News Room Odisha
BREAKING
Odia

ସନ୍ଦେଶଖାଲି ମାମଲା: ମମତା ସରକାରଙ୍କ ଆବେଦନର ଜରୁରୀ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସନ୍ଦେଶଖାଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଉପରେ ଆକ୍ରମଣ ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ମମତା ସରକାରଙ୍କ ଆବେଦନର ଜରୁରୀ ଶୁଣାଣି କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ସନ୍ଦେଶଖାଲି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଗତକାଲି କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାର କିଛି ଘଣ୍ଟା ମଧ୍ୟରେ ହାଇକୋର୍ଟ ଆଦେଶକୁ ଚ୍ୟାଲେଞ୍ଜ କରି ମମତା ସରକାର ସୁପ୍ରିମକୋର୍ଟ ଯାଇଥିଲେ ‌। ରାଜ୍ୟ ସରକାର ନିଜ ଆବେଦନରେ [...]

Admin•March 6, 2024
Share Article:

ନୂଆଦିଲ୍ଲୀ: ସନ୍ଦେଶଖାଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଉପରେ ଆକ୍ରମଣ ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ମମତା ସରକାରଙ୍କ ଆବେଦନର ଜରୁରୀ ଶୁଣାଣି କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ ।

ସନ୍ଦେଶଖାଲି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଗତକାଲି କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାର କିଛି ଘଣ୍ଟା ମଧ୍ୟରେ ହାଇକୋର୍ଟ ଆଦେଶକୁ ଚ୍ୟାଲେଞ୍ଜ କରି ମମତା ସରକାର ସୁପ୍ରିମକୋର୍ଟ ଯାଇଥିଲେ ‌। ରାଜ୍ୟ ସରକାର ନିଜ ଆବେଦନରେ ଯୁକ୍ତି କରିଛନ୍ତିି ଯେ ଏସଆଇଟି ଅଧୀନରେ ଏହି ମାମଲାର ତଦନ୍ତ ଚାଲିଥିବା ବେଳେ ଏହା ସିବିଆଇକୁ ହସ୍ତାନ୍ତର କରିବା ଠିକ୍ ହେବନି। ତେବେ ସୁପ୍ରିମକୋର୍ଟ ଏହି ମାମଲାର ଜରୁରୀ ଶୁଣାଣି କରିବାକୁ ମନା କରିଦେଇଛନ୍ତି । ରେଜିଷ୍ଟ୍ରାର ଜେନେରାଲଙ୍କ ଆଗରେ ଏହି ମାମଲା ଉଲ୍ଲେଖ କରିବାକୁ ରାଜ୍ୟକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

#Odia#Odisha#News
Share Article:

Related Articles