News Room Odisha
BREAKING
Odia

ଆଜି ଭାରତୀୟ ଦଳ ସହ ଯୋଗଦେବେ ଅଶ୍ୱିନ୍

ରାଜକୋଟ୍: ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର । ଅଫ୍ ସ୍ପିନର ଆର୍ ଅଶ୍ୱିନ୍ ଆଜି ଭାରତୀୟ ଦଳ ସହ ଯୋଗଦେବେ । ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଚତୁର୍ଥ ଦିନର ଲଞ୍ଚ ବିରତି ସୁଦ୍ଧା ଅଶ୍ବିନ ଦଳ ସହ ଯୋଗ‌ଦେବେ ବୋଲି ବିସିସିଆଇ ରବିବାର ଟ୍ୱିଟ୍ କରି ସୂଚନା ଦେଇଛି। ମା’ଙ୍କ ଅସୁସ୍ଥତା କାରଣରୁ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ଶେଷ ହେବା ପରେ ଅଶ୍ୱିନ ଚେନ୍ନାଇ ଚାଲି ଯାଇଥିଲେ। ବିସିସିଆଇ [...]

Admin•February 18, 2024
Share Article:

ରାଜକୋଟ୍: ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର । ଅଫ୍ ସ୍ପିନର ଆର୍ ଅଶ୍ୱିନ୍ ଆଜି ଭାରତୀୟ ଦଳ ସହ ଯୋଗଦେବେ । ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଚତୁର୍ଥ ଦିନର ଲଞ୍ଚ ବିରତି ସୁଦ୍ଧା ଅଶ୍ବିନ ଦଳ ସହ ଯୋଗ‌ଦେବେ ବୋଲି ବିସିସିଆଇ ରବିବାର ଟ୍ୱିଟ୍ କରି ସୂଚନା ଦେଇଛି। ମା’ଙ୍କ ଅସୁସ୍ଥତା କାରଣରୁ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ଶେଷ ହେବା ପରେ ଅଶ୍ୱିନ ଚେନ୍ନାଇ ଚାଲି ଯାଇଥିଲେ।

ବିସିସିଆଇ ଟ୍ବିଟ୍ କରି କହିଛି, ଆର୍ ଅଶ୍ୱିନ୍ ଚତୁର୍ଥ ଦିନରେ ଆକ୍ସନକୁ ଫେରିବେ ଓ ଚଳିତ ଟେଷ୍ଟ ମ୍ୟାଚରେ ଦଳ ପାଇଁ ଅବଦାନ ଜାରି ରଖିବେ। ଛୁଟିରେ ଥିବାରୁ ଅଶ୍ୱିନ ତୃତୀୟ ଦିନରେ ପଡ଼ିଆକୁ ଓହ୍ଲାଇ ନଥିଲେ।

ରବିଚନ୍ଦ୍ରନ୍ ଅଶ୍ୱିନ୍ ଶୁକ୍ରବାର ରାଜକୋଟ ଟେଷ୍ଟରେ ଇଂଲଣ୍ଡ ଓପନର୍ ଜ୍ୟାକ୍ କ୍ରଲିଙ୍କୁ ଆଉଟ୍ କରି ୫୦୦ ଟେଷ୍ଟ ୱିକେଟ୍ ହାସଲ କରିଥିଲେ। ଅନିଲ କୁମ୍ବଲେଙ୍କ ପରେ ଏହି ମାଇଲଖୁଣ୍ଟ ଛୁଇଁବାରେ ସେ ଭାରତର ଦ୍ୱିତୀୟ ବୋଲର ହୋଇଥିଲେ।

#Odia#Odisha#News
Share Article:

Related Articles