ଭୋଟିଂ ପୂର୍ବରୁ ବିଜେପି ଜିତିଲା ସୁରଟ ଲୋକସଭା ଆସନ, ଦଳୀୟ ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ
ସୁରଟ: ଆହୁରି ୬ ପର୍ଯ୍ୟାୟ ଭୋଟିଂ ବାକି ରହିଥିଲେ ମଧ୍ୟ ବିଜେପି ଚଳିତ ଲୋକସଭା ନିର୍ବାଚନର ଖାତା ଖୋଲିଛି । ଭୋଟ ଗ୍ରହଣ ପୂର୍ବରୁ ହିଁ ଗୁଜରାଟର ସୁରଟ ଲୋକସଭା ଆସନରେ ବିଜେପିର ବିଜୟ ନିଶ୍ଚିତ ହୋଇଛି। ସୁରଟ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହେଇଯିବା ପରେ ଆଉ ୮ ଜଣ ପ୍ରାର୍ଥୀ ମଧ୍ୟ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଫଳରେ ଏହି ଆସନରୁ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ଵନ୍ଦରେ ନିର୍ବାଚିତ [...]
ସୁରଟ: ଆହୁରି ୬ ପର୍ଯ୍ୟାୟ ଭୋଟିଂ ବାକି ରହିଥିଲେ ମଧ୍ୟ ବିଜେପି ଚଳିତ ଲୋକସଭା ନିର୍ବାଚନର ଖାତା ଖୋଲିଛି । ଭୋଟ ଗ୍ରହଣ ପୂର୍ବରୁ ହିଁ ଗୁଜରାଟର ସୁରଟ ଲୋକସଭା ଆସନରେ ବିଜେପିର ବିଜୟ ନିଶ୍ଚିତ ହୋଇଛି। ସୁରଟ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହେଇଯିବା ପରେ ଆଉ ୮ ଜଣ ପ୍ରାର୍ଥୀ ମଧ୍ୟ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଫଳରେ ଏହି ଆସନରୁ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ।
ସୁରଟ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ଭାନିଙ୍କ ନାମାଙ୍କନ ପତ୍ର ଖାରଜ ହୋଇଯାଇଛି । ନାମାଙ୍କନ ପତ୍ର ଦାଖଲ ସମୟରେ କୁମ୍ଭାନିଙ୍କ ତିନି ଜଣ ପ୍ରସ୍ତାବକଙ୍କ ମଧ୍ୟରୁ ଜଣେ ବି ଉପସ୍ଥିତ ନଥିଲେ। ଏହି କାରଣରୁ ନିର୍ବାଚନ ଅଧିକାରୀ ନୀଲେଶ କୁମ୍ବାନୀଙ୍କ ନାମାଙ୍କନ ପତ୍ର ଖାରଜ କରିଥିଲେ। କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ବାନୀଙ୍କ ତିନି ଜଣ ପ୍ରସ୍ତାବକଙ୍କ ଦସ୍ତଖତକୁ ନେଇ ବିଜେପି ପ୍ରଶ୍ନ ଉଠାଇଥିଲା।
ଅନ୍ୟପକ୍ଷରେ କଂଗ୍ରେସ କୁମ୍ଭାନିଙ୍କ ନାମାଙ୍କନ ପତ୍ର ଖାରଜ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି। କଂଗ୍ରେସ କହିଛି ଯେ ସରକାରଙ୍କ ପ୍ରାର୍ଥୀ ଧମକାଇ ଭୟଭୀତ କରିଛନ୍ତିି। କଂଗ୍ରେସ ନେତା ତଥା ଓକିଲ ବାବୁ ମାଙ୍ଗୁକିୟା ଅଭିଯୋଗ କରି କହିଛନ୍ତି, ଆମର ତିନିଜଣ ପ୍ରସ୍ତାବକଙ୍କୁ ଅପହରଣ କରାଯାଇଛି । ନିର୍ବାଚନ ଅଧିକାରୀ ଫର୍ମରେ ଦସ୍ତଖତ ହୋଇଛି କି ନାହିଁ ଯାଞ୍ଚ୍ କରିବା ବଦଳରେ ଅପହରଣ ସମ୍ପର୍କରେ ତଦନ୍ତ କରିବା ଉଚିତ । ସେ କହିଛନ୍ତି ଯେ ଦସ୍ତଖତ ଟାଲି ନ କରି ଫର୍ମ ରଦ୍ଦ କରିବା ଭୁଲ । ପ୍ରସ୍ତାବକଙ୍କ ଦସ୍ତଖତ ଠିକ କି ଭୁଲ ତାହା ଯାଞ୍ଚ ନକରି ଫର୍ମ ବାତିଲ କରିବା ଭୁଲ୍।
Odisha: Seven ODRAF Teams Deployed for Prevention of Forest Fire in Vulnerable Areas
Next Articleରାଜଧାନୀର ଏ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ, ଦିନ ୨ଟା ୩୦ ସୁଦ୍ଧା ୪୩.୮ ଡିଗ୍ରୀ ସେଲସିୟସ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
