News Room Odisha
BREAKING
Odia

ପଞ୍ଚମ ଟେଷ୍ଟ ପାଇଁ ଫେରିଲେ ବୁମରା, ରାହୁଲ ବାଦ୍

ନୂଆଦିଲ୍ଲୀ: ମାର୍ଚ୍ଚ ୭ରୁ ଧର୍ମଶାଳାରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ପାଇଁ ବିସିସିଆଇ ଗୁରୁବାର ଭାରତୀୟ ଦଳ ଘୋଷଣା କରିଛି। ଦଳରେ କୌଣସି ବଡ଼ ପରିବର୍ତ୍ତନ କରାଯାଇ ନାହିଁ। ଚତୁର୍ଥ ଟେଷ୍ଟ ମ୍ୟାଚରୁ ବିଶ୍ରାମ ପରେ ଷ୍ଟାର ପେସର୍ ଯସପ୍ରୀତ ବୁମରା ପଞ୍ଚମ ଟେଷ୍ଟ ଖେଳିବେ । ତେବେ କେଏଲ୍ ରାହୁଲ ଓ ୱାଶିଂଟନ୍ ସୁନ୍ଦର ବାଦ୍ ପଡ଼ିଛନ୍ତି। ରାହୁଲଙ୍କୁ ମେଡିକାଲ ଟିମରୁ ସବୁଜ ସଙ୍କେତ ମିଳିନାହିଁ। ତେଣୁ ସେ ପଞ୍ଚମ ଟେଷ୍ଟ [...]

Admin•February 29, 2024
Share Article:

ନୂଆଦିଲ୍ଲୀ: ମାର୍ଚ୍ଚ ୭ରୁ ଧର୍ମଶାଳାରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ପାଇଁ ବିସିସିଆଇ ଗୁରୁବାର ଭାରତୀୟ ଦଳ ଘୋଷଣା କରିଛି। ଦଳରେ କୌଣସି ବଡ଼ ପରିବର୍ତ୍ତନ କରାଯାଇ ନାହିଁ। ଚତୁର୍ଥ ଟେଷ୍ଟ ମ୍ୟାଚରୁ ବିଶ୍ରାମ ପରେ ଷ୍ଟାର ପେସର୍ ଯସପ୍ରୀତ ବୁମରା ପଞ୍ଚମ ଟେଷ୍ଟ ଖେଳିବେ ।

ତେବେ କେଏଲ୍ ରାହୁଲ ଓ ୱାଶିଂଟନ୍ ସୁନ୍ଦର ବାଦ୍ ପଡ଼ିଛନ୍ତି। ରାହୁଲଙ୍କୁ ମେଡିକାଲ ଟିମରୁ ସବୁଜ ସଙ୍କେତ ମିଳିନାହିଁ। ତେଣୁ ସେ ପଞ୍ଚମ ଟେଷ୍ଟ ବି ଖେଳିବେନି ବୋଲି ବିସିସିଆଇ କହିଛି ।

ୱାଶିଂଟନ୍ ସୁନ୍ଦରଙ୍କୁ ମୁମ୍ବାଇ ବିପକ୍ଷ ରଣଜୀ ଟ୍ରଫି ସେମିଫାଇନାଲ ମ୍ୟାଚ୍ ପାଇଁ ରିଲିଜ୍ କରି ଦିଆଯାଇଛି। ସେ ଏହି ରଣଜୀ ଟ୍ରଫି ମ୍ୟାଚ୍ ପାଇଁ ତାଙ୍କ ଘରୋଇ ଦଳ ତାମିଲନାଡୁ ସହ ଯୋଗଦେବେ ।

ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ଅପରାଜେୟ ୩-୧ରେ ଅଗ୍ରଣୀ ରହିଛି । ହାଇଦ୍ରାବାଦରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ହାରିବା ପରେ ଭାରତ ଜବରଦସ୍ତ ପ୍ରତ୍ୟାବର୍ତ୍ତନ ସହ ପରବର୍ତ୍ତୀ ତିନୋଟି ଟେଷ୍ଟ ଜିତି ସିରିଜ୍ କବଜା କରିଥିଲା।

ପଞ୍ଚମ ଟେଷ୍ଟ ପାଇଁ ଭାରତୀୟ ଦଳ :

ରୋହିତ ଶର୍ମା (ଅଧିନାୟକ), ଜସପ୍ରୀତ ବୁମରା, ଯଶସ୍ୱୀ ଜୈସୱାଲ, ଶୁଭମାନ ଗିଲ୍, ରଜତ ପାଟିଦାର, ସରଫରାଜ ଖାନ, ଧ୍ରୁବ ଜୁରେଲ (ୱିକେଟ୍ ରକ୍ଷକ), କେ.ଏସ୍ ଭରତ (ୱିକେଟ୍ ରକ୍ଷକ), ଦେବଦତ୍ତ ପାଡିକଲ, ଆର୍ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର ଏବଂ ଆକାଶ ଦୀପ ।

#Odia#Odisha#News
Share Article:

Related Articles