ନିର୍ବାଚନୀ ବଣ୍ଡ୍ ମାମଲାରେ ଅଧିକ ସମୟ ମାଗିବା ନେଇ ଏସବିଆଇକୁ ବ୍ୟାଙ୍କ ୟୁନିୟନର ସମାଲୋଚନା
ମୁମ୍ବାଇ: ବିରୋଧୀ ଦଳଙ୍କ ପରେ ବର୍ତ୍ତମାନ ଏକ ଜାତୀୟ ବ୍ୟାଙ୍କ ୟୁନିୟନ ନିର୍ବାଚନୀ ବଣ୍ଡ୍ ମାମଲାରେ ସୁପ୍ରିମକୋର୍ଟଙ୍କୁ ଅଧିକ ସମୟ ମାଗିବା ନେଇ ଷ୍ଟେଟ ବ୍ୟାଙ୍କ (ଏସବିଆଇ)କୁ ସମାଲୋଚନା କରିଛି । ନିର୍ବାଚନୀ ବଣ୍ଡ୍ ଯୋଜନାକୁ ଅସାମ୍ବିଧାନିକ କହି ସୁପ୍ରିମକୋର୍ଟ ରଦ୍ଦ କରିଥିଲେ । ଏଥିସହ ରାଜନୈତିକ ଦଳ ଗୁଡ଼ିକୁ ନିର୍ବାଚନୀ ବଣ୍ଡ୍ ଜରିଆରେ ଯେଉଁ ବ୍ୟକ୍ତିମାନେ ଚାନ୍ଦା ଦେଇଛନ୍ତି ସେ ସମ୍ପର୍କିତ ତଥ୍ୟ ମାର୍ଚ୍ଚ ୬ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ [...]
ମୁମ୍ବାଇ: ବିରୋଧୀ ଦଳଙ୍କ ପରେ ବର୍ତ୍ତମାନ ଏକ ଜାତୀୟ ବ୍ୟାଙ୍କ ୟୁନିୟନ ନିର୍ବାଚନୀ ବଣ୍ଡ୍ ମାମଲାରେ ସୁପ୍ରିମକୋର୍ଟଙ୍କୁ ଅଧିକ ସମୟ ମାଗିବା ନେଇ ଷ୍ଟେଟ ବ୍ୟାଙ୍କ (ଏସବିଆଇ)କୁ ସମାଲୋଚନା କରିଛି । ନିର୍ବାଚନୀ ବଣ୍ଡ୍ ଯୋଜନାକୁ ଅସାମ୍ବିଧାନିକ କହି ସୁପ୍ରିମକୋର୍ଟ ରଦ୍ଦ କରିଥିଲେ । ଏଥିସହ ରାଜନୈତିକ ଦଳ ଗୁଡ଼ିକୁ ନିର୍ବାଚନୀ ବଣ୍ଡ୍ ଜରିଆରେ ଯେଉଁ ବ୍ୟକ୍ତିମାନେ ଚାନ୍ଦା ଦେଇଛନ୍ତି ସେ ସମ୍ପର୍କିତ ତଥ୍ୟ ମାର୍ଚ୍ଚ ୬ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ତେବେ ଏଥିପାଇଁ ଜୁନ୍ ୩୦ ଯାଏଁ ସମୟ ମାଗିଛି ଏସବିଆଇ।
‘ବ୍ୟାଙ୍କ ଏମ୍ପ୍ଲୋଇଜ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (ବିଇଏଫ୍ଆଇ)’ ନାମକ ବ୍ୟାଙ୍କ ୟୁନିୟନ ନିର୍ବାଚନୀ ବଣ୍ଡ୍ ମାମଲାରେ ଅଧିକ ସମୟ ମାଗିବା ପାଇଁ ଷ୍ଟେଟ୍ ବ୍ୟାଙ୍କଙ୍କୁ ଭର୍ତ୍ସନା କରିଛି । ଏହାର ସାଧାରଣ ସମ୍ପାଦକ ହରି ରାଓ ଏକ ବିବୃତ୍ତିରେ କହିଛନ୍ତି, ବ୍ୟାଙ୍କଗୁଡ଼ିକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି । ଆମେ ଏହାକୁ ବିରୋଧ କରୁଛୁ।
ରାଓ କହିଛନ୍ତି, “ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାବେ ଏସବିଆଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ସମସ୍ତ ବିବରଣୀ ସାର୍ବଜନୀନ କରିବା ଉଚିତ । କାରଣ ବିଳମ୍ବିତ ନ୍ୟାୟ ଅନ୍ୟାୟ ସହ ସମାନ ।
ରାଓ କହିଛନ୍ତି, କିଛି ତଥ୍ୟ କାଗଜ ରୂପରେ ସଂଗୃହିତ କରାଯାଇ ସିଲ୍ କଭରରେ ରଖାଯାଉଛି ବୋଲି ଏସବିଆଇର ଯୁକ୍ତି ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି, ବିଶେଷ କରି ଡିଜିଟାଲ୍ ଯୁଗରେ ପୁଣି ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ। କାରଣ ଆଜିକାଲି ଅଧିକାଂଶ ସୂଚନା ମାଉସ୍ ର ଗୋଟିଏ କ୍ଲିକରେ ମିଳିଥାଏ ।
