News Room Odisha
BREAKING
Odia

ବିଲକିସ୍ ବାନୋ ମାମଲାର ସମସ୍ତ ୧୧ ଦୋଷୀଙ୍କ ଆତ୍ମସମର୍ପଣ

ଗୋଧ୍ରା: ବିଲକିସ୍ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା ମାମଲାର ସମସ୍ତ ୧୧ ଦୋଷୀ ଆତ୍ମସମର୍ପଣ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୧୧ ଜଣ ଦୋଷୀ ରବିବାର ବିଳମ୍ବିତ ରାତିରେ ଗୁଜରାଟର ପଞ୍ଚମହଲ ଜିଲ୍ଲାର ଗୋଧ୍ରା ସବ୍ ଜେଲରେ ଆତ୍ମସମର୍ପଣ କରିଥିଲେ । ଗୋଧ୍ରା କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଏନ.ଏଲ୍ ଦେଶାଇ ଏହି ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାର ଦୋଷୀମାନଙ୍କୁ ଜାନୁଆରୀ ୨୧ ସୁଦ୍ଧା ଆତ୍ମମମର୍ପଣ କରିବାକୁ କହିଥିଲେ। କୋର୍ଟଙ୍କ ଦ୍ବାରା [...]

Admin•January 22, 2024
Share Article:

ଗୋଧ୍ରା: ବିଲକିସ୍ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା ମାମଲାର ସମସ୍ତ ୧୧ ଦୋଷୀ ଆତ୍ମସମର୍ପଣ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୧୧ ଜଣ ଦୋଷୀ ରବିବାର ବିଳମ୍ବିତ ରାତିରେ ଗୁଜରାଟର ପଞ୍ଚମହଲ ଜିଲ୍ଲାର ଗୋଧ୍ରା ସବ୍ ଜେଲରେ ଆତ୍ମସମର୍ପଣ କରିଥିଲେ । ଗୋଧ୍ରା କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଏନ.ଏଲ୍ ଦେଶାଇ ଏହି ସୂଚନା ଦେଇଛନ୍ତି।

ସୁପ୍ରିମକୋର୍ଟ ଏହି ମାମଲାର ଦୋଷୀମାନଙ୍କୁ ଜାନୁଆରୀ ୨୧ ସୁଦ୍ଧା ଆତ୍ମମମର୍ପଣ କରିବାକୁ କହିଥିଲେ। କୋର୍ଟଙ୍କ ଦ୍ବାରା ଧାର୍ଯ୍ୟ ସମୟସୀମା ପାଳନ ପୂର୍ବକ ସେମାନେ ଜାନୁଆରୀ ୨୧ ମଧ୍ୟରାତ୍ରି ପୂର୍ବରୁ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ସରେଣ୍ଡର କରିଥିଲେ ।

ଏହି ମାମଲାରେ ୧୧ ଜଣ ଦୋଷୀଙ୍କୁ ଆଗୁଆ ମୁକ୍ତ କରିବା ନେଇ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଜାନୁଆରୀ ୮ରେ ରଦ୍ଦ କରିଦେଇଥିଲେ। କ୍ଷମତାର ଅପବ୍ୟବହାର କରିଥିବାରୁ କୋର୍ଟ ରାଜ୍ୟ ସରକାରକୁ ଭର୍ତ୍ସନା କରିଥିଲେ। ଦୋଷୀମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ ଜେଲ୍ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ତେବେ ଗତ ଶୁକ୍ରବାର ୧୧ ଦୋଷୀ ପୁଣି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇ ଆତ୍ମସମର୍ପଣ କରିବାକୁ ଅଧିକ ସମୟ ଦେବାକୁ ଆବେଦନ କରିଥିଲେ । କିନ୍ତୁ କୋର୍ଟ ସେମାନଙ୍କ ଆବେଦନ ଖାରଜ କରି ରବିବାର ସୁଦ୍ଧା ସରେଣ୍ଡର କରିବାକୁ କହିଥିଲେ ।

ଏହି ୧୧ ଜଣ ଦୋଷୀ ହେଲେ ବାକାଭାଇ ବୋହାନିଆ, ବିପିନ ଚନ୍ଦ୍ର ଯୋଶୀ, କେଶରଭାଇ ବୋହାନିଆ, ଗୋବିନ୍ଦ ନାଇ, ଜସୱନ୍ତ ନାଇ, ମିତେଶ ଭଟ୍ଟ, ପ୍ରଦୀପ ମୋରାଧିୟା, ରାଧେଶ୍ୟାମ ଶାହ, ରାଜୁଭାଇ ସୋନି, ରମେଶ ଚନ୍ଦନା ଏବଂ ଶୈଳେଶ ଭଟ୍ଟ।

#Odia#Odisha#News
Share Article:

Related Articles