୬୬୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମିର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬୬୦ କୋଟି ଟଙ୍କା ବ୍ୟୟର ବିଭିନ୍ନ କ୍ରୀଡା ଭିତ୍ତିଭୂମିର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏଥିମଧ୍ୟରେ ରହିଛି ବିଭିନ୍ନ ଜିଲ୍ଲାରେ ୪୮ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ, କଟକରେ ଟେବୁଲ ଟେନିସ ଏକାଡେମୀ, ରାଉରକେଲାରେ ଜିମ୍ନାଷ୍ଟିକ ଏକାଡେମୀ ଓ ୧୨ଟି ହକି ଟ୍ରେନିଂ ସେଣ୍ଟର । ୧୧ଟି କ୍ରୀଡା ପ୍ରକଳ୍ପ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ପାଇଁ ୫-ଟି ଉପକ୍ରମରେ ଏସବୁ [...]
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬୬୦ କୋଟି ଟଙ୍କା ବ୍ୟୟର ବିଭିନ୍ନ କ୍ରୀଡା ଭିତ୍ତିଭୂମିର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏଥିମଧ୍ୟରେ ରହିଛି ବିଭିନ୍ନ ଜିଲ୍ଲାରେ ୪୮ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ, କଟକରେ ଟେବୁଲ ଟେନିସ ଏକାଡେମୀ, ରାଉରକେଲାରେ ଜିମ୍ନାଷ୍ଟିକ ଏକାଡେମୀ ଓ ୧୨ଟି ହକି ଟ୍ରେନିଂ ସେଣ୍ଟର । ୧୧ଟି କ୍ରୀଡା ପ୍ରକଳ୍ପ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ପାଇଁ ୫-ଟି ଉପକ୍ରମରେ ଏସବୁ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି। ଉଦଘାଟିତ ହୋଇଥିବା ବହୁମୁଖୀ ଇଣ୍ଡୋର ଷ୍ଟାଡିୟମଗୁଡିକରେ ବ୍ୟାଡମିଣ୍ଟନ କୋର୍ଟ, ବାସ୍କେଟବଲ୍ କୋର୍ଟ ସମେତ ଟେବୁଲ ଟେନିସ, ଯୋଗ, ଚେସ୍, ଭାରୋତ୍ତୋଳନ ପାଇଁ ବ୍ୟବସ୍ଥା ରହିଛି । ଭବାନୀପାଟଣାରେ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ନବୀକରଣ କରାଯାଇ ଉଦଘାଟିତ ହୋଇଛି।
କଟକରେ ଉଦଘାଟିତ ହୋଇଥିବା ଟେବୁଲ ଟେନିସ ଏକାଡେମୀ ରାଜ୍ୟରେ ଯୁବ ପ୍ରତିଭାମାନଙ୍କୁ ପ୍ରଶିକ୍ଷଣ ପାଇଁ ବେଶ ସହାୟକ ହେବ । ଏଠାରେ ୧୬ଟି ପ୍ରିମିୟମ ମାନର ଟେବୁଲ ରହିଛି। ରାଉରକେଲା ଜିମ୍ନାଷ୍ଟିକ୍ସ ଏକାଡେମୀରେ ମଧ୍ୟ ବିଶ୍ୱସ୍ତରୀୟ ଉପକରଣ ରହିଛି। ଏଠାରେ ଭାରୋତ୍ତୋଳନ, ଟେବୁଲ ଟେନିସ, ଯୋଗ ଓ ଜିମ୍ ବ୍ୟବସ୍ଥା ରହିଛି।
ରାଜ୍ୟରେ ହକିର ବିକାଶ ଓ ପ୍ରସାର ସହ ତୃଣମୂଳ ସ୍ତରରୁ ପ୍ରତିଭା ବିକଶିତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ଆଉ ୧୬ଟି ହକି ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଆଜି ଉଦଘାଟିତ ହୋଇଥିବା ୧୬ଟି ହକି ଟ୍ରେନିଂ ସେଣ୍ଟରକୁ ମିଶାଇ ରାଜ୍ୟରେ ମୋଟ ହକି ଟ୍ରେନିଂ ସେଣ୍ଟର ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ରେ ୧୭, ସମ୍ବଲପୁରରେ ୨, ଯାଜପୁରରେ ୧, କଟକରେ ୧, ଗଞ୍ଜାମ ଜିଲ୍ଲାରେ ୧ ଓ ଭୁବନେଶ୍ବରରେ ଗୋଟିଏ ଲେଖାଏଁ ହକି ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା କରାଯାଇଛି।
ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ୧୧ଟି କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି। ରେମୁଣା, ବାଲିଗୁଡା, ଟିଟିଲାଗଡ଼ ଓ କରଞ୍ଜିଆରେ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ, ଭଦ୍ରକରେ ଇଣ୍ଡୋର ସୁଇମିଂ ପୁଲ୍, କଟକରେ ଫୁଟବଲ ଟ୍ରେନିଂ ସେଣ୍ଟର, ଇଣ୍ଡୋର ସୁଇମିଂ ପୁଲ୍, ବାସ୍କେଟବଲ୍ କୋର୍ଟ, ଆଳିରେ ମହିଳା ଫୁଟବଲ ଟ୍ରେନିଂ ସେଣ୍ଟର ଓ ଦେବଗଡରେ ହକି ଟ୍ରେନିଂ ସେଣ୍ଟର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ଯୁବ କ୍ରୀଡାବିତଙ୍କୁ ଉତ୍କୃଷ୍ଟ ମାନର କ୍ରୀଡା ଭିତ୍ତିଭୂମି ଓ କୋଚିଂ ଯୋଗାଇଦେବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।
୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏହି ଅବସରରେ କିଛି କ୍ରୀଡାବିତମାନଙ୍କ ସହ ମତ ବିନିମୟ କରି ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ ପାଇଁ ଆଶ୍ୱାସନା ଦେଇଥିଲେ।
କାର୍ଯ୍ୟକ୍ରମରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ପଣ୍ଡା, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଭୁବନେଶ୍ବର ମେୟର ସୁଲୋଚନା ଦାସ, ଉନ୍ନୟନ କମିଶନର ଅନୁ ଗର୍ଗ, କ୍ରୀଡା ସଚିବ ଭିନିଲ କ୍ରିଷ୍ଣାଙ୍କ ସମେତ ବହୁ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ।
ଆନ୍ଦୋଳନରେ ସାମିଲ ଆଉ ଜଣେ ଚାଷୀଙ୍କ ମୃତ୍ୟୁ
Next Articleକଂଗ୍ରେସର ଅଭିଯୋଗ: ଇଡି-ସିବିଆଇ ମାଧ୍ୟମରେ ଚାନ୍ଦା ଆଦାୟ କରୁଛି ବିଜେପି
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
