କୃଷକଙ୍କ ସହ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଶେଷ, ପାଞ୍ଚ ବର୍ଷିଆ ଏମ୍ଏସପି ଯୋଜନା ପ୍ରସ୍ତାବ ଦେଲେ ସରକାର
ଚଣ୍ଡିଗଡ଼: କୃଷକ ନେତା ଓ ତିନି ଜଣିଆ କେନ୍ଦ୍ରମନ୍ତ୍ରୀ କମିଟି ମଧ୍ୟରେ ରବିବାର ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ସର୍ବନିମ୍ନ ସହାୟତା ମୂଲ୍ୟ (ଏମ୍ଏସପି) ନେଇ ସରକାରଙ୍କ ତରଫରୁ କୃଷକଙ୍କୁ ଏକ ପାଞ୍ଚ ବର୍ଷିଆ ଯୋଜନା ପ୍ରସ୍ତାବ ଦିଆଯାଇଛି । ଆଲୋଚନା ପରେ ରବିବାର ବିଳମ୍ବିତ ରାତିରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ଏହି ସୂଚନା ଦେଇଛନ୍ତି। ଏମଏସପି ଦରରେ ସରକାର କୃଷକମାନଙ୍କ ଠାରୁ ଡାଲି, କପା ଭଳି ମୁଖ୍ୟ ଶସ୍ୟ କିଣିବା ପାଇଁ [...]
ଚଣ୍ଡିଗଡ଼: କୃଷକ ନେତା ଓ ତିନି ଜଣିଆ କେନ୍ଦ୍ରମନ୍ତ୍ରୀ କମିଟି ମଧ୍ୟରେ ରବିବାର ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ସର୍ବନିମ୍ନ ସହାୟତା ମୂଲ୍ୟ (ଏମ୍ଏସପି) ନେଇ ସରକାରଙ୍କ ତରଫରୁ କୃଷକଙ୍କୁ ଏକ ପାଞ୍ଚ ବର୍ଷିଆ ଯୋଜନା ପ୍ରସ୍ତାବ ଦିଆଯାଇଛି । ଆଲୋଚନା ପରେ ରବିବାର ବିଳମ୍ବିତ ରାତିରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ଏହି ସୂଚନା ଦେଇଛନ୍ତି। ଏମଏସପି ଦରରେ ସରକାର କୃଷକମାନଙ୍କ ଠାରୁ ଡାଲି, କପା ଭଳି ମୁଖ୍ୟ ଶସ୍ୟ କିଣିବା ପାଇଁ ଚାଷୀଙ୍କ ସହ ପାଞ୍ଚ ବର୍ଷିଆ ଚୁକ୍ତି ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଛନ୍ତିି । ସରକାରଙ୍କ ଏହି ପ୍ରସ୍ତାବ ଉପରେ ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି କୃଷକ ନେତାମାନେ କହିଛନ୍ତିି ।
ରବିବାର ସନ୍ଧ୍ୟାରେ ଚଣ୍ଡିଗଡ଼ରେ ହୋଇଥିବା କେନ୍ଦ୍ର ମନ୍ତ୍ରୀ ଏବଂ କୃଷକ ନେତାଙ୍କ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବିଳମ୍ବିତ ରାତିରେ ଶେଷ ହୋଇଥିଲା। ବୈଠକ ଶେଷ ହେବା ପରେ ଗୋୟଲ କହିଛନ୍ତି ଯେ ଚାଷୀଙ୍କ ସହ ଆଲୋଚନା ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ହୋଇଥିଲା।
ସେ କହିଛନ୍ତି, “ଏମଏସପିରେ ଡାଲି କିଣିବା ପାଇଁ ଚାଷୀଙ୍କ ସହ ପାଞ୍ଚ ବର୍ଷ ଚୁକ୍ତି କରିବାକୁ ଆମେ ସରକାରୀ ସମବାୟ ସମିତି ଏନସିସିଏଫ୍ ଏବଂ ନାଫେଡ୍ କୁ ପ୍ରସ୍ତାବ ଦେଇଛୁ।”
