News Room Odisha
BREAKING
Odia

ଆଗେଇ ଚାଲିଛି ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ସମ୍ପ୍ରସାରଣ କାମ

ବ୍ରହ୍ମପୁର – ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟସ୍ଥ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ସମ୍ପ୍ରସାରଣ କାମ ଜୋରସୋରରେ ଚାଲୁ ରହିଛି। ଗତକାଲି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ବିଧାୟକ ବିକ୍ରମ ପଣ୍ଡା ସଂପ୍ରସାରଣ କାର୍ଯ୍ୟ ଅନୁଧ୍ୟାନ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହିତ ସମୀକ୍ଷା କରିଥିଲେ। ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ଗତବର୍ଷ ମାର୍ଚ୍ଚ ୫ ତାରିଖରୁ ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ ୯ ସିଟ୍ ବିଶିଷ୍ଟ ବିମାନ ଭୁବନେଶ୍ବରକୁ ଉଡ଼ିବା ଆରମ୍ଭ ହୋଇଥିଲା। ବିମାନ ଉଡାଣ ଆରମ୍ଭର ବର୍ଷେ ବିତିଯାଇଥିବା [...]

Admin•March 7, 2024
Share Article:

ବ୍ରହ୍ମପୁର – ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟସ୍ଥ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ସମ୍ପ୍ରସାରଣ କାମ ଜୋରସୋରରେ ଚାଲୁ ରହିଛି। ଗତକାଲି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ବିଧାୟକ ବିକ୍ରମ ପଣ୍ଡା ସଂପ୍ରସାରଣ କାର୍ଯ୍ୟ ଅନୁଧ୍ୟାନ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହିତ ସମୀକ୍ଷା କରିଥିଲେ। ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ଗତବର୍ଷ ମାର୍ଚ୍ଚ ୫ ତାରିଖରୁ ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ ୯ ସିଟ୍ ବିଶିଷ୍ଟ ବିମାନ ଭୁବନେଶ୍ବରକୁ ଉଡ଼ିବା ଆରମ୍ଭ ହୋଇଥିଲା। ବିମାନ ଉଡାଣ ଆରମ୍ଭର ବର୍ଷେ ବିତିଯାଇଥିବା ବେଳେ ଗତ ଡ଼ିସେମ୍ବର ମାସରେ ଏୟାରଷ୍ଟ୍ରିପ ସମ୍ପ୍ରସାରଣ କାମ ପାଇଁ ଟେଣ୍ଡର ଆହ୍ବାନ କରାଯିବା ସହ ଭୁବନେଶ୍ଵରର ଏକ ଠିକା ସଂସ୍ଥାକୁ ୩୧ କୋଟି ବିନିମୟରେ ସମ୍ପ୍ରସାରଣ କାମ ଦିଆଯାଇଥିଲା। ଏହା ମଧ୍ୟରେ ଠିକା ସଂସ୍ଥା ପକ୍ଷରୁ ସଂପ୍ରସାରଣ କାମ ଆରମ୍ଭ କରାଯାଇଥିବା ବେଳେ ଆସନ୍ତା ଡ଼ିସେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

#Odia#Odisha#News
Share Article:

Related Articles