News Room Odisha
BREAKING
Odia

ଆମେଥିରେ ପୁଣି ମୁହାଁମୁହିଁ ହେବେ ରାହୁଲ-ଇରାନୀ !

ଆମେଥି (ୟୁପି): ଉତ୍ତର ପ୍ରଦେଶ ଆମେଥିରେ ପୁଣି ହେଭିଓ୍ବେଟ୍ ଲଢ଼େଇ ଦେଖିବାକୁ ମିଳିବ । ଏଠାରେ ରାହୁଲ ଗାନ୍ଧୀ ଓ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ପୁଣି ମୁହାଁମୁହିଁ ହେବେ । ଏଥର ମଧ୍ୟ ଇରାନୀ ଏଠାରେ ଲଢ଼ିବେ ବୋଲି ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ପରେ ସ୍ପଷ୍ଟ ହୋଇଯାଇଛି। କଂଗ୍ରେସ ତରଫରୁ ତାଙ୍କୁ ପୁଣି ଟକ୍କର ଦେବେ ରାହୁଲ ଗାନ୍ଧୀ। ରାହୁଲ ଆମେଥିରୁ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଆମେଥି ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ [...]

Admin•March 6, 2024
Share Article:

ଆମେଥି (ୟୁପି): ଉତ୍ତର ପ୍ରଦେଶ ଆମେଥିରେ ପୁଣି ହେଭିଓ୍ବେଟ୍ ଲଢ଼େଇ ଦେଖିବାକୁ ମିଳିବ । ଏଠାରେ ରାହୁଲ ଗାନ୍ଧୀ ଓ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ପୁଣି ମୁହାଁମୁହିଁ ହେବେ । ଏଥର ମଧ୍ୟ ଇରାନୀ ଏଠାରେ ଲଢ଼ିବେ ବୋଲି ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ପରେ ସ୍ପଷ୍ଟ ହୋଇଯାଇଛି। କଂଗ୍ରେସ ତରଫରୁ ତାଙ୍କୁ ପୁଣି ଟକ୍କର ଦେବେ ରାହୁଲ ଗାନ୍ଧୀ। ରାହୁଲ ଆମେଥିରୁ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଆମେଥି ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ ସିଂଘଲ ଦାବି କରିଛନ୍ତିି । ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇ ଫେରିବା ପରେ ସିଂଘଲ ବୁଧବାର କହିଛନ୍ତି, ରାହୁଲ ଗାନ୍ଧୀ ଆମେଥିରୁ କଂଗ୍ରେସ ପ୍ରାର୍ଥୀ ହେବେ ‌। ଏନେଇ ଖୁବ ଶୀଘ୍ର ଔପଚାରିକ ଘୋଷଣା କରାଯିବ।

ସୂଚନାଯୋଗ୍ୟ ଯେ ରାହୁଲ ଗାନ୍ଧୀ ୨୦୦୨ ରୁ ୨୦୧୯ ପର୍ଯ୍ୟନ୍ତ କଂଗ୍ରେସ ଗଡ଼ କୁହାଯାଉଥିବା ଆମେଥିରୁ ସାଂସଦ ଭାବେ ନିର୍ବାଚିତ ହୋଇ‌ ଆସୁଥିଲେ। ତେବେ ୨୦୧୯ ନିର୍ବାଚନରେ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ହାରି ଯାଇଥିଲେ ରାହୁଲ । ତେବେ ରାହୁଲ କେରଳର ୱାୟାନାଡରୁ ଜିତି ସଂସଦକୁ ନିର୍ବାଚିତ ହୋଇଥିଲେ ।

#Odia#Odisha#News
Share Article:

Related Articles