News Room Odisha
BREAKING
Odia

ଟିମ୍ ଇଣ୍ଡିଆକୁ ଝଟକା, ପାରିବାରିକ କାରଣରୁ ତୃତୀୟ ଟେଷ୍ଟରୁ ଓହରିଲେ ଅଶ୍ବିନ

ରାଜକୋଟ: ପରିବାରରେ ମେଡିକାଲ ଏମର୍ଜନ୍ସି କାରଣରୁ ରାଜକୋଟରେ ଚାଲିଥିବା ତୃତୀୟ ଟେଷ୍ଟରୁ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ତୁରନ୍ତ ଓହରି ଯାଇଛନ୍ତି। ବିସିସିଆଇ ଶୁକ୍ରବାର ରାତିରେ ଏହି ସୂଚନା ଦେଇଛି। ତୃତୀୟ ଟେଷ୍ଟର ଦ୍ୱିତୀୟ ଦିବସରେ ଇଂଲଣ୍ଡ ଓପନର୍ ଜାକ କ୍ରଲିଙ୍କୁ ଆଉଟ୍ କରି ଅଶ୍ବିନ ଟେଷ୍ଟ କ୍ରିକେଟ୍ ରେ ୫୦୦ ୱିକେଟ୍ କ୍ଲବରେ ସାମିଲ ହୋଇଥିଲେ। ତେବେ ନିଜ ପରିବାରରେ ମେଡିକାଲ୍ ଏମର୍ଜନ୍ସି ପାଇଁ ଏହି ୩୭ ବର୍ଷୀୟ ଅଫ୍ ସ୍ପିନର ରାଜକୋଟ ଛାଡି ନିଜ [...]

Admin•February 17, 2024
Share Article:

ରାଜକୋଟ: ପରିବାରରେ ମେଡିକାଲ ଏମର୍ଜନ୍ସି କାରଣରୁ ରାଜକୋଟରେ ଚାଲିଥିବା ତୃତୀୟ ଟେଷ୍ଟରୁ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ତୁରନ୍ତ ଓହରି ଯାଇଛନ୍ତି। ବିସିସିଆଇ ଶୁକ୍ରବାର ରାତିରେ ଏହି ସୂଚନା ଦେଇଛି। ତୃତୀୟ ଟେଷ୍ଟର ଦ୍ୱିତୀୟ ଦିବସରେ ଇଂଲଣ୍ଡ ଓପନର୍ ଜାକ କ୍ରଲିଙ୍କୁ ଆଉଟ୍ କରି ଅଶ୍ବିନ ଟେଷ୍ଟ କ୍ରିକେଟ୍ ରେ ୫୦୦ ୱିକେଟ୍ କ୍ଲବରେ ସାମିଲ ହୋଇଥିଲେ। ତେବେ ନିଜ ପରିବାରରେ ମେଡିକାଲ୍ ଏମର୍ଜନ୍ସି ପାଇଁ ଏହି ୩୭ ବର୍ଷୀୟ ଅଫ୍ ସ୍ପିନର ରାଜକୋଟ ଛାଡି ନିଜ ସହର ଚେନ୍ନାଇ ଚାଲି ଯାଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ବିସିସିଆଇ ଏକ ବିବୃତ୍ତିରେ କହିଛି, ଏହି ଚ୍ୟାଲେଞ୍ଜିଂ ସମୟରେ ଅଶ୍ୱିନଙ୍କୁ ଦଳ ସମ୍ପୂର୍ଣ୍ଣ ସମର୍ଥନ କରୁଛି।

ବିସିସିଆଇ ବିବୃତ୍ତିରେ କୁହାଯାଇଛି, “ବିସିସିଆଇ ଚାମ୍ପିୟନ କ୍ରିକେଟର ଏବଂ ତାଙ୍କ ପରିବାରକୁ ଆନ୍ତରିକତା ସହ ସମର୍ଥନ କରୁଛି। ଖେଳାଳି ଏବଂ ସେମାନଙ୍କ ଆତ୍ମୀୟଙ୍କ ସ୍ୱାସ୍ଥ୍ୟ ଓ ମଙ୍ଗଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଶ୍ୱିନ ଏବଂ ତାଙ୍କ ପରିବାରର ଗୋପନୀୟତାକୁ ସମ୍ମାନ ଦେବାକୁ ବୋର୍ଡ ଅନୁରୋଧ କରୁଛି। ବୋର୍ଡ ଏବଂ ଦଳ ଅଶ୍ୱିନଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ ଜାରି ରଖିବ ।

ଅଶ୍ବିନଙ୍କ ଓହରିବା ଭାରତ ପାଇଁ ବଡ଼ ଝଟକ । ରାଜକୋଟର ଫ୍ଲାଟ୍ ପିଚରେ ଇଂଲଣ୍ଡର ଆକ୍ରମଣାତ୍ମକ‌ ବ୍ୟାଟିଂ ଉପରେ ଅଙ୍କୁଶ ଲଗାଇବା ପାଇଁ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାନ୍ତା । ଭାରତର ପ୍ରଥମ ଇନିଂସ୍ ସ୍କୋର୍ ୪୪୫ ରନ୍ ଜବାବରେ ଇଂଲଣ୍ଡ ଦୃଢ଼ ଆରମ୍ଭ କରିଛି। ଓପନର ବେନ୍ ଡକେଟଙ୍କ ତୋଫାନୀ ଶତକ ସହାୟତାରେ ଇଂଲଣ୍ଡ ଦ୍ବିତୀୟ ଦିବସର ଖେଳ ଶେଷ ସୁଦ୍ଧା ୨ ଓ୍ବିକେଟ୍ ହରାଇ ୨୦୭ ରନ୍ କରିନେଇଛି । ଡକେଟ୍ ୧୩୩ ରନ୍ କରି ଅପରାଜିତ ରହିଛନ୍ତି ।

#Odia#Odisha#News
Share Article:

Related Articles