News Room Odisha
BREAKING
Odia

ଜାତି, ଧର୍ମ ଆଧାରରେ ପ୍ରଚାରରୁ ନିବୃତ୍ତ ରହିବାକୁ ବିଜେପି, କଂଗ୍ରେସକୁ କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଜାତି, ସମ୍ପ୍ରଦାୟ, ଭାଷା ଓ ଧର୍ମ ଆଧାରରେ ଭୋଟ ମାଗୁଥିବା ଯୋଗୁଁ ନିର୍ବାଚନ କମିଶନ କଂଗ୍ରେସ ଓ ବିଜେପି ନେତାମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ପ୍ରଚାରରୁ ନିବୃତ୍ତ ରହିବାକୁ ବୁଧବାର ନିର୍ବାଚନ କମିଶନ ଏହି ଦୁଇ ଜାତୀୟ ଦଳକୁ ପରାମର୍ଶ ଦେଇଛନ୍ତି । ନିର୍ବାଚନ ପାଇଁ ଭାରତର ସାମାଜିକ ଓ ସାଂସ୍କୃତିକ ସୌହାର୍ଦ୍ଦ୍ୟକୁ କ୍ଷତିଗ୍ରସ୍ତ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି କମିଶନ କହିଛନ୍ତିି। ଉଭୟ ଦଳ ପରସ୍ପରର ନେତାଙ୍କ ବିରୋଧରେ ଏକାଧିକ [...]

Admin•May 22, 2024
Share Article:

ନୂଆଦିଲ୍ଲୀ: ଜାତି, ସମ୍ପ୍ରଦାୟ, ଭାଷା ଓ ଧର୍ମ ଆଧାରରେ ଭୋଟ ମାଗୁଥିବା ଯୋଗୁଁ ନିର୍ବାଚନ କମିଶନ କଂଗ୍ରେସ ଓ ବିଜେପି ନେତାମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ପ୍ରଚାରରୁ ନିବୃତ୍ତ ରହିବାକୁ ବୁଧବାର ନିର୍ବାଚନ କମିଶନ ଏହି ଦୁଇ ଜାତୀୟ ଦଳକୁ ପରାମର୍ଶ ଦେଇଛନ୍ତି । ନିର୍ବାଚନ ପାଇଁ ଭାରତର ସାମାଜିକ ଓ ସାଂସ୍କୃତିକ ସୌହାର୍ଦ୍ଦ୍ୟକୁ କ୍ଷତିଗ୍ରସ୍ତ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି କମିଶନ କହିଛନ୍ତିି। ଉଭୟ ଦଳ ପରସ୍ପରର ନେତାଙ୍କ ବିରୋଧରେ ଏକାଧିକ ଅଭିଯୋଗ କରିବାର ପ୍ରାୟ ଏକ ମାସ ପରେ କମିଶନ ଦୁଇ ଦଳକୁ ଏଭଳି ତାଗିଦ୍ କରିଛନ୍ତିି।

ରାଜସ୍ଥାନର ବାଂସଓ୍ବାଡା ଠାରେ ଏକ ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭାଜନକାରୀ ଭାଷଣ ସମ୍ପର୍କରେ କଂଗ୍ରେସ ଅଭିଯୋଗ କରିଥିଲା। ଏନେଇ କମିଶନ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ନୋଟିସ ଜାରି କରି ସ୍ପଷ୍ଟୀକରଣ ଲୋଡ଼ିଥିଲେ। ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ଯଥାର୍ଥ ବୋଲି କହି ନଡ୍ଡା ଇସି ନୋଟିସର ଜବାବ ଦେଇଥିଲେ । ପ୍ରାୟ ଏକ ମାସ ପରେ କମିଶନ ନଡ୍ଡାଙ୍କ ଦ୍ବାରା ଦାଖଲ ଜବାବ ଖାରଜ କରିଛନ୍ତି । ତାଙ୍କୁ (ନଡ୍ଡା) ଏବଂ ତାଙ୍କ ଦଳର ଷ୍ଟାର ପ୍ରଚାରକ ମାନଙ୍କୁ ଧାର୍ମିକ ଏବଂ ସାମ୍ପ୍ରଦାୟିକ ଆଧାରରେ ପ୍ରଚାର ନ କରିବାକୁ କହିଛନ୍ତିି କମିଶନ। ସମାଜକୁ ବିଭାଜନ କଲା ଭଳି ନିର୍ବାଚନୀ ଭାଷଣ ବନ୍ଦ କରିବାକୁ ବିଜେପିକୁ କହିଛନ୍ତିି‌ କମିଶନ।

ନଡ୍ଡାଙ୍କ ବ୍ୟତୀତ ନିର୍ବାଚନ କମିଶନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ମଧ୍ୟ ନୋଟିସ ଜାରି କରିଥିଲେ। ତାଙ୍କ ମନ୍ତବ୍ୟ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପି କରିଥିବା ଅଭିଯୋଗର ଜବାବ ଦେବାକୁ ଖଡ଼ଗେଙ୍କୁ କହିଥିଲେ କମିଶନ। ଏନେଇ କଂଗ୍ରେସ ସଭାପତି ଖଡ଼ଗେ ଦେଇଥିବା ଜବାବ ଓ ଯୁକ୍ତିକୁ ମଧ୍ୟ କମିଶନ ଖାରଜ କରିଛନ୍ତି । ଦେଶର ସୁରକ୍ଷା ବାହିନୀକୁ ରାଜନୀତିକରଣ ନ କରିବା ଏବଂ ସଶସ୍ତ୍ର ବାହିନୀର ସାମାଜିକ-ଅର୍ଥନୈତିକ ଗଠନ ସମ୍ପର୍କରେ ବିଭାଜନକାରୀ ବୟାନ ନଦେବାକୁ କଂଗ୍ରେସକୁ ପରାମର୍ଶ ଦେଇଛନ୍ତି କମିଶନ।

କମିଶନ କଂଗ୍ରେସକୁ କହିଛନ୍ତି ଯେ ଏହାର ଷ୍ଟାର ପ୍ରଚାରକ ଏବଂ ପ୍ରାର୍ଥୀମାନେ ଏଭଳି ବୟାନରୁ ନିବୃତ୍ତ ରୁହନ୍ତୁ ଯାହା ଦ୍ବାରା ସମ୍ବିଧାନ ଉଚ୍ଛେଦ ହୋଇଯିବ ବୋଲି ଲୋକଙ୍କ ମନରେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି ହେବ।

କଂଗ୍ରେସ ଓ ବିଜେପି ସେମାନଙ୍କ ନିଜ ଷ୍ଟାର ପ୍ରଚାରକ ମାନଙ୍କୁ ନିଜ ଭାଷଣ ପ୍ରତି ଯତ୍ନବାନ ହେବା ଓ ଶାଳୀନତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ନିର୍ବାଚନ କମିଶନ ଉଭୟ ଦଳର ସଭାପତିଙ୍କୁ ପରାମର୍ଶ ଦେଇଛନ୍ତି।

#Odia#Odisha#News
Share Article:

Related Articles