News Room Odisha
BREAKING
Odia

ରାଜଧାନୀର ଏ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ, ଦିନ ୨ଟା ୩୦ ସୁଦ୍ଧା ୪୩.୮ ଡିଗ୍ରୀ ସେଲସିୟସ

ଭୁବନେଶ୍ବର – ରାଜ୍ୟରେ ଆଜି ମଧ୍ୟ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ଆଜି ମଧ୍ୟ ଅନେକ ସ୍ଥାନରେ ପ୍ରଚଣ୍ଡ ତାତି ଅନୁଭୂତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଛି। ରାଜ୍ୟର ୬ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ଆଜି ସାଢେ ୨ଟା ସୁଦ୍ଧା ବାଲେଶ୍ୱରରେ ୪୦.୭ [...]

Admin•April 22, 2024
Share Article:

ଭୁବନେଶ୍ବର – ରାଜ୍ୟରେ ଆଜି ମଧ୍ୟ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ଆଜି ମଧ୍ୟ ଅନେକ ସ୍ଥାନରେ ପ୍ରଚଣ୍ଡ ତାତି ଅନୁଭୂତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଛି। ରାଜ୍ୟର ୬ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା ।

ଆଜି ସାଢେ ୨ଟା ସୁଦ୍ଧା ବାଲେଶ୍ୱରରେ ୪୦.୭ ଡିଗ୍ରୀ ସେଲସିୟସ ,ଚାନ୍ଦବାଲିରେ ୪୦.୪, କେନ୍ଦୁଝରରେ ୩୮, ଗୋପାଳପୁରରେ ୩୭ , ସମ୍ବଲପୁରରେ ୩୬.୬ , ଝାରସୁଗୁଡାରେ ୩୬.୨, ପାରାଦୀପରେ ୩୫.୪ , ହୀରାକୁଦରେ ୩୪.୮, ରାଉରକେଲାରେ ୩୪.୪ ଓ ପୁରୀରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ହେବାର ସମ୍ଭାବନା ରହିଛି। ଏଭଳି ସ୍ଥିତି ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଓ ଏହାପରେ ପୁଣି ଗୋଟିଏ ପର୍ଯ୍ୟାୟରେ ଗ୍ରୀଷ୍ମ ଲହରୀ ଆରମ୍ଭ ହେବ।

#Odia#Odisha#News
Share Article:

Related Articles