News Room Odisha
BREAKING
Odia

କେରଳ ମୁଖ୍ୟମନ୍ତ୍ରୀଙ୍କ ଝିଅ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କଲା ଇଡି

କୋଚି: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେରଳର ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ଝିଅ ବୀଣା ବିଜୟନଙ୍କ ସହ ତାଙ୍କ ମାଲିକାନାରେ ଥିବା ଆଇଟି କମ୍ପାନୀ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏକ ବେସରକାରୀ ଖଣି କମ୍ପାନୀ ବୀଣା ଓ ତାଙ୍କ କମ୍ପାନୀକୁ କରିଥିବା ବେଆଇନ ଟଙ୍କା ଟ୍ରାନ୍ସଫର ଅଭିଯୋଗ ସହ ଏହି ମାମଲା ଜଡ଼ିତ। ସୂଚନା ମୁତାବକ, ଇଡି ମନି ଲଣ୍ଡରିଂ ନିରୋଧୀ (ପିଏମ୍ଏଲ୍ଏ) ଆଇନ ଅଧୀନରେ ଏହି ମାମଲା ରୁଜୁ କରିଛି । ଏଥିରେ [...]

Admin•March 27, 2024
Share Article:

କୋଚି: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେରଳର ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ଝିଅ ବୀଣା ବିଜୟନଙ୍କ ସହ ତାଙ୍କ ମାଲିକାନାରେ ଥିବା ଆଇଟି କମ୍ପାନୀ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏକ ବେସରକାରୀ ଖଣି କମ୍ପାନୀ ବୀଣା ଓ ତାଙ୍କ କମ୍ପାନୀକୁ କରିଥିବା ବେଆଇନ ଟଙ୍କା ଟ୍ରାନ୍ସଫର ଅଭିଯୋଗ ସହ ଏହି ମାମଲା ଜଡ଼ିତ।

ସୂଚନା ମୁତାବକ, ଇଡି ମନି ଲଣ୍ଡରିଂ ନିରୋଧୀ (ପିଏମ୍ଏଲ୍ଏ) ଆଇନ ଅଧୀନରେ ଏହି ମାମଲା ରୁଜୁ କରିଛି । ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କେନ୍ଦ୍ରୀୟ ସଂସ୍ଥା ସମନ‌ କରିବା ସମ୍ଭାବନା ରହିଛି। କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଅନୁସନ୍ଧାନକାରୀ ବିଭାଗ ‘ଏସ୍ଏଫ୍ଆଇଓ’ର ଅଭିଯୋଗ ପରେ ଇଡି ନିଜ ଆଡୁ ଏହି ମାମଲା ରୁଜୁ କରିଛି।

ଆୟକର ବିଭାଗର ତଦନ୍ତରେ ଦାବି ହୋଇଥିଲା ଯେ କୋଚିନ୍ ମିନେରାଲ୍ସ ଆଣ୍ଡ ରୁଟାଇଲ୍ ଲିମିଟେଡ୍ (ସିଏମଆରଏଲ୍) ନାମକ ଏକ ବେସରକାରୀ କମ୍ପାନୀ ୨୦୧୮ ରୁ ୨୦୧୯ ମଧ୍ୟରେ ବୀଣାଙ୍କ କମ୍ପାନୀ – ଏକ୍ସାଲୋଜିକ୍ ସଲ୍ୟୁସନ୍ସକୁ ୧.୭୨ କୋଟି ଟଙ୍କା ବେଆଇନ ପେମେଣ୍ଟ କରିଥିଲା, ଯଦିଓ ଏହି ଆଇଟି ଫାର୍ମ ଉକ୍ତ କମ୍ପାନୀକୁ କୌଣସି ସେବା ପ୍ରଦାନ କରିନଥିଲା ବୋଲି ଅଭିଯୋଗ ହୋଇଛି।

ଗତ ମାସରେ କର୍ଣ୍ଣାଟକ ହାଇକୋର୍ଟ ‘ଏସ୍ଏଫ୍ଆଇଓ’ ଦ୍ୱାରା କରାଯାଉଥିବା ତଦନ୍ତ ବିରୋଧରେ ଏକ୍ସାଲୋଜିକ୍ ସଲ୍ୟୁସନ୍ସର ଆବେଦନକୁ ଖାରଜ କରିଦେଇଥିଲେ।

#Odia#Odisha#News
Share Article:

Related Articles