ପାକିସ୍ତାନର ପୂର୍ବତନ ଟେଷ୍ଟ ଅଧିନାୟକ ସଇଦ ଅହମ୍ମଦଙ୍କ ପରଲୋକ
ଲାହୋର: ପାକିସ୍ତାନର ପୂର୍ବତନ ଟେଷ୍ଟ ଅଧିନାୟକ ତଥା ତାଙ୍କ ସମୟର ମହାନ ବ୍ୟାଟ୍ସମ୍ୟାନ୍ ସଇଦ୍ ଅହମ୍ମଦଙ୍କ ୮୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଅହମ୍ମଦ ୪୧ଟି ଟେଷ୍ଟ ଖେଳିଥିବା ବେଳେ ପାଞ୍ଚ ଶତକ ଏବଂ ୧୬ ଅର୍ଦ୍ଧ ଶତକ ସହ ୨୯୯୧ ରନ୍ କରିଥିଲେ। ଅଫ୍ ସ୍ପିନ୍ ବୋଲିଂ ସହ ସେ ୨୨ ୱିକେଟ୍ ନେଇଥିଲେ। ସେ ୧୯୫୮ ମସିହାରେ ବ୍ରିଜଟାଉନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ସେ ତାଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ [...]
ଲାହୋର: ପାକିସ୍ତାନର ପୂର୍ବତନ ଟେଷ୍ଟ ଅଧିନାୟକ ତଥା ତାଙ୍କ ସମୟର ମହାନ ବ୍ୟାଟ୍ସମ୍ୟାନ୍ ସଇଦ୍ ଅହମ୍ମଦଙ୍କ ୮୬ ବର୍ଷ ବୟସରେ ପରଲୋକ ହୋଇଯାଇଛି ।
ଅହମ୍ମଦ ୪୧ଟି ଟେଷ୍ଟ ଖେଳିଥିବା ବେଳେ ପାଞ୍ଚ ଶତକ ଏବଂ ୧୬ ଅର୍ଦ୍ଧ ଶତକ ସହ ୨୯୯୧ ରନ୍ କରିଥିଲେ। ଅଫ୍ ସ୍ପିନ୍ ବୋଲିଂ ସହ ସେ ୨୨ ୱିକେଟ୍ ନେଇଥିଲେ। ସେ ୧୯୫୮ ମସିହାରେ ବ୍ରିଜଟାଉନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ସେ ତାଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍
୧୯୭୨-୭୩ରେ ଅଷ୍ଟ୍ରେଲିଆ ଗସ୍ତରେ ମେଲବୋର୍ଣ୍ଣରେ ଖେଳିଥିଲେ । କିନ୍ତୁ ସେହି ଗସ୍ତରେ ତାଙ୍କ କ୍ୟାରିୟରର ବିବାଦୀୟ ଅନ୍ତ ଘଟିଥିଲା ।
ସିଡନୀର ଗ୍ରୀନ୍ ପିଚରେ ଡେନିସ୍ ଲିଲିଙ୍କୁ ସାମ୍ନା କରିବାରୁ ବର୍ତ୍ତିବା ପାଇଁ ସେ ଅଣ୍ଟାରେ ଆଘାତ ବାହାନା କରିଥିଲେ। ଶୃଙ୍ଖଳାଗତ କାରଣରୁ ଅହମ୍ମଦଙ୍କୁ ସେହି ଗସ୍ତ ମଝିରୁ ବାଦ୍ ଦିଆଯାଇଥିଲା । ଏବଂ ତା’ପରେ ସେ ଆଉ ପାକିସ୍ତାନ ଦଳରେ କେବେ ସ୍ଥାନ ପାଇନଥିଲେ।
ସଇଦଙ୍କ ସାବତ ଭାଇ ୟୁନିସ୍ ଅହମ୍ମଦ ମଧ୍ୟ ପାକିସ୍ତାନ ପାଇଁ ଚାରିଟି ଟେଷ୍ଟ ଖେଳିଥିଲେ।
ଠିକାଦାରଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ହାଇସ୍କୁଲ ପ୍ରଧାନଶିକ୍ଷକ
Next ArticleState Level World Forestry Day-2024 Observed
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
