ବରଗଡ଼ବାସୀଙ୍କ ହେବ ସ୍ୱପ୍ନ ପୂରଣ: ଆଜି ବରଗଡ଼ ଅର୍ବାନ୍ ସିଏଚ୍ସି ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ବରଗଡ଼: ବରଗଡ଼ବାସୀଙ୍କ ବହୁଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି । ସହରବାସୀଙ୍କ ଦାବିକୁ ରାଜ୍ୟ ସରକାର ସମ୍ମାନ ଜଣାଇ ପୁରୁଣା ଡିଏଚ୍ଏଚକୁ ଅର୍ବାନ୍ ଡାକ୍ତରଖାନାରେ ରୂପାନ୍ତରିତ କରିଛନ୍ତି । ଏହାକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ । ଲୋକଙ୍କ ଦାବି ଅନୁଯାୟୀ ଯେଭଳି ଡାକ୍ତରଖାନାର କାୟା ପରିବର୍ତ୍ତନ କରାଗଲା । ସେହିପରି ସବୁ ସମୟରେ ଉପଯୁକ୍ତ ଡାକ୍ତର , କର୍ମଚାରୀ , ଯନ୍ତ୍ରପାତି ସାଙ୍ଗକୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ [...]
ବରଗଡ଼: ବରଗଡ଼ବାସୀଙ୍କ ବହୁଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି । ସହରବାସୀଙ୍କ ଦାବିକୁ ରାଜ୍ୟ ସରକାର ସମ୍ମାନ ଜଣାଇ ପୁରୁଣା ଡିଏଚ୍ଏଚକୁ ଅର୍ବାନ୍ ଡାକ୍ତରଖାନାରେ ରୂପାନ୍ତରିତ କରିଛନ୍ତି । ଏହାକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ ।
ଲୋକଙ୍କ ଦାବି ଅନୁଯାୟୀ ଯେଭଳି ଡାକ୍ତରଖାନାର କାୟା ପରିବର୍ତ୍ତନ କରାଗଲା । ସେହିପରି ସବୁ ସମୟରେ ଉପଯୁକ୍ତ ଡାକ୍ତର , କର୍ମଚାରୀ , ଯନ୍ତ୍ରପାତି ସାଙ୍ଗକୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ଏହି ଅବସରରେ ସହରବାସୀ ସରକାରଙ୍କୁ ଗୁହାରି କରିଛନ୍ତି । ଏହି ଡାକ୍ତରଖାନା ଉଦ୍ଘାଟନ ପରେ ଖାଲି ପଦବି ମଧ୍ୟ ସରକାର ଶୀଘ୍ର ପୂରଣ କରିବେ ବୋଲି ଲୋକେ ଆଶାବ୍ୟକ୍ତ କରିଛନ୍ତି । ସହର ଭିତରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ( ଡିଏଚ୍ଏଚ୍ ) ୨୦୨୦ରେ ଖେଦାପାଲିକୁ ସ୍ଥାନାନ୍ତରିତ ହେବା ପରେ ବରଗଡ଼ବାସୀଙ୍କ ଦାବି ଓ ଆନ୍ଦୋଳନ ପରେ ସରକାର ପୁରୁଣା ଡିଏଚ୍ଚକୁ ଅର୍ବାନ ସିଏମ୍ସି ଭାବେ ଘୋଷଣା କରିଥିଲେ । ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଅନୁରୋଧକ୍ରମେ ମୋ ହସ୍ତପିଟାଲ ଯୋଜନାରେ ଏହାକୁ ସାମିଲ କରାଯାଇ ୫ଟି ଅଧୀନରେ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ଏହାର ରୂପାନ୍ତରଣ କରାଯାଇଥିଲା ।
ଆମ ହସ୍ପିଟାଲ ଯୋଜନା : ଆଜି ୧୫ଟି ଜିଲ୍ଲାର ୭୩ଟି ରୂପାନ୍ତରିତ ଡାକ୍ତରଖାନାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
Next Articleଟିମ୍ ଇଣ୍ଡିଆକୁ ଝଟକା, ପାରିବାରିକ କାରଣରୁ ତୃତୀୟ ଟେଷ୍ଟରୁ ଓହରିଲେ ଅଶ୍ବିନ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
