News Room Odisha
BREAKING
Odia

ଆଜି ପୁରୀ ଆସିବ ପରିକ୍ରମା ପ୍ରକଳ୍ପ ଉତ୍ସବ ପାଇଁ ସଂଗୃହୀତ ‘ଅର୍ପଣ’ ଦାନ : ଶ୍ରୀମନ୍ଦିର ଡୋନେସନ ସେଲରେ କରାଯିବ ଜମା

ପୁରୀ- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ ପାଇଁ ରାଜ୍ୟରେ ‘ଅର୍ପଣ ରଥ’ ଦ୍ୱାରା ଘରୁ ଘରୁ ସଂଗୃହୀତ ସାମଗ୍ରୀ ଏବଂ ଦାନ ଅର୍ଥ ଶ୍ରୀକ୍ଷେତ୍ର ଆସିବ। ଏସବୁ ମହାପ୍ରଭୁଙ୍କ କାମରେ ହିଁ ଲାଗିବ। ତେବେ ସଂଗୃହୀତ ଦାନ ଟଙ୍କା ଶ୍ରୀମନ୍ଦିର ଡୋନେସନ୍‌‌ ସେଲ୍‌ରେ ଜମା ହେବ। ପ୍ରତି ଜିଲ୍ଲାରୁ ପ୍ରତିନିଧି ଏହି ଟଙ୍କା ଆଣି ଶ୍ରୀମନ୍ଦିର କାର୍ଯ୍ୟାଳୟ ଡୋନେସନ୍‌‌ ସେଲ୍‌ରେ ଦେବେ। ଆଜିଠୁ ୨୫ତାରିଖ ପର୍ଯ୍ୟନ୍ତ ଏହି ସେଲ୍‌ରେ ସଂଗୃହୀତ ଦାନ ଟଙ୍କା ଦିଆଯିବ। ଏଥିପାଇଁ ସ୍ୱତନ୍ତ୍ର [...]

Admin•January 22, 2024
Share Article:

ପୁରୀ- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ ପାଇଁ ରାଜ୍ୟରେ ‘ଅର୍ପଣ ରଥ’ ଦ୍ୱାରା ଘରୁ ଘରୁ ସଂଗୃହୀତ ସାମଗ୍ରୀ ଏବଂ ଦାନ ଅର୍ଥ ଶ୍ରୀକ୍ଷେତ୍ର ଆସିବ। ଏସବୁ ମହାପ୍ରଭୁଙ୍କ କାମରେ ହିଁ ଲାଗିବ। ତେବେ ସଂଗୃହୀତ ଦାନ ଟଙ୍କା ଶ୍ରୀମନ୍ଦିର ଡୋନେସନ୍‌‌ ସେଲ୍‌ରେ ଜମା ହେବ। ପ୍ରତି ଜିଲ୍ଲାରୁ ପ୍ରତିନିଧି ଏହି ଟଙ୍କା ଆଣି ଶ୍ରୀମନ୍ଦିର କାର୍ଯ୍ୟାଳୟ ଡୋନେସନ୍‌‌ ସେଲ୍‌ରେ ଦେବେ। ଆଜିଠୁ ୨୫ତାରିଖ ପର୍ଯ୍ୟନ୍ତ ଏହି ସେଲ୍‌ରେ ସଂଗୃହୀତ ଦାନ ଟଙ୍କା ଦିଆଯିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ଏହି ଟଙ୍କା ଗଣତି କରି ରଖିବେ। ସେହିପରି ସଂଗୃହୀତ ଗୁଆ, ଅରୁଆ ଚାଉଳ ଓ ନଡ଼ିଆ ଆଣି ପ୍ରତ୍ୟେକ ଜିଲ୍ଲାରୁ ଭକ୍ତମାନେ ପୁରୀ ଆସିବେ। ଏହି କାର୍ଯ୍ୟକ୍ରମ ଆସନ୍ତା ୨୪ତାରିଖରୁ ଆରମ୍ଭ କରାଯିବ। ନିଜ ଜିଲ୍ଲାରୁ ବସ୍‌‌ରେ ଲୋକମାନେ ୨୪ ତାରିଖରେ ବାହାରିବେ। ୨୫ ତାରିଖରେ ଅରୁଆ ଚାଉଳ, ଗୁଆ ଗୁଣ୍ଡିଚା ମନ୍ଦିରରେ ସେମାନଙ୍କଠାରୁ ଗ୍ରହଣ କରାଯିବ। ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ବିଭିନ୍ନ ପଞ୍ଚାୟତରୁ ପ୍ରାୟ ୧୦ହଜାର ଲୋକ ଆସି ପ୍ରଥମେ ସଙ୍ଗମ ପାର୍କିଂରେ ପହଞ୍ଚିବେ।

ସେମାନେ ଆଣିଥିବା ଗୁଆ, ଅରୁଆ ଚାଉଳ, ନଡ଼ିଆ ଆଦି ଦେବା ପରେ ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲିବେ ।

#Odia#Odisha#News
Share Article:

Related Articles