News Room Odisha
BREAKING
Odia

ବାଲ୍ଟିମୋର ବ୍ରିଜ୍ ଅଘଟଣ: ଧକ୍କା ଦେଇଥିବା ଜାହାଜର ସମସ୍ତ ସଦସ୍ୟ ଭାରତୀୟ

ଓ୍ୱାଶିଂଟନ: ଆମେରିକାର ବାଲ୍ଟିମୋର ସହରର ଏକ ପ୍ରମୁଖ ବ୍ରିଜକୁ ଧକ୍କା ଦେଇଥିବା ମାଲବାହୀ ଜାହାଜର ସମସ୍ତ ୨୨ ଜଣ ସଦସ୍ୟ ଭାରତୀୟ ବୋଲି ଜଣାପଡ଼ିଛି । ଜାହାଜ ବ୍ରିଜର ଏକ ପିଲାରକୁ ଧକ୍କା ଦେବା ପରେ ଏହା ଭାଙ୍ଗି ଯାଇଥିଲା । ଅନେକ ଗାଡ଼ି ଓ ଲୋକ ନଦୀ ଭିତରକୁ ଖସିପଡ଼ିଥିଲେ । ସୋମବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ଉଦ୍ଧାରକାରୀ ଦଳ ନଦୀରେ ତଲାସି କାର୍ଯ୍ୟ ଜାରି ରଖିଛି । ବାଲ୍ଟିମୋରର ‘ଫ୍ରାନ୍ସିସ୍ ସ୍କଟ୍ [...]

Admin•March 26, 2024
Share Article:

ଓ୍ୱାଶିଂଟନ: ଆମେରିକାର ବାଲ୍ଟିମୋର ସହରର ଏକ ପ୍ରମୁଖ ବ୍ରିଜକୁ ଧକ୍କା ଦେଇଥିବା ମାଲବାହୀ ଜାହାଜର ସମସ୍ତ ୨୨ ଜଣ ସଦସ୍ୟ ଭାରତୀୟ ବୋଲି ଜଣାପଡ଼ିଛି । ଜାହାଜ ବ୍ରିଜର ଏକ ପିଲାରକୁ ଧକ୍କା ଦେବା ପରେ ଏହା ଭାଙ୍ଗି ଯାଇଥିଲା । ଅନେକ ଗାଡ଼ି ଓ ଲୋକ ନଦୀ ଭିତରକୁ ଖସିପଡ଼ିଥିଲେ । ସୋମବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ଉଦ୍ଧାରକାରୀ ଦଳ ନଦୀରେ ତଲାସି କାର୍ଯ୍ୟ ଜାରି ରଖିଛି । ବାଲ୍ଟିମୋରର ‘ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍’କୁ ସିଙ୍ଗାପୁରର ଏକ ଜାହାଜ ଧକ୍କା ଦେଇଥିଲା । ତେବେ କେଉଁ ପରିସ୍ଥିତିରେ ବ୍ରିଜ୍ ସହ ଜାହାଜର ଧକ୍କା ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ |

ଏହି ଅଘଟଣ ପରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ଆଉ କେତେ ଲୋକ ପାଣିରେ ପଡ଼ିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଜାହାଜଟି ବ୍ରିଜର ଗୋଟିଏ ପିଲାରକୁ ଧକ୍କା ଦେଇଥିଲା । ଏହାର କିଛି ସେକେଣ୍ଡ ମଧ୍ୟରେ ବ୍ରିଜଟି ଭାଙ୍ଗି ନଦୀରେ ପଡିଥିଲା। କେହି କେହି ଏହି ଘଟଣାର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ସମୟ ମଧ୍ୟରେ ଜାହାଜରେ ନିଆଁ ମଧ୍ୟ ଲାଗିଯାଇଥିଲା ଓ ସେଥିରୁ କଳା ଧୂଆଁ ବାହାରିଥିଲା । ଏହା ଏକ ଆକ୍ସନ୍ ଚଳଚ୍ଚିତ୍ରର ଦୃଶ୍ୟ ଭଳି ଦେଖାଯାଉଥିଲା ବୋଲି ବାଲ୍ଟିମୋରର ମେୟର ବ୍ରେଣ୍ଡନ୍ ସ୍କଟ୍ କହିଛନ୍ତିି।

ସିଙ୍ଗାପୁର ପତାକା ଲାଗିଥିବା ଜାହାଜ ‘ଡାଲି’ର ପରିଚାଳନା କରୁଥିବା ସଂସ୍ଥା ‘ସିନର୍ଜି ମେରାଇନ୍ ଗ୍ରୁପ୍’ର ସୂଚନା ଅନୁଯାୟୀ ଏହି ଜାହାଜରେ ମୋଟ ୨୨ ଜଣ କ୍ରୁ ସଦସ୍ୟ ରହିଥିଲେ ଏବଂ ସମସ୍ତେ ଭାରତୀୟ । ଏହି ଜାହାଜଟି ‘ଗ୍ରେସ୍ ଓସିନ୍ ପ୍ରାଇଭେଟ ଲିମିଟେଡ୍’ର ମାଲିକାନାରେ ଅଛି। ଏହା ବାଲ୍ଟିମୋରରୁ କଲମ୍ବୋ ଅଭିମୁଖେ ଯାତ୍ରା କରୁଥିଲା |

#Odia#Odisha#News
Share Article:

Related Articles