News Room Odisha
BREAKING
Odia

ଗୃହ ମନ୍ତ୍ରାଳୟକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ବୋମା ଆତଙ୍କ। ଏଥର ଟାର୍ଗେଟରେ ଗୃହ ମନ୍ତ୍ରଣାଳୟ। ବୁଧବାର ନର୍ଥ ବ୍ଲକ୍ ସ୍ଥିତ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ ଇମେଲ ଆସିଛି। ନର୍ଥ ବ୍ଲକକୁ ବୋମାରେ ଉଡ଼ାଇ ଦିଆଯିବ ବୋଲି ଏଥିରେ କୁହାଯାଇଛି। ନର୍ଥ ବ୍ଲକ ଜାତୀୟ ରାଜଧାନୀର ଏକ ହାଇ ପ୍ରୋଫାଇଲ୍ ଅଞ୍ଚଳ। ଏଠାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସହ କେନ୍ଦ୍ର ସରକାରଙ୍କ ଅନେକ ଅଫିସ୍ ରହିଛି । ଦିଲ୍ଲୀ ଅଗ୍ନିଶମ ବିଭାଗକୁ ଅପରାହ୍ନ ୩ଟାରେ ଏପରି ଧମକ ସମ୍ପର୍କରେ [...]

Admin•May 22, 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ବୋମା ଆତଙ୍କ। ଏଥର ଟାର୍ଗେଟରେ ଗୃହ ମନ୍ତ୍ରଣାଳୟ। ବୁଧବାର ନର୍ଥ ବ୍ଲକ୍ ସ୍ଥିତ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ ଇମେଲ ଆସିଛି। ନର୍ଥ ବ୍ଲକକୁ ବୋମାରେ ଉଡ଼ାଇ ଦିଆଯିବ ବୋଲି ଏଥିରେ କୁହାଯାଇଛି। ନର୍ଥ ବ୍ଲକ ଜାତୀୟ ରାଜଧାନୀର ଏକ ହାଇ ପ୍ରୋଫାଇଲ୍ ଅଞ୍ଚଳ। ଏଠାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସହ କେନ୍ଦ୍ର ସରକାରଙ୍କ ଅନେକ ଅଫିସ୍ ରହିଛି ।

ଦିଲ୍ଲୀ ଅଗ୍ନିଶମ ବିଭାଗକୁ ଅପରାହ୍ନ ୩ଟାରେ ଏପରି ଧମକ ସମ୍ପର୍କରେ ସୂଚନା ମିଳିଥିଲା । ଏହା ପରେ ଘଟଣାସ୍ଥଳକୁ ଦୁଇଟି ଦମକଳ ବାହୀନି ପଠାଯାଇଥିଲା। ଦିଲ୍ଲୀ ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ଆଲର୍ଟ ମୋଡକୁ ଆସିଥିଲେ । ନର୍ଥ ବ୍ଲକ୍ ଅଞ୍ଚଳରେ ତଲାସି ଜାରି ରହିଛି । ତେବେ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ। ଚଳିତ ମାସରେ ପଞ୍ଚମ ଥର ପାଇଁ ଏଭଳି ବୋମା ଧମକ ମିଳିଛି ।

ଚଳିତ ମାସ ଆରମ୍ଭରେ ଦିଲ୍ଲୀ-ଏନସିଆରର ୧୦୦ରୁ ଅଧିକ ସ୍କୁଲକୁ ଅନୁରୂପ ଧମକପୂର୍ଣ୍ଣ ଇମେଲ ଆସିଥିଲା। ଏପରିକି ୮ ଦିନ ତଳେ ଦିଲ୍ଲୀର ୭ଟି ପ୍ରମୁଖ ଡାକ୍ତରଖାନା ଏବଂ ସବୁଠାରୁ ସୁରକ୍ଷିତ ତିହାର ଜେଲକୁ ମଧ୍ୟ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା। ଏହାପୂର୍ବରୁ ୧୦ରୁ ଅଧିକ ବିମାନ ବନ୍ଦରକୁ ମଧ୍ୟ ଏଭଳି ଧମକ ଆସିଥିଲା।

#Odia#Odisha#News
Share Article:

Related Articles