News Room Odisha
BREAKING
Odia

ଗାନ୍ଧୀନଗର ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ଅମିତ ଶାହ

ଗାନ୍ଧୀନଗର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧୀନଗର ଲୋକସଭା ଆସନରୁ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ କରିବା ପରେ ଅମିତ ଶାହ କହିଛନ୍ତି, ଏହି ଆସନରୁ ମୁଁ ଜଣେ ବୁଥ କର୍ମଚାରୀରୁ ସଂସଦ ଯାଏଁ ଯାତ୍ରା କରିଛି। ଯେଉଁ ଆସନରୁ ଆଡଭାନୀ ଜୀ, ଅଟଳ ଜୀ ପ୍ରତିନିଧିତ୍ୱ କରିଥିଲେ ଏବଂ ଯେଉଁ ଆସନରେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଭୋଟର, ସେହି ଆସନକୁ ପ୍ରତିନିଧିତ୍ୱ କରି ମୁଁ ଗର୍ବିତ । ଅମିତ ଶାହ [...]

Admin•April 19, 2024
Share Article:

ଗାନ୍ଧୀନଗର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧୀନଗର ଲୋକସଭା ଆସନରୁ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ନାମାଙ୍କନପତ୍ର ଦାଖଲ କରିବା ପରେ ଅମିତ ଶାହ କହିଛନ୍ତି, ଏହି ଆସନରୁ ମୁଁ ଜଣେ ବୁଥ କର୍ମଚାରୀରୁ ସଂସଦ ଯାଏଁ ଯାତ୍ରା କରିଛି। ଯେଉଁ ଆସନରୁ ଆଡଭାନୀ ଜୀ, ଅଟଳ ଜୀ ପ୍ରତିନିଧିତ୍ୱ କରିଥିଲେ ଏବଂ ଯେଉଁ ଆସନରେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଭୋଟର, ସେହି ଆସନକୁ ପ୍ରତିନିଧିତ୍ୱ କରି ମୁଁ ଗର୍ବିତ ।

ଅମିତ ଶାହ ଦ୍ୱିତୀୟ ଥର ପାଇଁ ଗାନ୍ଧୀନଗର ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ସେ ଏଠାରୁ ୨୦୧୯ ଲୋକସଭା ନିର୍ବାଚନରେ ୫ ଲକ୍ଷରୁ ଅଧିକ ଭୋଟ୍ ଜିତିଥିଲେ।

ଗୁଜୁରାଟର ୨୬ଟି ଲୋକସଭା ଆସନ ପାଇଁ ଆସନ୍ତା ମେ ୭ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ।

#Odia#Odisha#News
Share Article:

Related Articles