News Room Odisha
BREAKING
Odia

ଆଜି କୃଷକ-କେନ୍ଦ୍ର ଚତୁର୍ଥ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ: ସର୍ବନିମ୍ନ ସହାୟତା ମୂଲ୍ୟ (ଏମ୍ଏସପି)ର ଆଇନଗତ ଗ୍ୟାରେଣ୍ଟି ଦାବି କରି ହରିୟାଣା ନିକଟ ଶମ୍ଭୁ ସୀମାରେ ଆନ୍ଦୋଳନରତ କୃଷକଙ୍କ ସହ ଆଜି କେନ୍ଦ୍ର ମନ୍ତ୍ରୀ କମିଟିର ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହେବ। ସର୍ବନିମ୍ନ ସହାୟତା ମୂଲ୍ୟର ଗ୍ୟାରେଣ୍ଟି ଦେବା ପାଇଁ ଏକ ନିୟମ ଆଣିବାକୁ କୃଷକ ସଂଗଠନ ନିଜ ଦାବିରେ ଅଟଳ ରହିଛନ୍ତି। ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା ଅନ୍ୟ ଏକ ସଂଗଠନ କିସାନ ମଜଦୁର ସଂଘ କମିଟିର ସୌରଭ ସିଂହ ପାନ୍ଧେର୍ କହିଛନ୍ତି, ‘ଯଦି [...]

Admin•February 18, 2024
Share Article:

ନୂଆଦିଲ୍ଲୀ: ସର୍ବନିମ୍ନ ସହାୟତା ମୂଲ୍ୟ (ଏମ୍ଏସପି)ର ଆଇନଗତ ଗ୍ୟାରେଣ୍ଟି ଦାବି କରି ହରିୟାଣା ନିକଟ ଶମ୍ଭୁ ସୀମାରେ ଆନ୍ଦୋଳନରତ କୃଷକଙ୍କ ସହ ଆଜି କେନ୍ଦ୍ର ମନ୍ତ୍ରୀ କମିଟିର ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହେବ। ସର୍ବନିମ୍ନ ସହାୟତା ମୂଲ୍ୟର ଗ୍ୟାରେଣ୍ଟି ଦେବା ପାଇଁ ଏକ ନିୟମ ଆଣିବାକୁ କୃଷକ ସଂଗଠନ ନିଜ ଦାବିରେ ଅଟଳ ରହିଛନ୍ତି।

ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା ଅନ୍ୟ ଏକ ସଂଗଠନ କିସାନ ମଜଦୁର ସଂଘ କମିଟିର ସୌରଭ ସିଂହ ପାନ୍ଧେର୍ କହିଛନ୍ତି, ‘ଯଦି ସରକାର ଏମଏସପି ଗ୍ୟାରେଣ୍ଟି ଦେବାକୁ ଚାହାଁନ୍ତି, ତେବେ ରାତାରାତି ଏକ ଅଧ୍ୟାଦେଶ ଆଣିପାରନ୍ତି ସରକାର। ଯଦି ସରକାର ଏହି ସମସ୍ୟାର ସମାଧାନ ଚାହୁଁଛନ୍ତି ତେବେ ସେ ଏନେଇ ନିୟମ ଆଣିବା ଉଚିତ୍ |

ଏମଏସପି ଗ୍ୟାରେଣ୍ଟି ସମେତ ଅନ୍ୟ ଦାବି ନେଇ ପଞ୍ଜାବର ହଜାର ହଜାର କୃଷକ ‘ଦିଲ୍ଲୀ ଚଲୋ’ ଡାକରା ଦେଇଛନ୍ତି। ତେବେ ସେମାନଙ୍କୁ ପଞ୍ଜାବ-ହରିୟାଣାର ଶମ୍ଭୁ ସୀମାରେ ସୁରକ୍ଷା ବାହିନୀ ଅଟକାଇ ରଖିଛନ୍ତି ।

#Odia#Odisha#News
Share Article:

Related Articles