News Room Odisha
BREAKING
Odia

କେଜ୍ରିୱାଲଙ୍କ ଗିରଫଦାରି ପ୍ରତିବାଦରେ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ଆପ୍, ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରିକୁ ବିରୋଧ କରି ଆମ୍ ଆଦମୀ ପାର୍ଟି (ଆପ୍) ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ଘେରାଉ କରିବ । ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଆବାସିକ ଠିକଣା ୭, ଲୋକ କଲ୍ୟାଣ ମାର୍ଗରେ ସୁରକ୍ଷା କଡ଼ାକଡ଼ି କରିଛି। ଜାତୀୟ ରାଜଧାନୀର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସୁରକ୍ଷା ବୃଦ୍ଧି କରାଯାଇଛି। ଆପର ପ୍ରସ୍ତାବିତ ବିକ୍ଷୋଭ ଯୋଗୁଁ ନୂଆଦିଲ୍ଲୀ ଏବଂ କେନ୍ଦ୍ରୀୟ ଦିଲ୍ଲୀ ଅଞ୍ଚଳରେ ଟ୍ରାଫିକ ପ୍ରଭାବିତ ହୋଇପାରେ [...]

Admin•March 26, 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରିକୁ ବିରୋଧ କରି ଆମ୍ ଆଦମୀ ପାର୍ଟି (ଆପ୍) ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ଘେରାଉ କରିବ । ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଆବାସିକ ଠିକଣା ୭, ଲୋକ କଲ୍ୟାଣ ମାର୍ଗରେ ସୁରକ୍ଷା କଡ଼ାକଡ଼ି କରିଛି।

ଜାତୀୟ ରାଜଧାନୀର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସୁରକ୍ଷା ବୃଦ୍ଧି କରାଯାଇଛି। ଆପର ପ୍ରସ୍ତାବିତ ବିକ୍ଷୋଭ ଯୋଗୁଁ ନୂଆଦିଲ୍ଲୀ ଏବଂ କେନ୍ଦ୍ରୀୟ ଦିଲ୍ଲୀ ଅଞ୍ଚଳରେ ଟ୍ରାଫିକ ପ୍ରଭାବିତ ହୋଇପାରେ ବୋଲି ଦିଲ୍ଲୀ ଟ୍ରାଫିକ ପୋଲିସର ଜଣେ ଅଧିକାରୀ କହିଛନ୍ତି। ଏହି ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି। ଏହାଛଡ଼ା ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଖପାଖ ଅଞ୍ଚଳରେ ଧାରା ୧୪୪ ଲାଗୁ ହୋଇଛି । ତେଣୁ ସେଠାରେ କାହାକୁ ବି ବିରୋଧ କରିବାକୁ ଦିଆଯିବ ନାହିଁ ବୋଲି ଦିଲ୍ଲୀ ପୋଲିସ କହିଛି ।

କେଜ୍ରିୱାଲଙ୍କ ଗିରଫଦାରି ବିରୋଧରେ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବା ଯୋଜନା ନେଇ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଗୋପାଳ ରାୟ ଘୋଷଣା କରିଛନ୍ତି। ସେ ଆହୁରି କହିଛନ୍ତି ଯେ ଏହି ପ୍ରସଙ୍ଗରେ ଦେଶବ୍ୟାପୀ ଏକ ବଡ଼ ଆନ୍ଦୋଳନର ଆୟୋଜନ କରାଯିବ।

ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ସେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ । କେଜ୍ରିୱାଲଙ୍କୁ ଅବକାରୀ ନୀତିର “ମାଷ୍ଟରମାଇଣ୍ଡ ଏବଂ କିଙ୍ଗପିନ୍” ବୋଲି ଦାବି କରିଛି ଇଡି।

#Odia#Odisha#News
Share Article:

Related Articles