News Room Odisha
BREAKING
Odia

ଜାହାଜ ଧକ୍କାରେ ଭୁଶୁଡ଼ିଲା ବ୍ରିଜ୍

ଓ୍ୱାଶିଂଟନ: ଏକ ଜାହାଜ ଧକ୍କାରେ ଆମେରିକା ମେରିଲ୍ୟାଣ୍ଡ ପ୍ରଦେଶର ବାଲ୍ଟିମୋରରେ ଏକ ବ୍ରିଜ୍ ଭୁଶୁଡ଼ି ପଡ଼ିଛି । ସୋମବାର ରାତି ପ୍ରାୟ ୧.୩୦ରେ ସିଙ୍ଗାପୁରର ଏକ କଣ୍ଟେନର ଜାହାଜ ସ୍ଥାନୀୟ ‘ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍’କୁ ଧକ୍କା ଦେଇଥିଲା। ଏହାର କିଛି ମିନିଟ୍ ପରେ ବ୍ରିଜର ଏକ ବଡ଼ ଅଂଶ ଭୁଶୁଡି ପଡିଥିଲା। ଏହି ଦୁର୍ଘଟଣାରେ ଅନେକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି। ବ୍ରିଜ୍ ଭୁଶୁଡ଼ି ପଡ଼ିବାରୁ ଅନେକ କାର୍ ଓ ଲୋକ ନଦୀ ଭିତରକୁ ପଡ଼ିଥିବା [...]

Admin•March 26, 2024
Share Article:

ଓ୍ୱାଶିଂଟନ: ଏକ ଜାହାଜ ଧକ୍କାରେ ଆମେରିକା ମେରିଲ୍ୟାଣ୍ଡ ପ୍ରଦେଶର ବାଲ୍ଟିମୋରରେ ଏକ ବ୍ରିଜ୍ ଭୁଶୁଡ଼ି ପଡ଼ିଛି । ସୋମବାର ରାତି ପ୍ରାୟ ୧.୩୦ରେ ସିଙ୍ଗାପୁରର ଏକ କଣ୍ଟେନର ଜାହାଜ ସ୍ଥାନୀୟ ‘ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍’କୁ ଧକ୍କା ଦେଇଥିଲା। ଏହାର କିଛି ମିନିଟ୍ ପରେ ବ୍ରିଜର ଏକ ବଡ଼ ଅଂଶ ଭୁଶୁଡି ପଡିଥିଲା। ଏହି ଦୁର୍ଘଟଣାରେ ଅନେକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି।

ବ୍ରିଜ୍ ଭୁଶୁଡ଼ି ପଡ଼ିବାରୁ ଅନେକ କାର୍ ଓ ଲୋକ ନଦୀ ଭିତରକୁ ପଡ଼ିଥିବା କୁହାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏପର୍ଯ୍ୟନ୍ତ ମୃତାହତ ସଂଖ୍ୟା ଘୋଷଣା କରାଯାଇ ନାହିଁ। ବାଲ୍ଟିମୋର ଅଗ୍ନିଶମ ବିଭାଗର ମୁଖପାତ୍ର କହିଛନ୍ତି ଯେ ଏହି ବ୍ରିଜ୍ ଦୁର୍ଘଟଣାରେ ‘ଅନେକ ଲୋକଙ୍କ ମୃତ୍ୟୁ ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ’ । ଦୁର୍ଘଟଣା ଘଟିଥିବା ସ୍ଥାନରେ ତାପମାତ୍ରା ମାଇନସ୍ ଏକ ଡିଗ୍ରୀ ଥିଲା |

ଅନ୍ୟପକ୍ଷରେ ବ୍ରିଜକୁ ଧକା ଦେଇଥିବା ‘ଡାଲି’ ନାମକ ଜାହାଜ ଚଳାଉଥିବା କମ୍ପାନୀ ସିନର୍ଜି ମେରାଇନ୍ ଗ୍ରୁପ୍ କହିଛି ଯେ ଏହି ଦୁର୍ଘଟଣାରେ ଜାହାଜର ସମସ୍ତ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ତେବେ ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

#Odia#Odisha#News
Share Article:

Related Articles