News Room Odisha
BREAKING
Odia

ଧରାପଡିଲେ ଲୋକଙ୍କୁ ଠକୁଥିବା ମନସ୍ତତ୍ତ୍ୱ ଅଧ୍ୟାପକ

ଭୁବନେଶ୍ୱର – ଧରାପଡ଼ିଲା ଶିକ୍ଷିତ ଠକ । ଅଧ୍ୟାପନା କରି ବି ଲୋକଙ୍କୁ ମିଠା ମିଠା କଥା କହି ଲୁଟୁଥିବା ଜଣେ ଯୁବକକୁ ଗିରଫ କରାଯାଇଛି। ନିଜକୁ ଭିଜିଲାନ୍ସ ଏସପି ଭାବେ ପରିଚୟ ଦେଇ ଜଣେ ଠିକାଦାରଙ୍କଠାରୁ ୭ ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଜଣେ ଠକକୁ ସାଇବର ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ମନୋଜ କୁମାର ମାଝୀ । ତାଠାରୁ ନଗଦ ୨ ଲକ୍ଷ ୬୦ [...]

Admin•January 14, 2024
Share Article:

ଭୁବନେଶ୍ୱର – ଧରାପଡ଼ିଲା ଶିକ୍ଷିତ ଠକ । ଅଧ୍ୟାପନା କରି ବି ଲୋକଙ୍କୁ ମିଠା ମିଠା କଥା କହି ଲୁଟୁଥିବା ଜଣେ ଯୁବକକୁ ଗିରଫ କରାଯାଇଛି। ନିଜକୁ ଭିଜିଲାନ୍ସ ଏସପି ଭାବେ ପରିଚୟ ଦେଇ ଜଣେ ଠିକାଦାରଙ୍କଠାରୁ ୭ ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଜଣେ ଠକକୁ ସାଇବର ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ମନୋଜ କୁମାର ମାଝୀ । ତାଠାରୁ ନଗଦ ୨ ଲକ୍ଷ ୬୦ ହଜାର ଟଙ୍କା ସହ ବିଭିନ୍ନ ବ୍ୟାଙ୍କର ୬ଟି ଏଟିଏମ୍ କାର୍ଡ ଓ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରାଯାଇଛି।

ପୋଲିସ କହିଛି ଯେ, ଗତ ବର୍ଷ ମେ’ ୩୧ ତାରିଖରେ ରାୟଗଡ଼ାର ମନୋଜ କୁମାର ଚୌଧୁରୀ ନାମକ ଜଣେ ଠିକାଦାର ଅଭିଯୁକ୍ତଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ।

ଅଭିଯୋଗ ଅନୁସାରେ ମନୋଜ କୁମାର ମାଝୀ ନିଜକୁ ଭିଜିଲାନ୍ସ ଏସ୍‌ପି ଭାବେ ପରିଚୟ ଦେଇ ମନୋଜ କୁମାର ଚୌଧୁରୀଙ୍କୁ ଫୋନ୍ କରିଥିଲେ । ଭିଜିଲାନ୍ସ ବିଭାଗର କୋଠା ନିର୍ମାଣ ପାଇଁ କାମ ଦେବାକୁ କହି ଠକ ମନୋଜ ଠିକାଦାରଙ୍କଠାରୁ ପ୍ରଥମେ ୫ ଲକ୍ଷ ଓ ପରେ ୨ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ। କିନ୍ତୁ ଟଙ୍କା ପାଇବା ପରେ ତାଙ୍କ ମୋବାଇଲ ସୁଇଚ୍ ଅଫ୍ ହୋଇଯାଇଥିଲା ବୋଲି ଅଭିଯୋଗ କରିଥିଲେ ଠିକାଦାର।

ଠିକାଦାରଙ୍କ ଅଭିଯୋଗ ପରେ ସାଇବର ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ଠକ ମନୋଜ କୁମାର ମାଝୀକୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ମନୋଜ କୁମାର ମାଝୀ ମୟୂରଭଞ୍ଜ ଜିଲ୍ଲା ଉଦଳାର ଝାଡ଼େଶ୍ୱରୀ କଲେଜରେ ସାଇକୋଲୋଜିର ଅଧ୍ୟାପକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ସେ ଠକେଇ କାମରେ ବି ଲିପ୍ତ ଥିଲା । ତ ନାଁରେ ଗଞ୍ଜାମ, ପୁରୀ ଓ ମୟୂରଭଞ୍ଜ ଜିଲ୍ଲାରେ ୫ଟି ମାମଲା ରହିଛି ବୋଲି ପୋଲିସ କହିଛି।

#Odia#Odisha#News
Share Article:

Related Articles