ବୋପାନ୍ନା ଜିତିଲେ ଅଷ୍ଟ୍ରେଲିଆନ ଓପନ ପୁରୁଷ ଡବଲ୍ସ ଟାଇଟଲ୍, ଗ୍ରାଣ୍ଡସ୍ଲାମ୍ ଟ୍ରଫି ଜିତିବାରେ ସବୁଠୁ ବୟସ୍କ ଖେଳାଳି
ମେଲବୋର୍ଣ୍ଣ: ଭାରତୀୟ ଟେନିସ୍ ଷ୍ଟାର ରୋହନ ବୋପାନ୍ନା ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଡେନଙ୍କ ସହ ମିଶି ଅଷ୍ଟ୍ରେଲିଆନ ଓପନ୍ ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି । ବୋପାନ୍ନା-ଏବଡେନ୍ ଯୋଡି ଶନିବାର ଫାଇନାଲରେ ସିମୋନ ବୋଲେଲି ଓ ଆଣ୍ଡ୍ରେଆ ଭାଭାସୋରିଙ୍କୁ ହରାଇ ଟାଇଟଲ୍ ହାତେଇଛନ୍ତି । ଏଥିସହ ପୁରୁଷ ବର୍ଗରେ ଏକ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାରେ ତୃତୀୟ ଭାରତୀୟ ଖେଳାଳି ହୋଇଛନ୍ତି ବୋପାନ୍ନା । ଦ୍ୱିତୀୟ ସିଡ୍ ବୋପାନ୍ନା-ଏବଡେନ୍ ଯୋଡି ଏକ ଘଣ୍ଟା ୩୯ ମିନିଟ୍ ଧରି [...]
ମେଲବୋର୍ଣ୍ଣ: ଭାରତୀୟ ଟେନିସ୍ ଷ୍ଟାର ରୋହନ ବୋପାନ୍ନା ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଡେନଙ୍କ ସହ ମିଶି ଅଷ୍ଟ୍ରେଲିଆନ ଓପନ୍ ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି । ବୋପାନ୍ନା-ଏବଡେନ୍ ଯୋଡି ଶନିବାର ଫାଇନାଲରେ ସିମୋନ ବୋଲେଲି ଓ ଆଣ୍ଡ୍ରେଆ ଭାଭାସୋରିଙ୍କୁ ହରାଇ ଟାଇଟଲ୍ ହାତେଇଛନ୍ତି । ଏଥିସହ ପୁରୁଷ ବର୍ଗରେ ଏକ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାରେ ତୃତୀୟ ଭାରତୀୟ ଖେଳାଳି ହୋଇଛନ୍ତି ବୋପାନ୍ନା ।
ଦ୍ୱିତୀୟ ସିଡ୍ ବୋପାନ୍ନା-ଏବଡେନ୍ ଯୋଡି ଏକ ଘଣ୍ଟା ୩୯ ମିନିଟ୍ ଧରି ଚାଲିଥିବା ଫାଇନାଲରେ ଅଣସିଡେଡ୍ ଯୋଡି ବୋଲେଲି-ଭାଭାସୋରିଙ୍କୁ ସିଧାସଳଖ ୭-୬ (୦) ୭-୫ ସେଟରେ ହରାଇଥିଲେ |
ଏହା ପୂର୍ବରୁ ଭାରତର କେବଳ ଲିଆଣ୍ଡର ପେସ୍ ଓ ମହେଶ ଭୂପତି ପୁରୁଷ ଟେନିସରେ ଏକ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିଥିବାବେଳେ ସାନିଆ ମିର୍ଜା ମହିଳା ଟେନିସରେ ଏହି ସଫଳତା ହାସଲ କରିଛନ୍ତି।
ଏହା ହେଉଛି ବୋପାନ୍ନାଙ୍କର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ୍ | ପୂର୍ବରୁ ୨୦୧୭ରେ ସେ କାନାଡିୟ ଗାବ୍ରିଏଲା ଡାବ୍ରୋଭସ୍କିଙ୍କ ସହିତ ମିଶି ଫ୍ରେଞ୍ଚ ଓପନ୍ ମିକ୍ସଡ୍ ଡବଲ୍ସ ଟାଇଟଲ୍ ଜିତିଥିଲେ |
୪୩ ବର୍ଷୀୟ ବୋପାନ୍ନା ପୁରୁଷ ଟେନିସରେ ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତିବାରେ ସବୁଠାରୁ ବୟସ୍କ ଖେଳାଳି ହୋଇଛନ୍ତି। ଏଥିସହ ସେ ନେଦରଲାଣ୍ଡ୍ସର ଜାନ ଜୁଲିଏନ୍ ରୋଜରଙ୍କ ରେକର୍ଡ ଭାଙ୍ଗିଛନ୍ତି । ଜୁଲିଏନ୍ ରୋଜର ୪୦ ବର୍ଷ ବୟସରେ ୨୦୨୨ ମସିହାରେ ମାର୍ସେଲୋ ଆରେଭୋଲାଙ୍କ ସହ ମିଶି ଫ୍ରେଞ୍ଚ ଓପନ୍ ପୁରୁଷ ଡବଲ୍ସ ଟ୍ରଫି ଜିତିଥିଲେ ।
ଅଷ୍ଟ୍ରେଲିଆନ ଓପନ୍ ଟାଇଟଲ ପରେ ବୋପାନ୍ନା ସୋମବାର ପ୍ରକାଶ ପାଇବାକୁ ଥିବା ଏଟିପି ର଼୍ୟାଙ୍କିଙ୍ଗରେ ଏକ ନମ୍ବର ଖେଳାଳି ହେବେ। ୪୩ ବର୍ଷ ବୟସରେ ଶୀର୍ଷ ମାନ୍ୟତାରେ ପହଞ୍ଚିବାରେ ମଧ୍ୟ ବୋପାନ୍ନା ସବୁଠୁ ବୟସ୍କ ଖେଳାଳି ହେବେ।
ଭାରତର ବାଟ ଓଗାଳିଲେ ପୋପ୍, ରୋମାଞ୍ଚକ ସ୍ଥିତିରେ ହାଇଦ୍ରାବାଦ ଟେଷ୍ଟ
Next Articleପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ସମ୍ବର୍ଦ୍ଧିତ ହେବେ ପଦ୍ମଶ୍ରୀ, ଜ୍ଞାନପୀଠ, କେନ୍ଦ୍ର ସାହିତ୍ୟ ଏକାଡେମୀ ବିଜେତା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
