ସେକ୍ସ୍ ସ୍କାଣ୍ଡାଲ ଝଡ଼ ପରେ ସାଂସଦ ପ୍ରଜ୍ଜ୍ବଳ ରେଭାନ୍ନା ଜେଡିଏସ୍ ରୁ ନିଲମ୍ବିତ
ବେଙ୍ଗାଲୁରୁ: ସେକ୍ସ୍ ସ୍କାଣ୍ଡାଲ ଝଡ଼ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତି ତଥା ସାଂସଦ ପ୍ରଜ୍ଜ୍ବଳ ରେଭାନ୍ନାଙ୍କୁ ଜେଡି(ଏସ୍)ରୁ ନିଲମ୍ବିତ କରାଯାଇଛି। ମଙ୍ଗଳବାର ଜେଡିଏସ୍ କୋର୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯୌନ କେଳେଙ୍କାରୀ ଅଭିଯୋଗରେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଏଚଡି ରେଭେନ୍ନା ଓ ତାଙ୍କ ପୁଅ ପ୍ରଜ୍ଜ୍ବଳ ରେଭାନ୍ନାଙ୍କ ବିରୋଧରେ ଏକ ପୃଥକ ଏଫଆଇଆର ମଧ୍ୟ ରୁଜୁ ହୋଇଛି। ସେକ୍ସ ସ୍କାଣ୍ଡାଲ୍ ଭିଡ଼ିଓ ସାମ୍ନାକୁ ଆସିବା ପରେ ପ୍ରଜ୍ଜ୍ବଳ ରେଭାନ୍ନା ଦେଶ ଛାଡ଼ି [...]
ବେଙ୍ଗାଲୁରୁ: ସେକ୍ସ୍ ସ୍କାଣ୍ଡାଲ ଝଡ଼ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତି ତଥା ସାଂସଦ ପ୍ରଜ୍ଜ୍ବଳ ରେଭାନ୍ନାଙ୍କୁ ଜେଡି(ଏସ୍)ରୁ ନିଲମ୍ବିତ କରାଯାଇଛି। ମଙ୍ଗଳବାର ଜେଡିଏସ୍ କୋର୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯୌନ କେଳେଙ୍କାରୀ ଅଭିଯୋଗରେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଏଚଡି ରେଭେନ୍ନା ଓ ତାଙ୍କ ପୁଅ ପ୍ରଜ୍ଜ୍ବଳ ରେଭାନ୍ନାଙ୍କ ବିରୋଧରେ ଏକ ପୃଥକ ଏଫଆଇଆର ମଧ୍ୟ ରୁଜୁ ହୋଇଛି। ସେକ୍ସ ସ୍କାଣ୍ଡାଲ୍ ଭିଡ଼ିଓ ସାମ୍ନାକୁ ଆସିବା ପରେ ପ୍ରଜ୍ଜ୍ବଳ ରେଭାନ୍ନା ଦେଶ ଛାଡ଼ି ପଳାଇଛନ୍ତି ।
ଏଚଡି ରେଭାନ୍ନା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ (ସେକ୍ୟୁଲାର)ର ରାଷ୍ଟ୍ରୀୟ ସଭାପତି ଏଚଡି ଦେବଗୌଡାଙ୍କ ପୁଅ | ଏଚଡି ରେଭାନ୍ନାଙ୍କ ପୁଅ ପ୍ରଜ୍ଜ୍ବଳ ରେଭାନ୍ନା ବର୍ତ୍ତମାନ କର୍ଣ୍ଣାଟକର ହାସନରୁ ସାଂସଦ ଅଛନ୍ତି। ଏଥର ମଧ୍ୟ ୩୩ ବର୍ଷୀୟ ପ୍ରଜ୍ଜ୍ବଳ ଏହି ଲୋକସଭା ନିର୍ବାଚନମଣ୍ଡଳୀରୁ ଜେଡିଏସ୍-ବିଜେପି ମେଣ୍ଟର ପ୍ରାର୍ଥୀ ହୋଇଛନ୍ତି । ଏହି ଆସନରେ ଏପ୍ରିଲ ୨୬ରେ ମତଦାନ ହୋଇଥିଲା। ପ୍ରଜ୍ଜ୍ବଳ ରେଭାନ୍ନାଙ୍କ ଅନେକ ଅଶ୍ଲୀଳ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ କର୍ଣ୍ଣାଟକ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ଭାଇରାଲ୍ ଭିଡ଼ିଓ ଗୁଡ଼ିକରେ ପ୍ରଜ୍ଜ୍ବଳ ଅନେକ ମହିଳା ଓ ଯୁବତୀମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଦେଖିବାକୁ ମିଳୁଛି ।
ଏହାଛଡ଼ା ନିକଟରେ ପ୍ରଜ୍ଜ୍ବଳ ରେଭାନ୍ନାଙ୍କ ଘରେ ସହାୟିକା ଭାବେ କାମ କରୁଥିବା ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ପ୍ରଜ୍ଜ୍ବଳ ଓ ତାଙ୍କ ବାପାଙ୍କ ବିରୋଧରେ ହାସନ ଜିଲ୍ଲାର ହୋଲେନରାସିରପୁରରେ ଯୌନ ନିର୍ଯାତନା ମାମଲା ରୁଜୁ ହୋଇଛି ।
ମହିଳା ଜଣକ ଅଭିଯୋଗ କରିଛନ୍ତିି ଯେ ସେ ପ୍ରଜ୍ବଳ ରେଭାନ୍ନାଙ୍କ ପତ୍ନୀ ଭବାନୀଙ୍କର ସମ୍ପର୍କୀୟ । ତାଙ୍କ ଘରେ କାମ ଆରମ୍ଭ କରିବାର ୪ ମାସ ପରେ ପ୍ରଜ୍ବଳ ରେଭାନ୍ନା ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ପ୍ରଜ୍ଜ୍ବଳ ତାଙ୍କ ଝିଅକୁ ମଧ୍ୟ ଭିଡିଓ କଲ୍ କରି ଅଶ୍ଳୀଳ କଥା କହୁଥିଲେ। ତାଙ୍କ ଜୀବନ ତଥା ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ଜୀବନ ବିପଦରେ ଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି।
Keonjhar: Ex-NREGA Assistant Sent to Jail after Convicted in Vigilance Trap Case
Next Articleଏପ୍ରିଲ ମାସ ତାତିରେ ରେକର୍ଡ ଭାଙ୍ଗିଲା ବାଲେଶ୍ଵର : ୪୬ ଡିଗ୍ରୀ ଛୁଇଁଲା ପାରା, ଭୁବନେଶ୍ୱରରେ ତାପମାତ୍ରା ୪୫ ଡେଇଁଲା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
