News Room Odisha
BREAKING
Odia

ଦେଶରେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ବିବାଦୀୟ ନାଗରିକତା ସଂଶୋଧନ ଆଇନ (ସିଏଏ) ନେଇ ବଡ଼ ଘୋଷଣା କରିଛନ୍ତି । ଆଜିଠାରୁ ଦେଶରେ ଲାଗୁ ହୋଇଛି ଏହି ଆଇନ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଆଇନ ଅଧୀନରେ ୩୧ ଡିସେମ୍ବର ୨୦୧୪ ସୁଦ୍ଧା ଭାରତକୁ ଆସିଥିବା ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନର ଅଣମୁସଲିମ (ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାରସୀ ଏବଂ ଖ୍ରୀଷ୍ଟିଆନ) ଶରଣାର୍ଥୀମାନଙ୍କୁ [...]

Admin•March 11, 2024
Share Article:

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ବିବାଦୀୟ ନାଗରିକତା ସଂଶୋଧନ ଆଇନ (ସିଏଏ) ନେଇ ବଡ଼ ଘୋଷଣା କରିଛନ୍ତି । ଆଜିଠାରୁ ଦେଶରେ ଲାଗୁ ହୋଇଛି ଏହି ଆଇନ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଆଇନ ଅଧୀନରେ ୩୧ ଡିସେମ୍ବର ୨୦୧୪ ସୁଦ୍ଧା ଭାରତକୁ ଆସିଥିବା ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନର ଅଣମୁସଲିମ (ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାରସୀ ଏବଂ ଖ୍ରୀଷ୍ଟିଆନ) ଶରଣାର୍ଥୀମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ।

ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ ଲାଗୁ ହେବ ବୋଲି ଗୃହମନ୍ତ୍ରୀ ଅମିତ ଶାହ ନିକଟରେ ଏକାଧିକ ଥର ଘୋଷଣା କରିଥିଲେ। ସେ କହିଥିଲେ ଏହା ଦେଶର ନିୟମ। ଏହାକୁ କେହି ଅଟକାଇ ପାରିବେ ନାହିଁ | ୧୧ ଡିସେମ୍ବର ୨୦୧୯ରେ ସିଏଏକୁ ସଂସଦର ମଞ୍ଜୁରି ମିଳିଥିଲା। ତେବେ ଏହି ଆଇନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହି ଆଇନରୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଜାଣିଶୁଣି ବାଦ୍ ଦିଆଯାଇଛି ବୋଲି ଅଭିଯୋଗ କରି ରାଜଧାନୀ ଦିଲ୍ଲୀ ସହ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଏହି କାରଣରୁ ସିଏଏକୁ କାର୍ଯ୍ୟକାରୀ କରିବା ସମୟ ସୀମା ଘୁଞ୍ଚାଇ ଚାଲିଥିଲେ ସରକାର ।

#Odia#Odisha#News
Share Article:

Related Articles