News Room Odisha
BREAKING
Odia

ଆକାଶରୁ ନିଆଁବର୍ଷା ସ୍ଥିତି ଜାରି, ସାଢେ ୨ଟା ସୁଦ୍ଧା ୭ ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ

ଭୁବନେଶ୍ୱର – ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରଚଣ୍ଡ ଖରା ସହ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ୭ଟି ସହରର ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ଉପରେ ରହିଥିଲା। ସର୍ବାଧିକ ୪୩ ଦଶମିକ ୮ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସୁନ୍ଦରଗଡ଼ ଥିଲା ରାଜ୍ୟର ଉତ୍ତପ୍ତ ସହର। ସମ୍ବଲପୁରରେ ୪୨.୪, କେନ୍ଦୁଝରରେ ୪୨.୨,ଚାନ୍ଦବାଲିରେ ୪୨.୨,ହୀରାକୁଦରେ ୪୨ ଡିଗ୍ରୀ ସେଲସିୟସ [...]

Admin•April 19, 2024
Share Article:

ଭୁବନେଶ୍ୱର – ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରଚଣ୍ଡ ଖରା ସହ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ୭ଟି ସହରର ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ଉପରେ ରହିଥିଲା। ସର୍ବାଧିକ ୪୩ ଦଶମିକ ୮ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସୁନ୍ଦରଗଡ଼ ଥିଲା ରାଜ୍ୟର ଉତ୍ତପ୍ତ ସହର। ସମ୍ବଲପୁରରେ ୪୨.୪, କେନ୍ଦୁଝରରେ ୪୨.୨,ଚାନ୍ଦବାଲିରେ ୪୨.୨,ହୀରାକୁଦରେ ୪୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା ।

ରାଉରକେଲାରେ ୪୧ .୮, ଭୁବନେଶ୍ୱରରେ ୪୧ .୪,
ବାଲେଶ୍ୱରରେ ୩୯ .୪ , ପାରାଦ୍ୱୀପରେ ୩୪.୮, ପୁରୀରେ ୩୪ .୪ ଓ ଗୋପାଳପୁରରେ ୩୩.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ଚଳିତମାସ ୨୧ ଏବଂ ୨୨ ତାରିଖରେ କାଳବୈଶାଖୀ ପ୍ରଭାବ ହେତୁ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି। ୨୧ରୁ ୨୪ ତାରିଖ ମଧ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୨ ରୁ ୩ ଡିଗ୍ରୀ ହ୍ରାସ ପାଇବା ସ‌ହ ପ୍ରଚଣ୍ଡ ତାତିରୁ ସାମାନ୍ୟ ନିସ୍ତାର ମିଳିବା ସମ୍ଭାବନା ରହିଛି। କିନ୍ତୁ ୨୫ ତାରିଖଠାରୁ ପୁଣି ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

#Odia#Odisha#News
Share Article:

Related Articles