News Room Odisha
BREAKING
Odia

ଏପ୍ରିଲ ମାସ ତାତିରେ ରେକର୍ଡ ଭାଙ୍ଗିଲା ବାଲେଶ୍ଵର : ୪୬ ଡିଗ୍ରୀ ଛୁଇଁଲା ପାରା, ଭୁବନେଶ୍ୱରରେ ତାପମାତ୍ରା ୪୫ ଡେଇଁଲା

ଭୁବନେଶ୍ୱର – ଏପ୍ରିଲ ମାସ ତାତିରେ ରେକର୍ଡ ଭାଙ୍ଗିଲା ବାଲେଶ୍ଵର। ସାଢେ ୨ଟା ସୁଦ୍ଧା ବାଲେଶ୍ଵରରେ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହି ତାପମାତ୍ରା ହେଉଛି ଏପ୍ରିଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରାର ସର୍ବକାଳୀନ ରେକର୍ଡ । ଏହା ପୂର୍ବରୁ ୨୦୧୦ ମସିହା ଏପ୍ରିଲ ୨୦ରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା । ଏଣେ ରାଜଧାନୀରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୫ ଡିଗ୍ରୀ ଅତିକ୍ରମ କରିଛି ତାପମାତ୍ରା।ଆଜି ଦିନ [...]

Admin•April 30, 2024
Share Article:

ଭୁବନେଶ୍ୱର – ଏପ୍ରିଲ ମାସ ତାତିରେ ରେକର୍ଡ ଭାଙ୍ଗିଲା ବାଲେଶ୍ଵର। ସାଢେ ୨ଟା ସୁଦ୍ଧା ବାଲେଶ୍ଵରରେ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହି ତାପମାତ୍ରା ହେଉଛି ଏପ୍ରିଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରାର ସର୍ବକାଳୀନ ରେକର୍ଡ ।

ଏହା ପୂର୍ବରୁ ୨୦୧୦ ମସିହା ଏପ୍ରିଲ ୨୦ରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା ।

ଏଣେ ରାଜଧାନୀରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୫ ଡିଗ୍ରୀ ଅତିକ୍ରମ କରିଛି ତାପମାତ୍ରା।ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ୪୫.୪ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ କରାଯାଇଛି।

#Odia#Odisha#News
Share Article:

Related Articles