ଭାରତର ବାଟ ଓଗାଳିଲେ ପୋପ୍, ରୋମାଞ୍ଚକ ସ୍ଥିତିରେ ହାଇଦ୍ରାବାଦ ଟେଷ୍ଟ
ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ରୋମାଞ୍ଚକ ମୋଡରେ ପହଞ୍ଚିଛି । ଓଲି ପୋପଙ୍କ ଲଢ଼ୁଆ ଶତକ ସହାୟତାରେ ଇଂଲଣ୍ଡ ବିପର୍ଯ୍ୟୟରୁ ମୁକୁଳି ଭାରତକୁ କଡ଼ା ଟକ୍କର ଦେଇଛି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୬ ଓ୍ବିକେଟ୍ ହରାଇ ୩୧୬ ରନ୍ କରିନେଇଛି । ଭାରତର ଶୀଘ୍ର ବିଜୟ ଆଶାକୁ ଧୂଳିସାତ୍ କରିଦେଇଛନ୍ତି ଓଲି ପୋପ୍ । ହାତରେ ଆହୁରି ୪ ଓ୍ବିକେଟ୍ ବାକିଥିବା ବେଳେ [...]
ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ରୋମାଞ୍ଚକ ମୋଡରେ ପହଞ୍ଚିଛି । ଓଲି ପୋପଙ୍କ ଲଢ଼ୁଆ ଶତକ ସହାୟତାରେ ଇଂଲଣ୍ଡ ବିପର୍ଯ୍ୟୟରୁ ମୁକୁଳି ଭାରତକୁ କଡ଼ା ଟକ୍କର ଦେଇଛି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୬ ଓ୍ବିକେଟ୍ ହରାଇ ୩୧୬ ରନ୍ କରିନେଇଛି । ଭାରତର ଶୀଘ୍ର ବିଜୟ ଆଶାକୁ ଧୂଳିସାତ୍ କରିଦେଇଛନ୍ତି ଓଲି ପୋପ୍ । ହାତରେ ଆହୁରି ୪ ଓ୍ବିକେଟ୍ ବାକିଥିବା ବେଳେ ଏପର୍ଯ୍ୟନ୍ତ ୧୨୬ ରନର ଆଗୁଆ ରହିଛି ଇଂଲଣ୍ଡ। ଷ୍ଟମ୍ପ ଅପସାରଣ ବେଳକୁ ପୋପ୍ ୧୪୮ ରନରେ ଅପରାଜିତ ରହି ଭାରତର ଚିନ୍ତା ବଢ଼ାଇଛନ୍ତି । ରେହାନ୍ ଅହମ୍ମଦ ୧୬ ରନ୍ କରି ପୋପଙ୍କ ସହିତ କ୍ରିଜରେ ଅଛନ୍ତି ।
ଭାରତ ତରଫରୁ ଯସପ୍ରୀତ ବୁମରା ଓ ରବିଚନ୍ଦ୍ରନ ଅଶ୍ବିନ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଜାଡେଜା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ପାଇଛନ୍ତି ।
ପ୍ରଥମ ଇନିଂସରେ ଇଂଲଣ୍ଡର ୨୪୬ ରନ୍ ଜବାବରେ ଭାରତ ୪୩୬ ରନ୍ କରି ଅଲ୍ଆଉଟ୍ ହୋଇଥିଲା। ଭାରତ ୧୯୦ ରନର ଅଗ୍ରଣୀ ହାସଲ କରିଥିଲା।
ଇଂଲଣ୍ଡ ଦ୍ବିତୀୟ ଇନିଂସରେ ଏକଦା ୧୬୩ ରନରେ ୫ ୱିକେଟ୍ ହରାଇଥିଲା । ତେବେ ପୋପ୍ ଚମତ୍କାର କାଉଣ୍ଟର ଆଟାକ୍ ସହ ଏକ ମନ୍ଥର ପିଚରେ ଭାରତୀୟ ସ୍ପିନରଙ୍କ ଚ୍ୟାଲେଞ୍ଜ ପ୍ରତିହତ କରି ତୃତୀୟ ଦିନରେ ମ୍ୟାଚ୍ ଶେଷ କରିବାକୁ ଆଶା ରଖିଥିବା ଘରୋଇ ଦଳର ଆଶାରେ ପାଣି ଢ଼ାଳି ଦେଇଥିଲେ । ପୋପ୍ ଷଷ୍ଠ ୱିକେଟ୍ ପାଇଁ ବେନ୍ ଫୋକ୍ସ (୩୪ ରନ୍)ଙ୍କ ସହ ୧୦୪ ରନର ଭାଗିଦାରୀ କରି ଭାରତୀୟ ବୋଲରମାନଙ୍କୁ ନିରାଶ କରିଥିଲେ। ସୁଇପ୍ ଓ ରିଭର୍ସ ସୁଇପ୍ ସହ ଭାରତୀୟ ସ୍ପିନରଙ୍କ ଲୟ ବିଗାଡ଼ି ଭାରତ ବିପକ୍ଷରେ ପ୍ରଥମ ଓ କ୍ୟାରିୟରର ପଞ୍ଚମ ଶତକ ହାସଲ କରିଥିଲେ ପୋପ୍ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଦ୍ଵିତୀୟ ବୃହତ ଆଧ୍ୟାତ୍ମିକ ପୀଠର ରୂପାନ୍ତର ସମଲେଇ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
Next Articleବୋପାନ୍ନା ଜିତିଲେ ଅଷ୍ଟ୍ରେଲିଆନ ଓପନ ପୁରୁଷ ଡବଲ୍ସ ଟାଇଟଲ୍, ଗ୍ରାଣ୍ଡସ୍ଲାମ୍ ଟ୍ରଫି ଜିତିବାରେ ସବୁଠୁ ବୟସ୍କ ଖେଳାଳି
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
