News Room Odisha
BREAKING
Odia

ଚଣ୍ଡିଗଡ଼ ମେୟରଙ୍କ ଇସ୍ତଫା, ବିଜେପିରେ ମିଶିଲେ ତିନି ଆପ୍ କର୍ପୋରେଟର

ଚଣ୍ଡିଗଡ଼: ବିଜେପି ନେତା ମନୋଜ ସୋନକର ରବିବାର ଚଣ୍ଡିଗଡ଼ର ମେୟର ପଦରୁ ଇସ୍ତଫା ଦେଇଛନ୍ତି । ମେୟର ନିର୍ବାଚନରେ ଜାଲିଆତି ଅଭିଯୋଗ ନେଇ ସୁପ୍ରିମକୋର୍ଟରେ ଶୁଣାଣିର ଦିନକ ପୂର୍ବରୁ ସେ ପଦ ଛାଡିଛନ୍ତି । ସେପଟେ ତିନି ଜଣ ଆମ୍ ଆଦମୀ ପାର୍ଟି (ଆପ୍) କର୍ପୋରେଟର ବିଜେପିରେ ଯୋଗ ଦେଇଛନ୍ତି । ଚଣ୍ଡିଗଡ଼ ବିଜେପି ମୁଖ୍ୟ ଜତିନ୍ଦର ପାଲ ମଲହୋତ୍ରା କହିଛନ୍ତି ଯେ ସୋନକର ତାଙ୍କ ଇସ୍ତଫା ନିଗମ କମିଶନରଙ୍କ ନିକଟରେ ଦାଖଲ କରିଛନ୍ତି। ମଲହୋତ୍ରା କହିଛନ୍ତି, [...]

Admin•February 19, 2024
Share Article:

ଚଣ୍ଡିଗଡ଼: ବିଜେପି ନେତା ମନୋଜ ସୋନକର ରବିବାର ଚଣ୍ଡିଗଡ଼ର ମେୟର ପଦରୁ ଇସ୍ତଫା ଦେଇଛନ୍ତି । ମେୟର ନିର୍ବାଚନରେ ଜାଲିଆତି ଅଭିଯୋଗ ନେଇ ସୁପ୍ରିମକୋର୍ଟରେ ଶୁଣାଣିର ଦିନକ ପୂର୍ବରୁ ସେ ପଦ ଛାଡିଛନ୍ତି । ସେପଟେ ତିନି ଜଣ ଆମ୍ ଆଦମୀ ପାର୍ଟି (ଆପ୍) କର୍ପୋରେଟର ବିଜେପିରେ ଯୋଗ ଦେଇଛନ୍ତି ।

ଚଣ୍ଡିଗଡ଼ ବିଜେପି ମୁଖ୍ୟ ଜତିନ୍ଦର ପାଲ ମଲହୋତ୍ରା କହିଛନ୍ତି ଯେ ସୋନକର ତାଙ୍କ ଇସ୍ତଫା ନିଗମ କମିଶନରଙ୍କ ନିକଟରେ ଦାଖଲ କରିଛନ୍ତି। ମଲହୋତ୍ରା କହିଛନ୍ତି, କଂଗ୍ରେସ ଓ ଆପ୍ ମଧ୍ୟରେ କୌଣସି ମେଣ୍ଟ ହୋଇନାହିଁ । ସେମାନେ (ଆପ୍) କେବଳ ଲୋକଙ୍କୁ ବୋକା ବନାଉଛନ୍ତି।

ଅନ୍ୟପକ୍ଷରେ ବିଜେପିର ବରିଷ୍ଠ ନେତା ଅରୁଣ ସୁଦ୍ କହିଛନ୍ତି, ତାଙ୍କ ଦଳ (ବିଜେପି) ରେ ତିନି ଜଣ ଆପ୍ କର୍ପୋରେଟର ସାମିଲ ହୋଇଛନ୍ତି।

ଜାନୁଆରୀ ୩୦ରେ ହୋଇଥିବା ମେୟର ନିର୍ବାଚନରେ ବିଜେପି ଜିତିବା ପରେ ଆପ୍- କଂଗ୍ରେସ ମେଣ୍ଟକୁ ଝଟକା ଲାଗିଥିଲା । ରିଟର୍ଣ୍ଣିଂ ଅଫିସର ବାଲଟ୍ ପେପରକୁ ଜାଣିଶୁଣି ବିକୃତ କରିଥିଲେ ବେଳେ ଅଭିଯୋଗ କରିଥିଲେ ଆପ୍ ଓ କଂଗ୍ରେସ ।

ମେୟର ପଦ ନିର୍ବାଚନରେ ବିଜେପି ପ୍ରାର୍ଥୀ ସୋନକର ଆପର କୁଲଦୀପ କୁମାରଙ୍କୁ ହରାଇଥିଲେ। ସୋନକରଙ୍କୁ ୧୬ ଖଣ୍ଡ ଭୋଟ୍ ମିଳିଥିବାବେଳେ କୁମାରଙ୍କ ସପକ୍ଷରେ ୧୨ ଭୋଟ୍ ପଡ଼ିଥିଲା । ୮ ଭୋଟ୍ ଅବୈଧ ଘୋଷଣା କରାଯାଇଥିଲା ।

ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରି ପରାଜିତ ଆପ୍ ପ୍ରାର୍ଥୀ କୁଲଦୀପ କୁମାର ସୁପ୍ରିମକୋର୍ଟ ଯାଇଥିଲେ ।

ସର୍ବୋଚ୍ଚ ନ୍ୟାୟାଳୟ ଫେବୃଆରୀ ୫ରେ ଚଣ୍ଡିଗଡ଼ ମେୟର ନିର୍ବାଚନ ପରିଚାଳନା କରିଥିବା ରିଟର୍ଣ୍ଣିଂ ଅଫିସରଙ୍କୁ ଭର୍ତ୍ସନା କରି କହିଥିଲେ ଯେ ସେ ଜାଣିଶୁଣି ବାଲଟ୍ ପେପର ବିକୃତ କରିଥିଲେ । ସିସିଟିଭି ଫୁଟେଜରୁ ଏହା ସ୍ପଷ୍ଟ ହୋଇଛି। ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବା ଉଚିତ। ନିର୍ବାଚନ ଅଧିକାରୀଙ୍କ ଏଭଳି କାର୍ଯ୍ୟ ଗଣତନ୍ତ୍ରର ହତ୍ୟା ଓ ଉପହାସ ବୋଲି ସୁପ୍ରିମକୋର୍ଟ କହିଥିଲେ।

ସୁପ୍ରିମକୋର୍ଟ ମଧ୍ୟ ଭୋଟ୍ ପ୍ରକ୍ରିୟାର ବାଲଟ୍ ପେପର ଏବଂ ଭିଡିଓକୁ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାଛଡ଼ା ଫେବୃଆରୀ ୧୯ରେ ପରବର୍ତ୍ତୀ ଶୁଣାଣି ଦିନ ରିଟର୍ଣ୍ଣିଂ ଅଫିସରଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କହିଥିଲେ।

#Odia#Odisha#News
Share Article:

Related Articles