News Room Odisha
BREAKING
Odia

କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ଆଜି ଦେଶବ୍ୟାପୀ ବିଜେପି ଅଫିସ ଘେରିବ ଆପ୍

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି। ଏହାର ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ଆଜି ଦେଶବ୍ୟାପୀ ବିଜେପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ। ଆମ୍ ଆଦମୀ ପାର୍ଟିର ନେତା ଗୋପାଳ ରାୟ, ସୈାରଭ ଭରଦ୍ୱାଜ, ସନ୍ଦୀପ ପଠକ ଏବଂ ଅତିଶୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି । ରାସ୍ତାରୁ କୋର୍ଟ ପର୍ଯ୍ୟନ୍ତ ଆମର ସଂଗ୍ରାମ ଜାରି ରହିବ ବୋଲି ସେ କହିଛନ୍ତି। ଗୋପାଳ ରାୟ [...]

Admin•March 22, 2024
Share Article:

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି। ଏହାର ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ଆଜି ଦେଶବ୍ୟାପୀ ବିଜେପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ। ଆମ୍ ଆଦମୀ ପାର୍ଟିର ନେତା ଗୋପାଳ ରାୟ, ସୈାରଭ ଭରଦ୍ୱାଜ, ସନ୍ଦୀପ ପଠକ ଏବଂ ଅତିଶୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି । ରାସ୍ତାରୁ କୋର୍ଟ ପର୍ଯ୍ୟନ୍ତ ଆମର ସଂଗ୍ରାମ ଜାରି ରହିବ ବୋଲି ସେ କହିଛନ୍ତି। ଗୋପାଳ ରାୟ କହିଛନ୍ତି, ଦୀର୍ଘ ଦିନର ବଳିଦାନ ପରେ ଏହି ଦେଶ ସମ୍ବିଧାନ ପାଇଲା । ଏହା ଜନ ପ୍ରତିନିଧୀ ଚୟନ କରିବାକୁ ଲୋକଙ୍କୁ ଅଧିକାର ଦେଇଥିଲା । କିନ୍ତୁ ଆଜି ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି। କାରଣ କୋର୍ଟରେ ମାମଲା ବିଚାରାଧୀନ ଥିବା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦୀ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଛନ୍ତି। ଏଥିରୁ ସ୍ପଷ୍ଟ ଯେଯଦି କେହି ବିଜେପି ଓ ଏହାର ସରକାର ବିରୋଧରେ ସ୍ବର ଉଠାଇବାକୁ ସାହସ କରନ୍ତି, ତେବେ ତାଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତିି ।

ଗୋପାଳ ରାୟ କହିଛନ୍ତି ଯେ ଯଦି ବିଜେପି ଭାବୁଛି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରି ସେମାନେ ଆପକୁ ଧ୍ୱଂସ କରିଦେବେ ଏବଂ ବିରୋଧୀଙ୍କୁ ଦାବି ଦେବେ, ତେବେ ସେମାନେ ଭୁଲ୍ କରୁଛନ୍ତି। ସମସ୍ତେ ଏକାଠି ଏହି ଯୁଦ୍ଧ ଲଢ଼ିବେ। ଆଜି ଆମେ ସକାଳ ୧୦ଟାରେ ଦେଶର ସମସ୍ତ ବିଜେପି ମୁଖ୍ୟାଳୟ ସମ୍ମୁଖରେ କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ବିରୋଧ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ସେ କହିଛନ୍ତିି।

ଦିଲ୍ଲୀର ସରକାରୀ ମନ୍ତ୍ରୀ ତଥା ଆପ୍ ନେତ୍ରୀ ଅତିଶୀ କହିଛନ୍ତି, ଦୁଇ ବର୍ଷର ତଦନ୍ତରେ ସିବିଆଇ କିମ୍ବା ଇଡି ଗୋଟିଏ ପଇସା ମଧ୍ୟ ପାଇ ନାହାଁନ୍ତି, କିନ୍ତୁ ନିର୍ବାଚନ ଘୋଷଣା ହେବା ମାତ୍ରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି। ସେ କହିଛନ୍ତି, ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି, ଗୋଟିଏ ଦଳ (କଂଗ୍ରେସ)ର ଆକାଉଣ୍ଟ ଫ୍ରିଜ୍ କରାଯାଇଛି। ଇଡିକୁ ଅସ୍ତ୍ର କରି ରାଜନୀତି କରିବା ବନ୍ଦ କରୁ ବିଜେପି । ଆମର ସଂଗ୍ରାମ ରାସ୍ତାରୁ କୋର୍ଟ ପର୍ଯ୍ୟନ୍ତ ଚାଲିବ | ଗିରଫ ବିରୋଧରେ ଆମେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛୁ। ଆଜି ସୁପ୍ରିମକୋର୍ଟରେ ଏହାର ଶୁଣାଣି ହେବ ବୋଲି ସେ କହିଛନ୍ତିି । ଏହି ଲଢେଇରେ ‘ଇଣ୍ଡିଆ’ ମେଣ୍ଟର ସବୁ ଦଳ ଏକାଠି ଅଛନ୍ତି ବୋଲି ସେ କହିଛନ୍ତିି।

#Odia#Odisha#News
Share Article:

Related Articles