News Room Odisha
BREAKING
Odia

ଠିକାଦାରଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ହାଇସ୍କୁଲ ପ୍ରଧାନଶିକ୍ଷକ

ଭବାନୀପାଟଣା – ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ହାଇସ୍କୁଲ ପ୍ରଧାନଶିକ୍ଷକ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମକରଗୁଡା ତ୍ରିଶକ୍ତି ହାଇସ୍କୁଲର ପ୍ରଧାନଶିକ୍ଷକ ଦ୍ରୋଣାଚାର୍ଯ୍ୟ ତାଣ୍ଡିଙ୍କୁ ଧରିଛି ଭିଜିଲାନ୍ସ ଟିମ୍। ନୂଆ ସ୍କୁଲ୍ କୋଠା ନିର୍ମାଣ କାମର ବିଲ୍‌ କରି ଦେବା ପାଇଁ ପ୍ରଧାନଶିକ୍ଷକ ଦ୍ରୋଣାଚାର୍ଯ୍ୟ ତାଣ୍ଡି ଠିକାଦାର ଜୟରାମ ସାହୁଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ପରେ ଭିଜିଲାନ୍ସ ପକ୍ଷରୁ ପ୍ରଧାନଶିକ୍ଷକଙ୍କ ସ୍କୁଲ ଅଫିସ ଓ [...]

Admin•March 21, 2024
Share Article:

ଭବାନୀପାଟଣା – ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ହାଇସ୍କୁଲ ପ୍ରଧାନଶିକ୍ଷକ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମକରଗୁଡା ତ୍ରିଶକ୍ତି ହାଇସ୍କୁଲର ପ୍ରଧାନଶିକ୍ଷକ ଦ୍ରୋଣାଚାର୍ଯ୍ୟ ତାଣ୍ଡିଙ୍କୁ ଧରିଛି ଭିଜିଲାନ୍ସ ଟିମ୍। ନୂଆ ସ୍କୁଲ୍ କୋଠା ନିର୍ମାଣ କାମର ବିଲ୍‌ କରି ଦେବା ପାଇଁ ପ୍ରଧାନଶିକ୍ଷକ ଦ୍ରୋଣାଚାର୍ଯ୍ୟ ତାଣ୍ଡି ଠିକାଦାର ଜୟରାମ ସାହୁଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ପରେ ଭିଜିଲାନ୍ସ ପକ୍ଷରୁ ପ୍ରଧାନଶିକ୍ଷକଙ୍କ ସ୍କୁଲ ଅଫିସ ଓ ଘରେ ଏକକାଳୀନ ଚଢ଼ାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଏହି ଚଢ଼ାଉ ହୋଇଛି। ଏ ନେଇ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ଭିଜିଲାନ୍ସ।

#Odia#Odisha#News
Share Article:

Related Articles