ଗିରଫ ପରେ ଶାହାଜାହାନ ଶେଖ ତୃଣମୂଳ କଂଗ୍ରେସରୁ ୬ ବର୍ଷ ନିଲମ୍ବିତ
କୋଲକାତା: ଗିରଫ ହେବାର କିଛି ଘଣ୍ଟା ପରେ ତୃଣମୂଳ କଂଗ୍ରେସ ନେତା ଶାହାଜାହାନ ଶେଖଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି । ଗିରଫ ପରେ ଗୁରୁବାର ଶାହାଜାହାନ ଶେଖଙ୍କୁ ପଶ୍ଚିମବଙ୍ଗର ବାସୀରହାଟ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଶାହଜାହାନଙ୍କୁ ୧୦ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି । ପଶ୍ଚିମବଙ୍ଗ ପୋଲିସ କହିଛି, ସନ୍ଦେଶଖାଲି ଯୌନ ନିର୍ଯାତନା ମାମଲାରେ ତାଙ୍କୁ ଗିରଫ କରାଯାଇ ନାହିଁ ବରଂ ଇଡି ଟିମ୍ ଉପରେ ଆକ୍ରମଣ ମାମଲାରେ ଶାହଜାହାନ [...]
କୋଲକାତା: ଗିରଫ ହେବାର କିଛି ଘଣ୍ଟା ପରେ ତୃଣମୂଳ କଂଗ୍ରେସ ନେତା ଶାହାଜାହାନ ଶେଖଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି । ଗିରଫ ପରେ ଗୁରୁବାର ଶାହାଜାହାନ ଶେଖଙ୍କୁ ପଶ୍ଚିମବଙ୍ଗର ବାସୀରହାଟ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଶାହଜାହାନଙ୍କୁ ୧୦ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି ।
ପଶ୍ଚିମବଙ୍ଗ ପୋଲିସ କହିଛି, ସନ୍ଦେଶଖାଲି ଯୌନ ନିର୍ଯାତନା ମାମଲାରେ ତାଙ୍କୁ ଗିରଫ କରାଯାଇ ନାହିଁ ବରଂ ଇଡି ଟିମ୍ ଉପରେ ଆକ୍ରମଣ ମାମଲାରେ ଶାହଜାହାନ ଶେଖଙ୍କୁ ଗିରଫ କରାଯାଇଛି।
ରାସନ ଦୁର୍ନୀତି ମାମଲାରେ ଜାନୁୟାରୀ ୫ରେ ସନ୍ଦେଶଖାଲି ସ୍ଥିତ ଶାହଜାହାନ ଶେଖଙ୍କ ଘରେ ଚଢ଼ାଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଉପରେ ତାଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ। ଏହି ଘଟଣା ପରଠୁ ଶାହଜାହାନ ଫେରାର ହୋଇଯାଇଥିଲେ।
ଶେଖ୍ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଜମି ହଡ଼ପ ଓ ମହିଳାମାନଙ୍କୁ ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ହୋଇଥିଲା । ଶେଖଙ୍କ ଗିରଫ ଦାବିରେ ସନ୍ଦେଶଖାଲି ଅଞ୍ଚଳର ଲୋକମାନେ ଗତ ଦେଢ଼ ମାସରୁ ଅଧିକ ସମୟ ଧରି ବିରୋଧ ପ୍ରଦର୍ଶନ କରିଥିଲେ। ଏହି ମାମଲା ନେଇ ପଶ୍ଚିମବଙ୍ଗ ରାଜନୀତିରେ ମଧ୍ୟ ଝଡ଼ ସୃଷ୍ଟି ହୋଇଥିଲା । ଶାହାଜାହାନଙ୍କୁ ଶାସକ ଟିଏମସି ଘଣ୍ଟ ଘୋଡାଉଛି ବୋଲି ଅଭିଯୋଗ କରିଥିଲେ ବିଜେପି ଓ କଂଗ୍ରେସ ।
କ୍ରସ୍ ଭୋଟିଂ କରିଥିବା ୬ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ହିମାଚଳ ବାଚସ୍ପତି
Next Articleପଞ୍ଚମ ଟେଷ୍ଟ ପାଇଁ ଫେରିଲେ ବୁମରା, ରାହୁଲ ବାଦ୍
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