ଷ୍ଟେଟ ବ୍ୟାଙ୍କ ସୋମବାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରି ନିର୍ବାଚନୀ ବଣ୍ଡ୍ ଜରିଆରେ ରାଜନୈତିକ ଦଳଙ୍କୁ ମିଳିଥିବା ଚାନ୍ଦା ସମ୍ପର୍କରେ ବିସ୍ତୃତ ତଥ୍ୟ ଦାଖଲ କରିବାକୁ ଜୁନ୍ ୩୦ ପର୍ଯ୍ୟନ୍ତ ମାଗିଥିଲା ।
ଏସବିଆଇର ଏହି ଆବେଦନ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବିଜେପିକୁ ଟାର୍ଗେଟ୍ କରିଥିଲେ । ଖଡ଼ଗେ କହିଥିଲେ ଯେ ନିର୍ବାଚନୀ ବଣ୍ଡ୍ ଯୋଜନାରେ ବିଜେପିର ଆଭିମୁଖ୍ୟ ଆଦୌ ଗଣତାନ୍ତ୍ରିକ ନୁହେଁ। ଏଥିରେ ସମସ୍ତଙ୍କ ପାଇଁ ସମାନ ସୁଯୋଗ ନାହିଁ | ସେ କହିଥିଲେ, “ନରେନ୍ଦ୍ର ମୋଦୀ ସରକାର ନିର୍ବାଚନୀ ବଣ୍ଡ୍ ଜରିଆରେ ନିଜର ସନ୍ଦେହଜନକ କାରବାରକୁ ଲୁଚାଇବା ପାଇଁ ଦେଶର ବୃହତ୍ତମ ବ୍ୟାଙ୍କକୁ ଢାଲ ଭାବେ ବ୍ୟବହାର କରୁଛନ୍ତି ।
କଂଗ୍ରେସ ଦାବି କରିଛି, ୨୦୧୭ରେ ନିର୍ବାଚନୀ ବଣ୍ଡ୍ ଯୋଜନା ଆରମ୍ଭ ହେବା ପରଠାରୁ ସମସ୍ତ ରାଜନୈତିକ ଦଳ ଗତ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୧୨,୦୦୦ କୋଟିରୁ ଅଧିକ ଟଙ୍କା ଚାନ୍ଦା ପାଇଛନ୍ତି । ଏଥିମଧ୍ୟରୁ କେବଳ ବିଜେପି ହିଁ ୬୫୬୬.୧୧ କୋଟି ଟଙ୍କା ପାଇଛି, ଯାହା ମୋଟ ନିର୍ବାଚନୀ ବଣ୍ଡର ୫୫ ପ୍ରତିଶତ । ଅନ୍ୟପକ୍ଷରେ କଂଗ୍ରେସ ସମୁଦାୟ ରାଶିର ୯ ପ୍ରତିଶତ ଅର୍ଥାତ୍ ୧୧୨୩.୨୯ କୋଟି ଟଙ୍କା ପାଇଛି |
ଏକ ଐତିହାସିକ ରାୟରେ ସୁପ୍ରିମକୋର୍ଟ ଫେବୃଆରୀ ୧୫ରେ ନିର୍ବାଚନୀ ବଣ୍ଡ୍ ଯୋଜନାକୁ ରଦ୍ଦ କରି ସରକାରଙ୍କୁ ଏକ ବଡ଼ ଝଟକା ଦେଇଥିଲେ। ଏହା ବାକ୍ ଓ ଅଭିବ୍ୟକ୍ତିର ସ୍ୱାଧୀନତା ତଥା ସୂଚନା ଅଧିକାରର ସାମ୍ବିଧାନିକ ଅଧିକାରକ ଉଲ୍ଲଂଘନ କରୁଛି ବୋଲି ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ କହିଥିଲେ ।
ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ଦାଖଲ ସମୟସୀମା ବଢ଼ାଇବା ପାଇଁ ଏସବିଆଇର ଆବେଦନ ଉପରେ ସୁପ୍ରିମକୋର୍ଟ ଏଯାବତ୍ ଶୁଣାଣି କରିନାହାଁନ୍ତି।
ଆଗେଇ ଚାଲିଛି ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ସମ୍ପ୍ରସାରଣ କାମ
Next Articleଧାରା ୩୭୦ ଉଚ୍ଛେଦ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଜି ପ୍ରଥମ କାଶ୍ମୀର ଗସ୍ତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