ସେହିପରି କପା ନିଗମ (ସିସିଆଇ) କୃଷକମାନଙ୍କ ସହ ଏମଏସପିରେ କପା ଫସଲ କିଣିବା ପାଇଁ ପାଞ୍ଚ ବର୍ଷ ଚୁକ୍ତି କରିବ।
କୃଷକମାନେ ସେମାନଙ୍କ ଉତ୍ପାଦର ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ସମେତ ଅନ୍ୟାନ୍ୟ ଦାବି ନେଇ ଆନ୍ଦୋଳନ କରୁଛନ୍ତି । କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ କୃଷକ ନେତାଙ୍କ ସହ ଆଲୋଚନା ପାଇଁ ଚଣ୍ଡିଗଡ଼ର ସେକ୍ଟର-୨୭ ସ୍ଥିତ ମହାତ୍ମା ଗାନ୍ଧୀ ରାଜ୍ୟ ପ୍ରଶାସନ ଅନୁଷ୍ଠାନରେ ପହଞ୍ଚିଥିଲେ।
ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ୍ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ଏହି ଆଲୋଚନା ରାତି ପ୍ରାୟ ୮.୩୦ରେ ଆରମ୍ଭ ହୋଇଥିଲା |
ପୂର୍ବରୁ କେନ୍ଦ୍ରମନ୍ତ୍ରୀ କମିଟି ଏବଂ କୃଷକ ନେତାଙ୍କ ମଧ୍ୟରେ ଫେବୃଆରୀ ୮, ୧୨ ଓ ୧୫ରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନ ବାହାରିନଥିଲା ।
ହଜାର ହଜାର ଚାଷୀ ସେମାନଙ୍କ ଦାବି ସହିତ ପଞ୍ଜାବ ଓ ହରିୟାଣା ସୀମାର ଶମ୍ଭୁରେ ଏକାଠି ହୋଇଛନ୍ତି । କୃଷକଙ୍କ ‘ଦିଲ୍ଲୀ ଚାଲୋ’ ପଦଯାତ୍ରା ରୋକିବାକୁ ସେଠାରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି।
ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ବ୍ୟତୀତ ଚାଷୀଙ୍କ କଲ୍ୟାଣ, କୃଷକ ଏବଂ କୃଷି ଶ୍ରମିକଙ୍କ ପାଇଁ ପେନ୍ସନ୍ ଏବଂ ଋଣ ଛାଡ଼, ଲକ୍ଷ୍ମୀପୁର ଖେରୀ ହିଂସା ପୀଡିତଙ୍କ ପାଇଁ ନ୍ୟାୟ, ଜମି ଅଧିଗ୍ରହଣ ଆଇନ ୨୦୧୩କୁ ପୁନଃ ଲାଗୁ କରିବା ଓ ସ୍ବାମୀନାଥନ୍ କମିଶନର ସୁପାରିଶ କାର୍ଯ୍ୟକାରୀ କରିବାକୁ କୃଷକମାନେ ଦାବି କରିଛନ୍ତି। ଗତ ଆନ୍ଦୋଳନ ସମୟରେ ନିହତ କୃଷକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ସେମାନଙ୍କର ଦାବି ରହିଛି ।
ଜୁଆ ଆଡ୍ଡା ଉପରେ ଚଢ଼ାଉ ବେଳେ ମହିଳା ଥାନାଧିକାରୀଙ୍କୁ ମାଡ, ଦୋକାନ ଘରେ ପୁରାଇ ତାଲା ପକାଇଲେ ଜୁଆଡି
Next Articleଚଣ୍ଡିଗଡ଼ ମେୟରଙ୍କ ଇସ୍ତଫା, ବିଜେପିରେ ମିଶିଲେ ତିନି ଆପ୍ କର୍ପୋରେଟର
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
