News Room Odisha
BREAKING
Odia

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ରାମ ମନ୍ଦିର ଉଦଘାଟନକୁ ମୁସଲିମ ପର୍ସନାଲ ଲ’ ବୋର୍ଡର ବିରୋଧ, କହିଲା ଧର୍ମନିରପେକ୍ଷତାର ହତ୍ୟା

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଓ କର୍ତ୍ତା ହେବେ । ତେବେ ଏହାକୁ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ (ଏଆଇଏମପିଏଲବି) ଦୃଢ଼ ବିରୋଧ କରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ରାମ ମନ୍ଦିରର ଉଦଘାଟନ ନ୍ୟାୟ ଏବଂ ଧର୍ମନିରପେକ୍ଷତାର ହତ୍ୟା ବୋଲି କହିଛି ଏଆଇଏମପିଏଲବି । ଏହାଛଡ଼ା ବୋର୍ଡ ସବୁ ମୁସଲିମଙ୍କୁ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ [...]

Admin•January 14, 2024
Share Article:

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଓ କର୍ତ୍ତା ହେବେ । ତେବେ ଏହାକୁ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ (ଏଆଇଏମପିଏଲବି) ଦୃଢ଼ ବିରୋଧ କରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ରାମ ମନ୍ଦିରର ଉଦଘାଟନ ନ୍ୟାୟ ଏବଂ ଧର୍ମନିରପେକ୍ଷତାର ହତ୍ୟା ବୋଲି କହିଛି ଏଆଇଏମପିଏଲବି । ଏହାଛଡ଼ା ବୋର୍ଡ ସବୁ ମୁସଲିମଙ୍କୁ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ମଧ୍ୟ କହିଛି।

ମୁସଲିମ ପର୍ସନାଲ ଲ ’ବୋର୍ଡର ଅଧ୍ୟକ୍ଷ ଖାଲିଦ ସାଇଫୁଲ୍ଲା ରହମାନ ଫେସବୁକରେ ଜାରି ଏକ ପ୍ରେସ୍ ନୋଟରେ କହିଛନ୍ତି, ଯଦି ଜାନୁୟାରୀ ୨୨ରେ ଜଣେ ବି ମୁସଲମାନ ଦୀପ ଜାଳନ୍ତି କିମ୍ବା ବହୁଇଶ୍ବରବାଦୀ ସ୍ଲୋଗାନ ଦିଅନ୍ତି ତେବେ ଏହା ମୁସଲିମ ବିରୋଧୀ ବୋଲି ଧରାଯିବ। ଉଲ୍ଲେଖଯୋଗ୍ୟ, ଜାନୁଆରୀ ୨୨ ଦିନ ଘରେ ଦୀପ ଜାଳି ‘ଦୀପାବଳି’ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଆହ୍ବାନ କରିଥିଲେ ।

ସେ କହିଛନ୍ତି, “ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା ଅତି ନିଷ୍ଠୁରତା ଉପରେ ଆଧାରିତ; କାରଣ ସୁପ୍ରିମକୋର୍ଟ ମଧ୍ୟ ସ୍ବୀକାର କରିଛନ୍ତି ଯେ ଏହା (ମସଜିଦ) ତଳେ କୌଣସି ମନ୍ଦିର ନଥିଲା ଯାହାକୁ ଭାଙ୍ଗି ମସଜିଦ ନିର୍ମାଣ କରାଯାଇଥିଲା ବୋଲି ଦାବି ହୋଇଥିଲା । ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ଶ୍ରୀ ରାମଚନ୍ଦ୍ର ଜନ୍ମ ହୋଇଥିଲେ ବୋଲି ମଧ୍ୟ କୌଣସି ପ୍ରମାଣ ନାହିଁ । କିନ୍ତୁ କୋର୍ଟ ଆଇନରୁ ହଟି ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟର ଏକ ଆସ୍ଥା ଆଧାରରେ ରାୟ ଶୁଣାଇଥିଲେ ଯାହା ହିନ୍ଦୁ ଭାଇମାନଙ୍କ ପବିତ୍ର ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ କରାଯାଇ ନାହିଁ । ନ୍ୟାୟ ଓ ଦେଶର ଗଣତନ୍ତ୍ର ଉପରେ ଏହା ଏକ ବଡ଼ ଆକ୍ରମଣ।

ସେ କହିଛନ୍ତି, “ସୁପ୍ରିମକୋର୍ଟଙ୍କ ପ୍ରତି ସମ୍ମାନ କାରଣରୁ ମୁସଲିମମାନେ ଏହି ରାୟ ଉପରେ ନୀରବ ରହିଛନ୍ତି। କିନ୍ତୁ ଏପରି ରାୟ ସେମାନଙ୍କୁ ଆଘାତ ଦେଇଛି । ବର୍ତ୍ତମାନ ଏହି ରାୟ ଆଧାରରେ ଏକ ମସଜିଦ ସ୍ଥାନରେ ରାମ ମନ୍ଦିର ନିର୍ମାଣ ହେଉଛି । ଏଥିରେ ସରକାର ଏବଂ ମନ୍ତ୍ରୀ ମାନଙ୍କ ବିଶେଷ ଆଗ୍ରହ ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏହାର ଉଦଘାଟନ ନ୍ୟାୟ ଏବଂ ଧର୍ମନିରପେକ୍ଷତାର ହତ୍ୟା ଅଟେ। ଏବଂ ରାଜନୈତିକ ଉଦ୍ଦେଶ୍ୟରେ ଏହାର ପ୍ରଚାର କରାଯିବା ସଂଖ୍ୟାଲଘୁଙ୍କ କ୍ଷତରେ ଲୁଣ ପକାଇବା ଭଳି ହୋଇଛି। ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ ସରକାରଙ୍କ ଏହି ଅଣ ଧର୍ମନିରପେକ୍ଷ ତଥା ଅଗଣତାନ୍ତ୍ରିକ ମନୋଭାବକୁ ଦୃଢ଼ ନିନ୍ଦା କରୁଛି ।

#Odia#Odisha#News
Share Article:

Related Articles