‘ମୋଦୀ-ମୋଦୀ’ ସ୍ଲୋଗାନ ଦେଉଥିବା ଯୁବକଙ୍କୁ ଚାପୁଡ଼ା ମାରିବା ଉଚିତ୍”, କର୍ଣ୍ଣାଟକ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ
ବେଙ୍ଗାଲୁରୁ: କର୍ଣ୍ଣାଟକ ମନ୍ତ୍ରୀ ଶିବରାଜ ଟାଙ୍ଗଡାଗିଙ୍କ ମନ୍ତବ୍ୟ ନେଇ ବିବାଦ ସୃଷ୍ଟି ହୋଇଛି । ଟାଙ୍ଗଡାଗି କହିଛନ୍ତି, ‘ମୋଦୀ-ମୋଦୀ’ ସ୍ଲୋଗାନ ଦେଉଥିବା ଯୁବକ ଓ ଛାତ୍ରଙ୍କୁ ଚାପୁଡ଼ା ମାରିବା ଉଚିତ୍।” କର୍ଣ୍ଣାଟକର ଏହି ମନ୍ତ୍ରୀ ମଧ୍ୟ ବେକାରୀ ସମସ୍ୟା ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତିି । ପ୍ରତି ବର୍ଷ ଦୁଇ କୋଟି ଚାକିରି ଯୋଗାଇବା ପ୍ରତିଶ୍ରୁତିକୁ ବିଜେପି ପୂରଣ କରୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। କନ୍ନଡ ଓ [...]
ବେଙ୍ଗାଲୁରୁ: କର୍ଣ୍ଣାଟକ ମନ୍ତ୍ରୀ ଶିବରାଜ ଟାଙ୍ଗଡାଗିଙ୍କ ମନ୍ତବ୍ୟ ନେଇ ବିବାଦ ସୃଷ୍ଟି ହୋଇଛି । ଟାଙ୍ଗଡାଗି କହିଛନ୍ତି, ‘ମୋଦୀ-ମୋଦୀ’ ସ୍ଲୋଗାନ ଦେଉଥିବା ଯୁବକ ଓ ଛାତ୍ରଙ୍କୁ ଚାପୁଡ଼ା ମାରିବା ଉଚିତ୍।”
କର୍ଣ୍ଣାଟକର ଏହି ମନ୍ତ୍ରୀ ମଧ୍ୟ ବେକାରୀ ସମସ୍ୟା ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତିି । ପ୍ରତି ବର୍ଷ ଦୁଇ କୋଟି ଚାକିରି ଯୋଗାଇବା ପ୍ରତିଶ୍ରୁତିକୁ ବିଜେପି ପୂରଣ କରୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
କନ୍ନଡ ଓ ସଂସ୍କୃତି ମନ୍ତ୍ରୀ ଟାଙ୍ଗଡାଗି କହିଛନ୍ତିି, ଆଗାମୀ ଲୋକସଭା ନିର୍ବାଚନ ପାଇଁ ନିଜ ଲାଗି ଭୋଟ୍ ମାଗିବା ନେଇ ବିଜେପିକୁ ଲାଜ ଲାଗିବା ଉଚିତ । କାରଣ ଦଳ ବିକାଶ କ୍ଷେତ୍ରରେ ମଧ୍ୟ ଫେଲ୍ ମାରିଛି। ସେମାନେ କୌଣସି ଗୋଟିଏ ବି ବିକାଶ କାର୍ଯ୍ୟ କରିନାହାନ୍ତି । କେଉଁ ମୁହଁରେ ସେମାନେ ଭୋଟ୍ ମାଗୁଛନ୍ତି ? ସେମାନେ ଦୁଇ କୋଟି ଚାକିରି ଦେବା ପ୍ରତିଶ୍ରୁତି ଦେଇଥିଲେ। ସେମାନେ କାହାକୁ ଚାକିରି ଦେଇଛନ୍ତି କି? ଯେତେବେଳେ ଆପଣ ଚାକିରି କଥା ପଚାରିବେ, ସେମାନେ କୁହନ୍ତି – ପକୋଡ଼ା ବିକ | ସେମାନଙ୍କୁ ଲଜ୍ଜା ଲାଗିବା କଥା। ”
କୋପାଲ ଜିଲ୍ଲାର କରତାଗି ଠାରେ କଂଗ୍ରେସ କର୍ମୀମାନଙ୍କର ଏକ ବୈଠକକୁ ସମ୍ବୋଧିତ କରି ସେ କହିଛନ୍ତି, ଯଦି କୌଣସି ଛାତ୍ର କିମ୍ବା ଯୁବକ ତଥାପି ‘ମୋଦୀ-ମୋଦୀ’ କୁହନ୍ତି ତେବେ ସେମାନଙ୍କୁ ଚାପୁଡ଼ା ମାରିବା ଉଚିତ।
ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ବିଜେପିର ବରିଷ୍ଠ ନେତା ତଥା ଦଳର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ସିଟି ରବି କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ମନ୍ତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ନିର୍ବାଚନ କମିଶନଙ୍କୁ ଦାବି କରିଛି। ଏହା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ବୋଲି କହି ବିଜେପି କହିଛି ଯେ ତାଙ୍କୁ ନିର୍ବାଚନ ପ୍ରକ୍ରିୟା ତଥା କଂଗ୍ରେସ ସପକ୍ଷରେ ପ୍ରଚାର କରିବାକୁ ବାରଣ କରାଯାଉ।
କେଜ୍ରିୱାଲଙ୍କ ଗିରଫଦାରି ପ୍ରତିବାଦରେ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ଆପ୍, ସୁରକ୍ଷା କଡ଼ାକଡ଼ି
Next Articleସାରା ରାଜ୍ୟରେ ବାସନ୍ତିକ ପର୍ବ ହୋଲିର ମହକ : ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
