News Room Odisha
BREAKING
Odia

ଆନ୍ଦୋଳନରେ ସାମିଲ ଆଉ ଜଣେ ଚାଷୀଙ୍କ ମୃତ୍ୟୁ

ଚଣ୍ଡିଗଡ଼: ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି)ର ଆଇନଗତ ଗ୍ୟାରେଣ୍ଟି ସମେତ ଅନ୍ୟାନ୍ୟ ଦାବି ନେଇ ପଞ୍ଜାବ-ହରିୟାଣାର ଖନୌରୀ ସୀମାରେ ଡେରା ପକାଇଥିବା କୃଷକଙ୍କ ମଧ୍ୟରୁ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ଜଣେ କୃଷକ ନେତା ଏହି ସୂଚନା ଦେଇଛନ୍ତି। କୃଷକ ନେତା ସୌରଭ ସିଂ ପାନ୍ଧେର୍ କହିଛନ୍ତି ଯେ ବଠିଣ୍ଡା ଜିଲ୍ଲାର ଅମରଗଡ ଗାଁର ବାସିନ୍ଦା ଦର୍ଶନ ସିଂ(୬୨)ଙ୍କ ହୃଦଘାତରେ ପରଲୋକ ହୋଇଛି। ସଂଯୁକ୍ତ କିସାନ୍ ମୋର୍ଚ୍ଚା (ଅଣରାଜନୈତିକ) ଏବଂ କିସାନ୍ ମଜଦୁର [...]

Admin•February 23, 2024
Share Article:

ଚଣ୍ଡିଗଡ଼: ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି)ର ଆଇନଗତ ଗ୍ୟାରେଣ୍ଟି ସମେତ ଅନ୍ୟାନ୍ୟ ଦାବି ନେଇ ପଞ୍ଜାବ-ହରିୟାଣାର ଖନୌରୀ ସୀମାରେ ଡେରା ପକାଇଥିବା କୃଷକଙ୍କ ମଧ୍ୟରୁ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ଜଣେ କୃଷକ ନେତା ଏହି ସୂଚନା ଦେଇଛନ୍ତି।

କୃଷକ ନେତା ସୌରଭ ସିଂ ପାନ୍ଧେର୍ କହିଛନ୍ତି ଯେ ବଠିଣ୍ଡା ଜିଲ୍ଲାର ଅମରଗଡ ଗାଁର ବାସିନ୍ଦା ଦର୍ଶନ ସିଂ(୬୨)ଙ୍କ ହୃଦଘାତରେ ପରଲୋକ ହୋଇଛି।

ସଂଯୁକ୍ତ କିସାନ୍ ମୋର୍ଚ୍ଚା (ଅଣରାଜନୈତିକ) ଏବଂ କିସାନ୍ ମଜଦୁର ମୋର୍ଚ୍ଚା (କେଏମ୍ଏମ୍) ନେତୃତ୍ୱରେ ବିଭିନ୍ନ ଦାବି ନେଇ ପଞ୍ଜାବ ଏବଂ ହରିୟାଣାର ଶମ୍ଭୁ ଓ ଖନୌରୀ ସୀମାରେ କୃଷକ ଆନ୍ଦୋଳନ ଜାରି ରହିଛି।

ପାନ୍ଧେରଙ୍କ କହିବାନୁସାରେ, ଏହି ଆନ୍ଦୋଳନରେ ସାମିଲ ଆଉ ଜଣେ ୭୨ ବର୍ଷୀୟ ଚାଷୀଙ୍କ ପୂର୍ବରୁ ଖନୌରୀ ସୀମାରେ ହୃଦଘାତରେ ମୃତ୍ୟୁ ହୋଇଥିଲା । ଶମ୍ଭୁ ସୀମାରେ ହୃଦଘାତରେ ଜଣେ ୬୩ ବର୍ଷୀୟ କୃଷକଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।

ବୁଧବାର ଖନୌରୀ ସୀମାରେ ହରିୟାଣା ପୋଲିସ ଏବଂ ପଞ୍ଜାବର ଚାଷୀଙ୍କ ମଧ୍ୟରେ ସଂଘର୍ଷରେ ଜଣେ ୨୧ ବର୍ଷୀୟ ଯୁବ ଚାଷୀ ଶୁଭକରନ ପ୍ରାଣ ହରାଇଥିଲେ । ଏହି ଘଟଣାରେ ୧୨ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ ।

#Odia#Odisha#News
Share Article:

Related Articles