍କରଣ ପ୍ରକାଶ ପାଇବା ଆମ ପାଇଁ ନିଶ୍ଚିତ ଗର୍ବର ବିଷୟ । ସାହିତ୍ୟକୃତିର ଭ୍ରମଣରେ ସାହିତ୍ୟ ସମୃଦ୍ଧ ହୁଏ । ପାଶ୍ଚାତ୍ୟ ଆଙ୍ଗିକଗୁଡ଼ିକ ଓଡ଼ିଆ ସାହିତ୍ୟରେ ମିଶି ଏହାକୁ ଆହୁରି ଅଧିକ ସମୃଦ୍ଧ କରିଛନ୍ତି । ଫକୀର ମୋହନଙ୍କ ରଚିତ ବହୁ ସାହିତ୍ୟ କୃତି ଓ ମାୟାଧର ମାନସିଂହଙ୍କ ଉଦ୍ଧୃତ ଅନୁବାଦ ଖୁବ୍ ପାଠକୀୟ ଆଦୃତି ଲାଭ କରିଛି ।
ଖ୍ୟାତନାମା ସାହିତ୍ୟିକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଅନୁବାଦକ ପ୍ରଫେସର ଅଜୟ କୁମାର ପଟ୍ଟନାୟକ କହିଲେ ଯେ ଜଗତିକରଣ ପରେ ପୃଥିବୀରେ ଅନୁବାଦର ଗୁରୁତ୍ଵ ବଢ଼ିଯାଇଛି । ଓଡ଼ିଆ ସାହିତ୍ୟର ହିନ୍ଦୀ ଅନୁବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ଏହି କ୍ଷେତ୍ରରେ ଦେଖା ଦେଉଥିବା ସମସ୍ୟା ଓ ସମାଧାନ ବିଷୟରେ ଅଧିକ ଧ୍ୟାନ ଦେଲେ ଓଡ଼ିଆ ସାହିତ୍ୟର ଅଧିକ ପରିମାଣରେ ଅନୁବାଦ ହୋଇପାରିବ । ଅନୁବାଦକ ସୋମେଶ ମହାପାତ୍ର କହିଲେ ଯେ ଜାଣିବା ଓ ଜଣାଇବା , ଶୁଣିବା ଓ ଶୁଣାଇବାର ଜିଜ୍ଞାସାରୁ ହିଁ ଅନୁବାଦର ସୃଷ୍ଟି । ଅନୁବାଦ ହେଉଛି ଉଭୟ ପଟକୁ ଖୋଲି ପାରୁଥିବା ଏକ ଝରକା । ବିଶ୍ଵର ଚାରୋଟି ଭାଷା – ଜର୍ମାନୀ , ସ୍ପାନିସ୍ , ଜାପାନୀ ଓ ଫ୍ରେଞ୍ଚରେ ୧୦୦ରୁ ଅଧିକ ଓଡ଼ିଆ କ୍ଷୁଦ୍ର ଗଳ୍ପ ଅନୁବାଦ ହୋଇଛି ।
ତରୁଣ ଲେଖକ , ଅନୁବାଦକ ତଥା ପ୍ରକାଶକ ଡକ୍ଟର ଶୁଭ୍ରାଂଶୁ ପଣ୍ଡା ଓଡ଼ିଆ ଭାଷାର ବିଶ୍ଵଯାତ୍ରା ନେଇ ପ୍ରକାଶକୀୟ ଦୃଷ୍ଟିଭଙ୍ଗୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଅନୁବାଦକୁ ବୃତ୍ତି ଭାବରେ ଗ୍ରହଣ କରି ନୂଆ ପିଢ଼ି ଓଡ଼ିଆ ସାହିତ୍ୟର ଉନ୍ନତି କରିପାରିବ ଏବଂ ସେମାନେ ମଧ୍ୟ ଭାଷା- ସାହିତ୍ୟର ବିକାଶରେ ଅଂଶୀଦାର ହୋଇପାରିବେ । ବ୍ୟାସକବି ଫକୀର ମୋହନ ସେନାପତିଙ୍କ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବିଶିଷ୍ଟ ଅନୁବାଦକ ପ୍ରଫେସର ବିକ୍ରମ କେଶରୀ ଦାସ କହିଲେ ଯେ ଓଡ଼ିଆ ସାହିତ୍ୟକୁ ବିଶ୍ଵ ଦୃଷ୍ଟିରେ ଆଣିବା ପାଇଁ ଅନୁବାଦର ଆବଶ୍ୟକତା ରହିଛି । ଭାଷାର ମିଶ୍ରଣ ସ୍ଵାଭାବିକ । ଆଜିର ଯୁବ ପିଢ଼ି ଭାଷାର ଅର୍ଥକୁ ବୁଝି ତା’ର ସଠିକ୍ ମର୍ମରେ ଅନୁବାଦ କରିବା ଉଚିତ । ଅନୁବାଦ ଦ୍ଵାରା ଭାଷା ଓ ଭାବର ପରିବର୍ତ୍ତନ ହୁଏ । କିନ୍ତୁ ତାହାର ମୌଳିକତା ଅକ୍ଷୁର୍ଣ୍ଣ ରହିବା ନିହାତି ଆବଶ୍ୟକ । ଅନୁବାଦ ବହୁ ପ୍ରକାରର ହୋଇଥାଏ । ଯେପରିକି ଗ୍ରନ୍ଥ , ଲୋକକଳା , ସାହିତ୍ୟ ଓ ସଂସ୍କୃତିର ଅନୁବାଦକୁ ସାଂସ୍କୃତିକ ଅନୁବାଦ କୁହାଯାଏ ଏବଂ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ନିମନ୍ତେ ହେଉଥିବା ଅନୁବାଦକୁ ବୌଦ୍ଧିକ ଅନୁବାଦ କୁହାଯାଏ ।
ନୂଆ ଚିନ୍ତାଧାରାର ବିକାଶ ପାଇଁ ସାହିତ୍ୟର ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଅନୁବାଦ ହେବା ଦରକାର ବୋଲି ପ୍ରଫେସର ଦାସ କହିଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ତଥା ତରୁଣ ସାହିତ୍ୟିକ ଡ . ଜ୍ଞାନୀ ଦେବାଶିଷ ମିଶ୍ରଙ୍କ ଅର୍ଥପୂର୍ଣ୍ଣ ସଂଯୋଜନାରେ କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରଭାବୀ ହୋଇଥିଲା । ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ର ଦେବେନ୍ଦ୍ର ଆଚାର୍ଯ୍ୟ ନିଜ ବକ୍ତବ୍ୟ ରଖିଥିବା ବେଳେ ଶେଷରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଡକ୍ଟର ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ନାମରେ ନାମିତ ହେବ ବରମୁଣ୍ଡାର ନବନିର୍ମିତ ବସଷ୍ଟାଣ୍ଡ
Next Articleଚଣ୍ଡିଗଡ଼ ମେୟର ନିର୍ବାଚନ ବିବାଦ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ, କହିଲେ ଗଣତନ୍ତ୍ରର ହତ୍ୟା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
