News Room Odisha
BREAKING
Odia

ପଞ୍ଜାବରେ ଆପକୁ ବଡ଼ ଝଟକା: ଏକମାତ୍ର ସାଂସଦ ସୁଶୀଲ ରିଙ୍କୁ ବିଜେପିରେ ମିଶିଲେ

ଚଣ୍ଡିଗଡ଼: ଲୋକସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଆମ୍ ଆଦମୀ ପାର୍ଟି (ଆପ୍)କୁ ବଡ଼ ଝଟକା ଲାଗିଛି । ଦଳର ଏକମାତ୍ର ସାଂସଦ ସୁଶୀଲ କୁମାର ରିଙ୍କୁ ବୁଧବାର ବିଜେପିରେ ଯୋଗ ଦେଇଛନ୍ତି। ଦଳ ଏଥର ମଧ୍ୟ ରିଙ୍କୁଙ୍କୁ ଜଳନ୍ଧରରୁ ଟିକେଟ୍ ଦେଇଥିଲା। ହେଲେ ସେ ଝାଡ଼ୁ ଛାଡ଼ି ପଦ୍ମ ଧରିଛନ୍ତି। ରିଙ୍କୁଙ୍କ ବ୍ୟତୀତ ଜଳନ୍ଧର ପଶ୍ଚିମରୁ ଆପ୍ ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ଶୀତଳ ଦଳରୁ ଇସ୍ତଫା ଦେଇଥିଲେ । ବିଜେପିରେ [...]

Admin•March 27, 2024
Share Article:

ଚଣ୍ଡିଗଡ଼: ଲୋକସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଆମ୍ ଆଦମୀ ପାର୍ଟି (ଆପ୍)କୁ ବଡ଼ ଝଟକା ଲାଗିଛି । ଦଳର ଏକମାତ୍ର ସାଂସଦ ସୁଶୀଲ କୁମାର ରିଙ୍କୁ ବୁଧବାର ବିଜେପିରେ ଯୋଗ ଦେଇଛନ୍ତି। ଦଳ ଏଥର ମଧ୍ୟ ରିଙ୍କୁଙ୍କୁ ଜଳନ୍ଧରରୁ ଟିକେଟ୍ ଦେଇଥିଲା। ହେଲେ ସେ ଝାଡ଼ୁ ଛାଡ଼ି ପଦ୍ମ ଧରିଛନ୍ତି। ରିଙ୍କୁଙ୍କ ବ୍ୟତୀତ ଜଳନ୍ଧର ପଶ୍ଚିମରୁ ଆପ୍ ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ଶୀତଳ ଦଳରୁ ଇସ୍ତଫା ଦେଇଥିଲେ ।

ବିଜେପିରେ ଯୋଗଦେବା ପରେ ସୁଶୀଲ କୁମାର ରିଙ୍କୁ କହିଛନ୍ତି, ଏହା ସତ ଯେ ମୁଁ ଜଳନ୍ଧରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ନାହିଁ କାରଣ ମୋ ଦଳ (ଆପ୍) ମୋତେ ସମର୍ଥନ କରୁନଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟ ଶୈଳୀ ମୋତେ ପ୍ରଭାବିତ କରିଛି।

ଗତ ବର୍ଷ ଜଲନ୍ଧର ଉପନିର୍ବାଚନରେ ଜିତି ରିଙ୍କୁ ସାଂସଦ ହୋଇଥିଲେ। ସେ ଲୋକସଭାରେ ଆପର ଏକମାତ୍ର ସାଂସଦ ଥିଲେ । ରିଙ୍କୁ ପୂର୍ବରୁ କଂଗ୍ରେସରେ ଥିଲେ। ସେ ୨୭ ଏପ୍ରିଲ ୨୦୨୩ରେ ଆପରେ ଯୋଗ ଦେଇଥିଲେ । ଦିନକ ପରେ ତାଙ୍କୁ ଜଲନ୍ଧର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ଘୋଷଣା କରିଥିଲା ଆପ୍।

ସୂଚନାନୁସାରେ, ବିଜେପିରେ ଯୋଗଦେବା ପରେ ରିଙ୍କୁ ଏବେ ବିଜେପି ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିବା ସମ୍ଭାବନା ରହିଛି।

#Odia#Odisha#News
Share Article:

Related Articles