News Room Odisha
BREAKING
Odia

ପ୍ରଶ୍ନ ପାଇଁ ଲାଞ୍ଚ ମାମଲା: ମହୁଆ ମୈତ୍ରଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ଲୋକପାଲଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ସିବିଆଇ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି। ବିଜେପି ନେତା ତଥା ଲୋକସଭା ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗ ପରେ ସିବିଆଇ ଏହି ମାମଲାରେ ମହୁଆଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ନିଷ୍କର୍ଷ ଆଧରରେ ଲୋକପାଲ ସିବିଆଇକୁ ମହୁଆ ମୈତ୍ରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କହିଥିଲେ। ମହୁଆଙ୍କ ବିରୋଧରେ ଅଭିଯୋଗର ସମସ୍ତ ଦିଗ ତଦନ୍ତ ସହ [...]

Admin•March 22, 2024
Share Article:

ନୂଆଦିଲ୍ଲୀ: ଲୋକପାଲଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ସିବିଆଇ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି।

ବିଜେପି ନେତା ତଥା ଲୋକସଭା ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗ ପରେ ସିବିଆଇ ଏହି ମାମଲାରେ ମହୁଆଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ନିଷ୍କର୍ଷ ଆଧରରେ ଲୋକପାଲ ସିବିଆଇକୁ ମହୁଆ ମୈତ୍ରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କହିଥିଲେ। ମହୁଆଙ୍କ ବିରୋଧରେ ଅଭିଯୋଗର ସମସ୍ତ ଦିଗ ତଦନ୍ତ ସହ ୬ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ କହିଛନ୍ତି ଲୋକପାଳ ।

ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ଲାଞ୍ଚ ନେଇ ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ପ୍ରଶ୍ନ ପଚାରିବା ଅଭିଯୋଗରେ ବର୍ଷ ଡିସେମ୍ବରରେ ମହୁଆ ମୈତ୍ରଙ୍କୁ ଲୋକସଭାରୁ ବହିଷ୍କାର କରିଥିଲେ ବାଚସ୍ପତି। ସଂସଦରୁ ତାଙ୍କ ବହିଷ୍କାରକୁ ଏହି ଟିଏମସି ନେତ୍ରୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତେବେ ସୁପ୍ରିମକୋର୍ଟ ତାଙ୍କ ଆବେଦନ ଖାରଜ କରିଦେଇଥିଲେ। ଆଗାମୀ ଲୋକସଭା ନିର୍ବାଚନ ପାଇଁ ଟିଏମସି ଏଥର ମଧ୍ୟ ମହୁଆଙ୍କୁ ପଶ୍ଚିମବଙ୍ଗର କୃଷ୍ଣନଗର ଆସନରୁ ପ୍ରାର୍ଥୀ କରିଛି।

#Odia#Odisha#News
Share Article:

Related Articles