News Room Odisha
BREAKING
Odia

ଆଜି ଜାରି ହୋଇପାରେ ସିଏଏ ସଂକ୍ରାନ୍ତ ନିୟମାବଳୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଗୃହ ମନ୍ତ୍ରଣାଳୟ ଆଜି ନାଗରିକତା ସଂଶୋଧନ ଆଇନ (ସିଏଏ) ସଂକ୍ରାନ୍ତ ନିୟମାବଳୀ ନେଇ ବିଜ୍ଞପ୍ତି ଜାରି କରିପାରେ । ଏହି ଆଇନ ଆଜିଠାରୁ ଅବା ମଧ୍ୟରାତ୍ରରୁ ଲାଗୁ ହେବା ସମ୍ଭାବନା ରହିଛି । ଏହି ଆଇନ ଅଧୀନରେ ୩୧ ଡିସେମ୍ବର ୨୦୧୪ ସୁଦ୍ଧା ଭାରତ ଆସିଥିବା ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ଅଣମୁସଲିମ ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବ । ସୁତ୍ରରୁ ପ୍ରକାଶ ଯେ ପଞ୍ଜୀକରଣ ପାଇଁ ସିଏଏ [...]

Admin•March 11, 2024
Share Article:

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଗୃହ ମନ୍ତ୍ରଣାଳୟ ଆଜି ନାଗରିକତା ସଂଶୋଧନ ଆଇନ (ସିଏଏ) ସଂକ୍ରାନ୍ତ ନିୟମାବଳୀ ନେଇ ବିଜ୍ଞପ୍ତି ଜାରି କରିପାରେ । ଏହି ଆଇନ ଆଜିଠାରୁ ଅବା ମଧ୍ୟରାତ୍ରରୁ ଲାଗୁ ହେବା ସମ୍ଭାବନା ରହିଛି । ଏହି ଆଇନ ଅଧୀନରେ ୩୧ ଡିସେମ୍ବର ୨୦୧୪ ସୁଦ୍ଧା ଭାରତ ଆସିଥିବା ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ଅଣମୁସଲିମ ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବ ।

ସୁତ୍ରରୁ ପ୍ରକାଶ ଯେ ପଞ୍ଜୀକରଣ ପାଇଁ ସିଏଏ ଅନଲାଇନ୍ ପୋର୍ଟାଲ୍ ମଧ୍ୟ ପ୍ରସ୍ତୁତ ହୋଇସାରିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଏହାର ଡ୍ରାଏ ରନ୍ କରିଛି। ଉପରୋକ୍ତ ପଡ଼ୋଶୀ ଦେଶ ଗୁଡ଼ିକରୁ ଯେଉଁ ଅଣମୁସଲିମ ଶରଣାର୍ଥୀମାନଙ୍କ‌ ପାଖରେ କୌଣସି ଦସ୍ତାବିଜ୍ ନାହିଁ, ସେମାନଙ୍କୁ ସିଏଏ ଅଧୀନରେ ନାଗରିକତା ପ୍ରଦାନ କରାଯିବ। ଦୀର୍ଘକାଳୀନ ଭିସା ପାଇଁ ମନ୍ତ୍ରଣାଳୟ ପାକିସ୍ତାନରୁ ସର୍ବାଧିକ ସଂଖ୍ୟକ ଆବେଦନ ଗ୍ରହଣ କରିଛି।

ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ ଲାଗୁ ହେବ ବୋଲି ଗୃହମନ୍ତ୍ରୀ ଅମିତ ଶାହ ଦୁଇ ମାସ ମଧ୍ୟରେ ଦୁଇଥର ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସେ କହିଥିଲେ ଏହା ଦେଶର ନିୟମ। ଏହାକୁ କେହି ଅଟକାଇ ପାରିବେ ନାହିଁ | ୧୧ ଡିସେମ୍ବର ୨୦୧୯ରେ ସିଏଏକୁ ସଂସଦର ମଞ୍ଜୁରି ମିଳିଥିଲା। ତେବେ ଏହି ଆଇନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହି ଆଇନରୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଜାଣିଶୁଣି ବାଦ୍ ଦିଆଯାଇଛି ବୋଲି ଅଭିଯୋଗ କରି ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଏହି କାରଣରୁ ସିଏଏକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ନିୟମାବଳୀ ପ୍ରସ୍ତୁତ କରିବା ସମୟ ସୀମା ଘୁଞ୍ଚାଇ ଚାଲିଥିଲେ ।

#Odia#Odisha#News
Share Article:

Related Articles